ବୟସ ଏକ ସଂଖ୍ୟା ମାତ୍ର! ଅକାଶମାର୍ଗରେ ‘ସ୍କାଏଡାଇଭ୍‌’ କରି ସଭିଙ୍କୁ ଚକିତ କଲେ ୧୦୨ ବର୍ଷୀୟା ବୃଦ୍ଧା, ଭିଡିଓ ଭାଇରାଲ୍‌

ଅମିତାଭ ବଚ୍ଚନଙ୍କ ଅଭିନୀତ ‘୧୦୨ ନଟ୍‌ ଆଉଟ୍‌’ ଚଳଚ୍ଚିତ୍ରର ଏକ ସଂଳାପ ହେଉଛି ‘ବୟସ ଏକ ସଂଖ୍ୟା ମାତ୍ର’। ଏହା ସହ ପ୍ରମାଣିତ ହୋଇଛି। ଏହି କଥାକୁ ସତ ପ୍ରମାଣିତ କରିଛନ୍ତି ଜଣେ ୧୦୨ ବର୍ଷୀୟା ବୃଦ୍ଧା। ଏହି ବୟସ୍କା ମହିଳା ଜଣକ ଶତକ ପାର୍‌ କରି ସାରିବା ପରେ ବି ରବିବାର ଦକ୍ଷିଣ ଅଷ୍ଟ୍ରେଲିଆର ଲଙ୍ଗହର୍ଣ୍ଣ କ୍ରିକ୍‌ରେ ଆକାଶମାର୍ଗରେ ‘ସ୍କାଏଡାଇଭ୍‌’ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି।

ବୃଦ୍ଧା ଜଣକ ହେଉଛନ୍ତି ଇରେନ ଓ’ସାକ୍‌। ଏପରି କାର୍ଯ୍ୟକ୍ରମରେ ଭାଗ ନେବାରେ ସେ ହେଉଛନ୍ତି ପ୍ରଥମ ଦୀର୍ଘ ବୟସ୍କା ମହିଳା। ଇରେନ ଓ’ସାକ୍‌ଙ୍କ ସ୍ମାଏଡାଇଭ୍‌ ବେଳର ଭିଡିଓ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେବାରେ ଲାଭିଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ସେ ଅତ୍ୟନ୍ତ ସାହସୀକତାର ସହ କୁଦିବା ପରେ ମହାଶୂନ୍ୟରେ ଉଡ଼ାବାରେ ଲାଗିଛନ୍ତି।

ମହିଳାଙ୍କ ସହ ସ୍କାଏ୍‌ ଡାଇଭର୍‌ର ଇନ୍‌ଷ୍ଟ୍ରକ୍ଟର ବି ଭିଡିଓରେ ଦୃଶ୍ୟମାନ ହୋଇଛନ୍ତି। ବରିଷ୍ଟ ନାଗରିକମାନଙ୍କ ପାଇଁ ଏହି ବୃଦ୍ଧା ଏବେ ଉଦାହରଣ ଓ ପ୍ରେରଣା ପାଲଟିଛନ୍ତି।

ଭିଡିଓରେ ଆହୁରି ବି ଦେଖିବାକୁ ମିଳିଛି ଯେ ଇରେନ କ୍ୟାମେରା ଆଡ଼କୁ ଚାହିଁ ‘ଥମ୍‌ସ୍‌-ଅପ୍‌’ ସାଇନ୍‌ ଦେଖାଉଛନ୍ତି। ତାଙ୍କ ମୁହଁରେ ହସ ଥିବାର ବି ଦେଖିବାକୁ ମିଳିଛି।

ସୂତ୍ରରୁ ଜାଣିବାକୁ ମିଳିଛି ଯେ ଦକ୍ଷିଣ ଅଷ୍ଟ୍ରେଲିଆର ନିଉରନ୍‌ ମୋଟର୍‌ ଡିଜିଜ୍‌ ଆସୋସିଏସନ ପାଇଁ ସତର୍କ ସୂଚନା ଓ ଅର୍ଥ ପାଇଁ ଇରେନ୍‌ ସ୍କାଏ ଡାଇଭ୍‌ରେ ଅଂଶ ନେବାକୁ ଯୋଜନା କରିଥିଲେ। ସେ ପ୍ରଥମ କରି ୨୦୧୬ ମସିହାରେ ଡାଇଭ୍‌ କରିଥିଲେ।

ସମ୍ବନ୍ଧିତ ଖବର