କିପରି ମହାମାରୀ କରୋନାକୁ ହରାଇଛନ୍ତି ତାହା ବଖାଣିଲେ ୧୦୨ବର୍ଷର ବୃଦ୍ଧା ମା’

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ବିତୀୟ ଲହର ହାହାକାର ପରିସ୍ଥିତି ସୃଷ୍ଟି କରିଛି। କରୋନା ମହାମାରୀ ସମୟରେ ଆଜି ଲୋକଟି ଭଲ ଥିବା ବେଳେ ଆସନ୍ତାକାଲିକୁ ହଠାତ ତାର ମୃତ୍ୟୁ ଖବର ସ୍ତବ୍ଧ କରି କରି ଦେଉଛି।

ଦିଲ୍ଲୀ,ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ ସବୁଆଡେ କରୋନା ସଂକ୍ରମଣକୁ ନେଇ ଭୟର ପରିସ୍ଥିତି ସୃଷ୍ଟି ହୋଇଛି। କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଉତ୍ତରପ୍ରଦେଶରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ୧୦୨ବର୍ଷର ବୃଦ୍ଧା ମା’ ଘରେ ରହି କି କରୋନାକୁ ହରାଇଛନ୍ତି।

ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରୁ ସାମ୍ନାକୁ ଆସିଛି। କରୋନା ସଙ୍କଟ ସମୟରେ ଏକ ଆଶ୍ବସ୍ତିର ଖବର ରହିଛି। ଉତ୍ତର୍ରା କସବେରେ ରହୁଥିବା ୧୦୨ବର୍ଷର ବୃଦ୍ଧା ଶିବକନ୍ୟା ଦେବୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କର ଦୃଢ଼ ଇଚ୍ଛା ଶକ୍ତି ହେତୁ ସେ ଘରେ ରହି କରୋନାକୁ ହରାଇ ପାରିଛନ୍ତି।

ବୃଦ୍ଧା ମା’ଙ୍କ ଚିକିତ୍ସା ସରକାରୀ ସିଏଚସି ହସ୍ପିଟାଲର ଡାକ୍ତରଙ୍କ ନୀରିକ୍ଷଣରେ ଚାଲିଥିଲା। ଏହି ଡାକ୍ତର ବୃଦ୍ଧା ମା’ଙ୍କ ସମ୍ପର୍କରେ ନାତି ବି ହେବେ। ଗତ କିଛିଦିନ ହେବ ବୃଦ୍ଧାଙ୍କ ସହିତ ଘରେ ଥିବା ତାଙ୍କ ୧୨ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ସମସ୍ତଙ୍କୁ ହୋମ ଆଇସୋଲେଟ କରି ଦିଆଯାଇଥିଲା।

୧୦୨ବର୍ଷର ବୃଦ୍ଧା ଶିବକନ୍ୟା ଦେବୀଙ୍କ କହିବାନୁସାରେ, ଆୟୁର୍ବେଦର ଯେତିକି ହୋଇ ପାରିବ ‌ସେତିକି ଚିକିତ୍ସା ନେବା ସହିତ କାଢ଼ା ପିଉଥିଲି। କିଛି ସମୟ ବ୍ୟବଧାନରେ ଗରମ ପାଣି ବାମ୍ଫ ବି ନେଉଥିଲି। ଆଉ ମାସ୍କ ପିନ୍ଧିବାକୁ ଭୁଲୁ ନଥିଲି। ଭଗବାନଙ୍କ ଉପରେ ଭରଷା ରଖିଥିଲି। ଜାଣିଥିଲି ସେ ସବୁ କିଛି ଠିକ କରିଦେବେ।

 

ସମ୍ବନ୍ଧିତ ଖବର