ନୂଆଦିଲ୍ଲୀ: କରୋନା ମହାମାରୀରୁ ରକ୍ଷା ପାଇବାର ପ୍ରମୁଖ ଉପାୟ କରୋନା ଗାଇଡଲାଇନର ପାଳନ କରିବା। ଭୟଭୀତ ହେବା ନାହିଁ। ନିକଟରେ ମହାରାଷ୍ଟ୍ରର ଲାତୁରରେ ଜଣେ ୧୦୫ ବର୍ଷ ବୟସ୍କ ବ୍ୟକ୍ତି ଏବଂ ତାଙ୍କର ୯୫ବର୍ଷିୟା ପତ୍ନୀ କରୋନା ଯୁଦ୍ଧରେ ବିଜୟ ହୋଇଛନ୍ତି। ଏହି ଦମ୍ପତ୍ତି ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରି ଆସିଛନ୍ତି।
ମହାରାଷ୍ଟ୍ରର ଲାତୁର ଜିଲ୍ଲା ଟାଣ୍ଡା ଗ୍ରାମରେ ରହୁଥିବା ସୁରେଶ ଚାଭାନଙ୍କ ବାପା ଧେନୁ ଚାଭାନଙ୍କ ବୟସ ୧୦୫ବର୍ଷ ହୋଇଥିବା ବେଳେ ମାା’ ମୋତାବାଇଙ୍କ ବୟସ ୯୫ବର୍ଷ। ମାର୍ଚ୍ଚ ୨୩ରେ ଦୁହିଁଙ୍କୁ ଜ୍ବର ହୋଇଥିଲା। କୋଭିଡ଼ ପରୀକ୍ଷା କରିବାରୁ ଦୁହିଁଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ଦୁହିଁଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଧିକ ବୟସ ହେତୁ ଧେନୁ ଚାଭାନ ଓ ମୋତାବାଇଙ୍କୁ ଆଇସିୟୁରେ ରଖାଯାଇଥିଲା।
ଡାକ୍ତରଙ୍କ କହିବାନୁସାରେ, ତାଙ୍କୁ ଅମ୍ଳଜାନ ସହାୟତା ଦିଆଯାଇଥିଲା ଏବଂ ଆଣ୍ଟିଭାଇରାଲ୍ ସପ୍ଲିମେଣ୍ଟ ମଧ୍ୟ ଦିଆଯାଇଥିଲା । ୯ଦିନ ଆଇସିୟୁରେ ରହିବା ପରେ ଦମ୍ପତ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
/sambad/media/post_attachments/4998ad958853fb3dc0c14010347603cd3452b97fea5f982e2391c8381eb01f31.jpg)
ଯଦିଓ ମହାରାଷ୍ଟ୍ରରେ କରୋନା ସକ୍ରିୟ ମାମଲା ସାତ ଲକ୍ଷରୁ ଅଧିକ ହୋଇସାରିଛି, ତଥାପି ମୁମ୍ବାଇରେ ନୂତନ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି, ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହା ଏକ ପ୍ରକାର ଖୁସି ଖବର। ଫେବୃଆରି୧୦ ରୁ କରୋନାର ଦ୍ୱିତୀୟ ଲହର ଆରମ୍ଭ ହେବା ପରେ ଗତ ଅଢ଼େଇ ମାସ ମଧ୍ୟରେ ମୁମ୍ବାଇରେ ୩,୦୯,୦୦୦ ସଂକ୍ରମଣ ମାମଲା ରହିଛି। ଏହି ସମୟ ମଧ୍ୟରେ ୧,୩୧୯ ଜଣଙ୍କର ମୃତ୍ୟୁ ହୋଇଛି।
ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ କମିଶନର ଇକବାଲ ସିଂ ଚହଲ କହିଛନ୍ତି ଯେ କରୋନାର ଦ୍ୱିତୀୟ ତରଙ୍ଗ ପରସ୍ପରକୁ ସ୍ପର୍ଶ ନକରି ବାୟୁ ମାଧ୍ୟମରେ ବ୍ୟାପିଛି। ଏହାକୁ ଏଡାଇବା ପାଇଁ କେବଳ ଦୂରତା ବଜାୟ ରଖିବା ଯଥେଷ୍ଟ ନୁହେଁ । କେବଳ ମାସ୍କ ପ୍ରୟୋଗ କରି ଏହାକୁ ଏଡାଇ ଦିଆଯାଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/thequint_2021-04_6cff56a5-7828-4d17-bfaa-38a5093c085c_Untitled_design__67_.png)