୧୦୫ବର୍ଷର ବାପା ବିଛଣାରେ ପଡ଼ିଥିବା ବେଳେ ଖୁସି କରିବା ପାଇଁ ଏଭଳି କାମ କରୁଛନ୍ତି ୭୪ବର୍ଷର ପୁଅ

୧୦୫ବର୍ଷର ବାପା ବିଛଣାରେ ପଡ଼ିଥିବା ବେଳେ ଖୁସି କରିବା ପାଇଁ ଏଭଳି କାମ କରୁଛନ୍ତି ୭୪ବର୍ଷର ପୁଅ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ‌ହୋଇଥାଏ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ପୂର୍ବରୁ କେବେ ଦେଖି ନଥିବେ । ଏହି ଭିଡିଓଟି ଜଣେ ବାପା ଓ ପୁଅଙ୍କ ଯୋଡ଼ିକୁ ନେଇ ଚର୍ଚ୍ଚା ରହିଛି।

ଭିଡିଓରେ ଦେଖିବାକୁ ମିଳୁଥିବା ବାପା ଓ ପୁଅ ଯୋଡ଼ି ମଧ୍ୟରୁ ବାପାଙ୍କ ବୟସ ୧୦୫ ଥିବାବେଳେ ତାଙ୍କ ପୁଅଙ୍କ ବୟସ ୭୪ବର୍ଷ ରହିଛି। ବାପା ଗୋଟିଏ ବିଛଣାରେ ଶୋଇଥିବା ବେଳେ ତାଙ୍କ ପାର୍ଶ୍ବରେ ପୁଅ ବସିଛନ୍ତି। ବାପାଙ୍କ ପାଖରେ ବସି ପୁଅ ମୁଖରୁ ବିଭିନ୍ନ ଗୀତର ସ୍ବର ଅନୁଯାୟୀ ସିଟି ମାରୁଛନ୍ତି ଆଉ ବାପାଙ୍କୁ ଏହା କେଉଁ ଗୀତର ସ୍ବର ବୋଲି ପଚାରୁଛନ୍ତି।

ଏପରି କରି ପୁଅ ତାଙ୍କ ବାପାଙ୍କୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି। ସବୁଠାରୁ ଖୁସିର କଥା ହେଉଛି ପୁଅ ପଚାରୁଥିବା ପ୍ରଶ୍ନର ୧୦୫ବର୍ଷର ବାପା ବି ସୁନ୍ଦର ଭାବେ ପ୍ରତିକ୍ରିୟା ଦେଉଛନ୍ତି। ଏହାକୁ ଶୁଣି ବାପ ଓ ପୁଅଙ୍କ ପାଖରେ ବସିଥିବା ଅନ୍ୟ ଲୋକମାନେ ବି ତାଳି ମାରୁଥିବା ଭିଡିଓରେ ଶୁଣିବାକୁ ମିଳୁଛି।

ଏହି ଭିଡିଓଟି ଦକ୍ଷିଣ ଭାରତର ଥିବା ବେଳେ ‌‌ କେଉଁ ସହରର ରହିଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ବାପା ଓ ପୁଅ ଦୁହେଁ ନିଜନିଜ ଭାଷାରେ କଥା ହେଉଥିବା ଶୁଣିବାକୁ ମିଳୁଛି। ଏହି ଭାଇରାଲ ପୋଷ୍ଟକୁ ନେଇ ଜଗନ୍ନାଥନ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି,‘ଏହା ଆମ ପରିବାରର ଭିଡିଓ। ଭିଡିଓରେ ଦେଖିବାକୁ ମିଳୁଥିବା ୧୦୫ବର୍ଷର ବୃଦ୍ଧ ହେଉଛନ୍ତି ମୋ ବାପା ଓ ୭୪ବର୍ଷର ବୃଦ୍ଧ ମୋ ଭାଇ। ବାପାଙ୍କ ‌ଜାନୁଆରି ୧୯ ତାରିଖରେ ୧୦୫ତମ ଜନ୍ମଦିନ ପାଳନ କରାଯାଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe