ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକଙ୍କୁ ନିଜର ଯତ୍ନ ନେବା ପାଇଁ ସମୟ ନାହିଁ। ଯେଉଁ କାରଣରୁ ସେମାନେ ବୟସ ଯେତିକି ତା’ଠାରୁ ଅଧିକ ବୟସ୍କ ଦେଖାଯାଉଛନ୍ତି। ଏମିତି କି ଆଜିକାଲିର ଲୋକମାନେ ୭୦/୮୦ବର୍ଷ ହୋଇଗଲେ କିଛି କାମ କରି ପାରୁ ନାହାନ୍ତି। କି କାମ ପ୍ରତି ସେମାନଙ୍କ ସ୍ପୃହା ଆସୁ ନାହିଁ।
ଏହି କ୍ରମରେ ଜଣେ ୧୦୬ ବର୍ଷ ବୟସର ବୃଦ୍ଧା ଚର୍ଚ୍ଚାରେ ରହିଛନ୍ତି। ଏହି ବୃଦ୍ଧା ଜଣକ ଫିଲିପାଇନ୍ସର ହ୍ବାଙ୍ଗ ଆଡ଼ରେ ବସବାସ କରନ୍ତି। ନାମ ତାଙ୍କର ମାରିୟା ଓଗେ । ମାରିୟା ଓଗେଙ୍କୁ ୧୫ ବର୍ଷ ହୋଇଥିବାବେଳେ ସେ ସ୍ବତନ୍ତ୍ର ବଟୋକ ଟାଟୁର ପାରମ୍ପରିକ ପଦ୍ଧତି ତାଙ୍କ ବାପାଙ୍କଠାରୁ ଶିଖି ନେଇଥିଲେ। ସେବେ ଠାରୁ ସେ ଫିଲିପାଇନ୍ସର ବୁସ୍କଲାନାରେ ଟାଟୁ କରନ୍ତି।
ସାଧାରଣ ମଣିଷକୁ ୪୦ବର୍ଷ ହୋଇଗଲେ ସଠିକ ଭାବେ ଦେଖାଯାଏ ନାହିଁ, ୬୫ବର୍ଷ ଟପିଗଲେ ହାତ ଥରିବା ଆରମ୍ଭ ହୋଇଯାଏ। କିନ୍ତୁ ମାରିୟା ଓଗେ ୧୦୬ ବର୍ଷରେ ପ୍ରଦାର୍ପଣ କରିଥିଲେ ହେଁ, ତାଙ୍କ ହାତ ଥରେ ନାହିଁ କି ଦୃଷ୍ଟି ଶକ୍ତି କମି ନାହିଁ।
ମାରିୟାଙ୍କ ପାଖକୁ ଟାଟୁ କରିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେଣୁ ହ୍ବାଙ୍ଗଙ୍କୁ ସବୁଠାରୁ ବୟସ୍କା ଟାଟୁ ଆର୍ଟିଷ୍ଟ ଭାବେ ଗଣନା କରାଯାଉଛି। ସେ ଚଳିତ ବର୍ଷ ଭୋଗ ମାଗାଜିନର ପ୍ରଚ୍ଛଦରେ ବି ସ୍ଥାନ ପାଇଛନ୍ତି। ଏହି ବୃଦ୍ଧ ଟାଟୁ ଆର୍ଟିଷ୍ଟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଭଳି ପରିଣତ ବୟସରେ ତାଙ୍କର ଟାଟୁ କରିବା କୌଶଳକୁ ଯିଏ ଦେଖୁଛନ୍ତି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/03jl2i0g_apo-whangod-vogue-cover_625x300_01_April_23.webp)