ୱାଶିଂଟନ୍: ଆମେରିକାର ମିସୌରୀର ଏକ ହସ୍ପିଟାଲ୍ରେ ଦେଖିବାକୁ ମିଳିଛି ଏକ ମଜାଦାର୍ ଘଟଣା। ହସ୍ପିଟାଲ୍ରେ ଏକାଥରକେ ୧୧ ଜଣ ନର୍ସ ଗର୍ଭବତୀ ହୋଇଛନ୍ତି। ଏମାନେ ସମସ୍ତେ ଚଳିତବର୍ଷ ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ଗର୍ଭବତୀ ହୋଇଥିବା ସୂଚନା ରହିଛି। ପୁଣି ଏହି ସମସ୍ତ ନର୍ସ ଲେବର୍ ଆଣ୍ଡ୍ ଡେଲିଭରି ଡିପାର୍ଟମେଣ୍ଟ୍ର କର୍ମଚାରୀ ବୋଲି ଜଣାପଡ଼ିଛି।
ଏମାନଙ୍କ ଫଟୋ ସୋସିଅାଲ୍ ମିଡିଆରେ ଭାଇରାଲ୍ ହେବା ପରେ ସଭିଏଁ ଚକିତ ହୋଇଛନ୍ତି। ଏକାଥରରେ ଏତେ ଜଣ ନର୍ସ ଭର୍ଗବତୀ ହେବା ଏକ ସଂଯୋଗ ନିଶ୍ଚୟ। ଏହି ସଂଯୋଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ହସ୍ପିଟାଲ୍ର ଗାଇନିକ୍ ଡିପାର୍ଟମେଣ୍ଟ୍ର ଡାଇରେକ୍ଟରଙ୍କ କହିବା ମୁତାବକ ଏମାନେ ସମସ୍ତେ ଏକାସାଥିରେ କାମ କରନ୍ତି। ଏକାସାଥୀରେ ଏତେ ଜଣ ନର୍ସ ଗର୍ଭବତୀ ହେବା ଘଟଣାରେ ସେମାନେ ସମସ୍ତେ ଖୁସି ଅଛନ୍ତି। କେବଳ ସେମାନେ ନୁହଁନ୍ତି, ହସ୍ପିଟାଲ୍ର ଅନ୍ୟ କର୍ମଚାରୀମାନେ ମଧ୍ୟ ଏହି ଘଟଣାରେ ନିଜର ଖୁସି ବ୍ୟକ୍ତ କରିଛନ୍ତି।
ନର୍ସମାନଙ୍କ ମଧ୍ୟରୁ କେହି କେହି ଏପରି କହିଛନ୍ତି କି, ଭାଗ୍ୟ ଆମମାନଙ୍କ ସହ ଏପରି କରିଛି ମାନେ ନିଶ୍ଚୟ ପୂର୍ବଜନ୍ମରୁ ଆମର କିଛି ସଂଯୋଗ ରହିଛି। ଏକାସାଥୀରେ କାମ କରିବା। ସମସ୍ତେ ସମସ୍ତଙ୍କର ସାଥ୍ ଦେବା ଓ ଏଭଳି ଭାବେ ଏକାସାଥୀରେ ଗର୍ଭବତୀ ହେବା ଏକ ସଂଯୋଗ ବୋଲି ସେମାନେ ବିଶ୍ବାସ କରନ୍ତି। ଏହି ଖବରକୁ ନେଇ କେହି କେହି ମଜାକ ବି କରିବା ଆରମ୍ଭ କରି ଦେଇଛନ୍ତି କି ହସ୍ପିଟାଲ୍ ପାଣିରେ କିଛି ମିଶିଥିଲା ବୋଲି।