ପଢ଼ିଥିଲେ ଚତୁର୍ଥ ଶ୍ରେଣୀ, ହେଲେ ପୁଅଝିଅ ଓ ନାତିନାତୁଣିଙ୍କୁ କରାଇଲେ ଆଇଏଏସ୍ ଆଇପିଏସ୍‌ ଅଫିସର

ନୂଆଦିଲ୍ଲୀ: ଚୌଧୁରୀ ବସନ୍ତ ସିଂ ଧନୀ ନ ଥିଲେ, କିନ୍ତୁ ପରିବାରକୁ ସକ୍ଷମ କରି ଗଢ଼ି ଥିଲେ। ସେ କେବଳ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ହେଁ ଶିକ୍ଷାର ମୂଲ୍ୟକୁ ଭଲ ଭାବରେ ବୁଝିଥିଲେ ଏବଂ ତାଙ୍କ ପିଲାମାନଙ୍କୁ ପଢ଼ିବାରେ ସ୍ୱାଧୀନତା ଦେଇଥିଲେ। ଚୌଧୁରୀ ବସନ୍ତ ସିଂଙ୍କ ଏହି ନିଷ୍ଠା ବଳରେ ତାଙ୍କର ପରିବାରରେ ସରକାରୀ ଚାକିରିଆଙ୍କ ଲମ୍ବା ଧାଡ଼ି ଲାଗି ଯାଇଥିଲା।

ଚୌଧୁରୀ ବସନ୍ତ ସିଂଙ୍କ ପରିବାର ମୂଳତଃ ହରିୟାଣାର ଜିନ୍ଦ ଜିଲ୍ଲାର ଡୁମାରଙ୍ଖ କଲାନ ଗାଁରେ ବସବାସ କରନ୍ତି। ୨୦୨୦ ମଇ ମାସରେ ବସନ୍ତଙ୍କ ଦେହାନ୍ତ ହୋଇଥିଲା । ବିଶେଷ କଥା ହେଉଛି କମ୍‌ ପାଠପଢ଼ିଥିବା ବସନ୍ତ ସିଂ ସର୍ବଦା ବଡ ଲୋକ ଏବଂ ଅଧିକାରୀଙ୍କ ସହିତ ବନ୍ଧୁତା କରୁଥିଲେ। ଏମାନଙ୍କ ଠାରୁ ଯେଉଁ ସଂସ୍କାର ଶିକ୍ଷା କରୁଥିଲେ ବସନ୍ତ ତାହାକୁ ତାଙ୍କର ୪ ପୁଅ ଏବଂ ୩ ଝିଅଙ୍କୁ ଶିଖାଉଥିଲେ।

oneindia.com

ବସନ୍ତ ସିଂଙ୍କ ପରିବାରରେ ପୁଅ ଓ ଝିଅଙ୍କ ଠାରୁ ହିଁ ସଫଳତା ଆରମ୍ଭ ହୋଇଥିଲା। ତାଙ୍କର ୪ ପୁଅ ପ୍ରଥମ ଶ୍ରେଣୀର ଅଧିକାରୀ ହୋଇଥିବା ବେଳେ ବୋହୂ ଓ ନାତି ମଧ୍ୟ ସର୍ବଭାରତୀୟ ସେବା‌ ଅଫିସର ହେବାରେ ସଫଳତା ହାସଲ କରିଥିଲେ।

ଏକ ରିପୋର୍ଟ ଅନୁଯାୟୀ ବସନ୍ତ ସିଂଙ୍କ ବଡ ପୁଅ ରାମକୁମାର ଶୋକାଣ୍ଡ ଜଣେ କଲେଜ ପ୍ରଫେସର ଥିଲେ। ସମ୍ପ୍ରତି ତାଙ୍କର ଚାକିରି ଜୀବନ ଶେଷ ହୋଇଛି। ସେହିପରି ରାମକୁମାରଙ୍କର ପୁତ୍ର ଯଶେନ୍ଦ୍ର ଜଣେ ଆଇଏଏସ୍‌ ଅଫିସର ହୋଇଥିବା ବେଳେ ତାଙ୍କ ଝିଅ ସ୍ମିତି ଜଣେ ଆଇପିଏସ୍‌ । ସ୍ମିତିଙ୍କ ସ୍ୱାମୀ ରାଜେଶ କୁମାର ବିଏସଏଫରେ ଆଇଜି ଅଛନ୍ତି।

ବସନ୍ତ ସିଂଙ୍କ ଦ୍ୱିତୀୟ ପୁଅ ସାଜନ କୁମାର କନଫେଡରେ ଜିଏମ୍‌ ଥିଲେ। ତାଙ୍କ ପତ୍ନୀ କୃଷ୍ଣ ଡେପୁଟି ଡିଇଓ ରହିଛନ୍ତି। ତୃତୀୟ ପୁତ୍ର ବିରେନ୍ଦ୍ର ଏସ୍‌ଇ ଥିଲେ। ତାଙ୍କ ପତ୍ନୀ ଇଣ୍ଡିଆନ୍‌ ଏୟାରଲାଇନ୍‌ସରେ ଡେପୁଟି ମ୍ୟାନେଜର ରହିଛନ୍ତି। ବସନ୍ତ ସିଂଙ୍କ ଚତୁର୍ଥ ପୁତ୍ର ଗଜେନ୍ଦ୍ର ସିଂ ଭାରତୀୟ ସେନାରୁ କର୍ଣ୍ଣେଲ ଭାବରେ ଅବସର ନେଇଛନ୍ତି। ବର୍ତ୍ତମାନ ସେ ଘରୋଇ ପାଇଲଟ୍‌ ସେବା ପ୍ରଦାନ କରୁଛନ୍ତି।

oneindia.com

ବସନ୍ତ ସିଂଙ୍କ ବଡ଼ ଝିଅ ବିମଳାଙ୍କ ସ୍ୱାମୀ ଇନ୍ଦ୍ର ସିଂ ହେଉଛନ୍ତି ଜଣେ ଆଇନଜୀବୀ। ତାଙ୍କ ପୁଅ ଅନିଲ ଧୁଲ ବିବିଏମ୍‌ବିରେ ଏସ୍‌ଇ ଭିଜିଲାନ୍‌। ଦ୍ୱିତୀୟ ଝିିଅ କୃଷ୍ଣା କଲେଜ ପ୍ରିନ୍‌ସପାଲ୍‌ ପଦରୁ ଅବସର ନେଇଛନ୍ତି। କୃଷ୍ଣାଙ୍କ ବିବାହ ରଘୁବୀର ପଙ୍ଘାଲଙ୍କ ସହିତ ହୋଇଥିଲା। ଯିଏ କି ସେନାରେ ମେଜର ରହିବା ସହିତ ସେନାରୁ ଅବସର ନେଇଥିଲେ। ତୃତୀୟ ଝିଅ କୌଶଲ୍ୟାଙ୍କ ବିବାହ ରଣଧୀର ସିଂଙ୍କ ସହିତ ହୋଇଥିଲା, ଯିଏକି ପବ୍ଲିକ୍‌ ହେଲଥ୍‌ର ଏସଇ ରହିଛନ୍ତି। ତାଙ୍କର ଝିଅ ରିତୁ ଚୌଧୁରୀ ଓ ଜ୍ୱାଇଁ ଆଇଆରଏସ୍‌ ରହିଛନ୍ତି।

ସମ୍ବନ୍ଧିତ ଖବର