ଲକଡାଉନ କୋହଳ ପରେ ହଜିଯାଇଥିବା ‘କୃଷ୍ଣ-ରାଧା’ଙ୍କୁ ଖୋଜିପାଇଲେ ୧୧ ବର୍ଷୀୟ ବାଳକ

ଉଦୟପୁର: ଲକଡାଉନବେଳେ ଜଣେ ୧୧ ବର୍ଷୀୟ ବାଳକଙ୍କ ପାଖରୁ ଉଡିଯାଇଥିଲେ ତାଙ୍କର ଦୁଇଟି ପୋଷା ଶୁଆ | ଆଉ ଲକଡାଉନ କୋହଳ ପରେ ଦୁଇ ଶୁଆଙ୍କୁ ଫେରିପାଇଛନ୍ତି | ଶୁଆ ଚୋରି ଓ ଅନୁସନ୍ଧାନର ଏଭଳି ଏକ କାହାଣୀ ଆଜି ଆମେ ଆପଣଙ୍କୁ କହିବୁ | ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଦିନ ୧୧ ବର୍ଷର ବାଳକ କରଣ ସିଂ ରାଜସ୍ଥାନ ରାଜସମନ୍ଦର କୁନୱରିଆ ପୁଲିସ ଷ୍ଟେସନକୁ ଆସି ଅଭିଯୋଗ କରିଥିଲେ ଯେ ଜଣେ ମହିଳା ତାଙ୍କ ପୋଷା ଶୁଆକୁ ରଖିଦେଇଛନ୍ତି ଓ ଫେରାଉନାହାନ୍ତି | ଦୁଇଟି ଶୁଆଙ୍କ ନାମ ସେ କୃଷ୍ଣ ଏବଂ ରାଧା ରଖିଥିବାବେଳେ ଲକଡାଉନ ସମୟରେ ତାଙ୍କ ଶୁଆ ଦୁଇଟି କୁଆଡେ ଚାଲିଯାଇଥିଲେ |

ଲକଡାଉନ୍ ଟିକେ କୋହଳ ହେବା ପରେ ସେ ଶୁଆ ଦୁଇଟିକୁ ଖୋଜିବାକୁ ଲାଗିଲେ | ତାଙ୍କର ଦୁଇଟି ଶୁଆ ତାଙ୍କ ଘରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ଏକ ଘରେ ଥିଲେ, ଯାହାକୁ ସେଠାରେ ଜଣେ ମହିଳା ପଞ୍ଜୁରୀରେ ରଖିଥିଲେ। ଶିଶୁର ବାରମ୍ବାର ଅନୁରୋଧ ସତ୍ତ୍ୱେ ମହିଳା ଜଣକ ଶୁଆ ଦେବାକୁ ମନା କରିଦେଇଥିଲେ। ଶିଶୁର ଏଭଳି ଅଭିଯୋଗ ପରେ ଥାନା ଅଧିକାରୀ ବାଳକଙ୍କ ସହ ମହିଳାଙ୍କ ଘରକୁ ଯାଇ ଯାଞ୍ଚ କରିଥିଲେ ।

photo-dainik jagaran

ମହିଳା ଜଣକ ମଧ୍ୟ ପୁଲିସକୁ ଶୁଆ ଦେବାକୁ ମନା କରିଦେଇଥିଲେ ଏବଂ ସେ ପ୍ରଶ୍ନ କରିଥିଲେ ଯେ ଶୁଆ ଦୁଇଟି ସେହି ବାଳକଙ୍କର ବୋଲି କେମିତି ବିଶ୍ୱାସ କରିବେ | କରଣ କହିଥିଲେ ଯେ ଉଭୟ ଶୁଆ ତାଙ୍କୁ ଚିହ୍ନିଛନ୍ତି। ଯଦି ସେ ତାଙ୍କ ନାମରେ ଡାକନ୍ତି, ତେବେ ଉଭୟ ତାଙ୍କ ନିକଟକୁ ଆସିବେ | ଏହା ଉପରେ ପୁଲିସର ପରାମର୍ଶ କ୍ରମେ ମହିଳା ଜଣକ ଶୁଆ ଦୁଇଟିକୁ ପଞ୍ଜୁରୀରୁ ମୁକ୍ତ କରିଥିଲେ। ବାଳକଟି ଶୁଆଙ୍କୁ ତାଙ୍କ ନାମ ଧରି ଡାକିବା ମାତ୍ରେ ଉଭୟ ଶୁଆ ତାଙ୍କ କାନ୍ଧରେ ବସିଥିଲେ। ଏହିପରି ଭାବରେ, ପୁଲିସ ଶୁଆଟିକୁ ବାଳକଙ୍କୁ ହସ୍ତାନ୍ତର କରିଥିଲା |

ସମ୍ବନ୍ଧିତ ଖବର