ନୂଆଦିଲ୍ଲୀ: ଦିଲ୍ଲୀ ବୁରାଡିରେ ଗୋଟିଏ ପରିବାରର ୧୧ଜଣ ସଦସ୍ୟ ଏକାଠି ଆତ୍ମହତ୍ୟା କରିଥିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ପୁଲିସଠାରୁ ଆରମ୍ଭ କରି କ୍ରାଇମ୍ବ୍ରାଞ୍ଚ ପର୍ଯ୍ୟନ୍ତ କେହି ବି ଏଯାବତ୍ ଏହି ଘଟଣାର ସତ୍ୟତା ଜାଣି ପାରିଲେ ନାହିଁ। ବୁରାଡିର ସନ୍ତ ନଗରରେ ଗୋଟିଏ ପରିବାରର ୧୧ଜଣଙ୍କ ମୃତ୍ୟୁକୁ କେତେଲୋକ ଆତ୍ମହତ୍ୟା କହୁଥିଲା ବେଳେ ଅନ୍ୟମାନେ ହତ୍ୟାର ରୂପ ଦେଇଥିଲେ। ତେବେ ଏଇକିଛି ଦିନ ହେବ ବୁରାଡି କାଣ୍ଡ ସହିତ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ସୋସିଆଲ ମିଡିଆରେ ଭାଇରାଲ ଖବର ମୁତାବକ, ଦିଲ୍ଲୀର ବୁରାଡିରେ ଗୋଟିଏ ପରିବାର ମୃତ୍ୟୁ ହୋଇଥିବା ୧୧ଜଣ ସଦସ୍ୟଙ୍କ ପୁନର୍ଜନ୍ମ ହୋଇଛି। ଗୁଜୁରାଟର ସୁରଟରେ ଜଣେ ପାରସି ମହିଳା ଏକାସହିତ ୧୧ଜଣ ଶିଶୁକୁ ଜନ୍ମ ଦେଇଥିବା ଖବର ଶୁଣିବାକୁ ମିଳିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଲୋକମାନେ ବୁରାଡିରେ ଆତ୍ମହତ୍ୟା କରିଥିବା ୧୧ଜଣ ସଦସ୍ୟଙ୍କ ପୁନର୍ଜନ୍ମ ହୋଇଥିବା କହୁଛନ୍ତି। ତେବେ ୧୧ଟି ଶିଶୁ ଯେଉଁ ଡାକ୍ତରଖାନାରେ ଜନ୍ମ ନେଇଛନ୍ତି ସେହି ଡାକ୍ତରଖାନାର ଡାକ୍ତର ଏହି ଖବରକୁ ପୂରାପୂରି ଖଣ୍ଡନ କରିଛନ୍ତି। ଡାକ୍ତରଙ୍କ କହିବାନୁସାରେ ଜଣେ ମହିଳା ଏକାଥରକେ ୧୧ଜଣ ଶିଶୁକୁ ଜନ୍ମ ଦେଇ ହିଁ ପାରିବେ ନାହିଁ। ଏହା ସମ୍ପୂର୍ଣ୍ଣ ଅସମ୍ଭବ ଅଟେ।
/sambad/media/post_attachments/wp-content/uploads/2018/08/image-1-300x194.jpg)
ତେବେ ବାସ୍ତବ କଥା ହେଉଛି, ସୁରାଟରେ ଜନ୍ମ ନେଇଥିବା ୧୧ଜଣ ଶିଶୁ ଜଣେ ମହିଳାଙ୍କଠାରୁ ନୁହେଁ ବରଂ ୪ଜଣ ମହିଳାଙ୍କଠାରୁ ଜନ୍ମ। ୧୧ଶିଶୁଙ୍କ ମଧ୍ୟରୁ ୬ଜଣ ଶିଶୁ ଜଣେ ମହିଳା ଜନ୍ମ ଦେଇଥିବା ବେଳେ ଦୁଇ ଜଣ ମହିଳାଙ୍କ ଜାଅାଁଳା ଶିଶୁ ହୋଇଥିଲା। ସେହିପରି ଅନ୍ୟ ଜଣେ ମହିଳା ଗୋଟିଏ ଶିଶୁକୁ ଜନ୍ମ ଦେଇଥିଲେ। ଏହି ସମସ୍ତ ଶିଶୁଙ୍କ ଜନ୍ମ ଟେଷ୍ଟ ଟୁୟୁବ୍ ଟେକ୍ନିକ୍ ଜରିଆରେ ହୋଇଥିବା ଡାକ୍ତର କହିଛନ୍ତି। ଏହି ପିଲାଙ୍କ ଫଟୋ ଆମେରିକାର ଜଣେ ପାର୍ସି ମହିଳା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହାପରେ ଏହି ଫଟୋରେ କିଛି ପରିବର୍ତ୍ତନ କରି ବୁରାଡିରେ ଆତ୍ମହତ୍ୟା କରିଥିବା ୧୧ଜଣ ସଦସ୍ୟଙ୍କ ପୁନର୍ଜନ କହି ସୋସିଆଲ ମିଡିଆରେ ଭାଇରାଲ କରି ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/11-babies_3205458_835x547-m.jpg)