ତେଜପୁର : ସୋନିତପୁର ଜିଲ୍ଲା ପ୍ରଶାସନ ଗୁରୁବାର ଜଣେ ୧୧ବର୍ଷୀୟ ବାଳକକୁ ସମ୍ମାନିତ କରିଥିବା ଜଣା ପଡ଼ିଛି । ୪ଦିନ ପୂର୍ବରୁ ସାହାସୀ ବାଳକଜଣଙ୍କ ଜଣେ ମହିଳା ଏବଂ ତାଙ୍କ ଝିଅକୁ ବନ୍ୟା ଜଳରେ ଭାସି ଯିବାରୁ ରକ୍ଷା କରିଥିଲେ । ଏଭଳି ସାହସିକତା ପାଇଁ ଡେପୁଟି କମିସନର ନରସିଂହ ପାଓ୍ଵାର ଉତ୍ତମ ଟଣ୍ଟିଙ୍କୁ ୫,୦୦୦ଟଙ୍କା ଏବଂ ଏକ ସାଇକେଲ ଉପହାର ସ୍ୱରୁପ ଦେଇଥିବା ଜଣା ପଡ଼ିଛି । ଉତ୍ତମ ଚାଲି ଚାଲି ସ୍କୁଲ ଯାଉଥିବା ଜାଣି ତାଙ୍କୁ ସାଇକେଲ ଉପହାର ସ୍ୱରୁପ ଦିଆଯାଇଛି ।
/sambad/media/post_attachments/wp-content/uploads/2019/07/1562873711-Untitled-2_0-1.jpg)
ସୂଚନା ମୁତାବକ, ଜୁଲାଇ ୭ରେ ଅଞ୍ଜଳି ଏବଂ ତାଙ୍କ ଝିଅ ରିୟା ଧନଖାନା ଗାଁ ଦେଇ ଯାଉଥିବା ବେଳେ ଦିଗ୍ହୋଲଜୁଲି ନଦୀ ପାର ହେଉଥିଲେ । ଏହି ସମୟରେ ଦୁହେଁ ନଦୀରେ ଭାସି ଯାଉଥିବା ଦେଖି ଉତ୍ତମ ନଦୀକୁ ଡ଼େଇଁ ଦୁହିଁଙ୍କୁ ବଞ୍ଚାଇଥିଲା । କିନ୍ତୁ ଏହି ସମୟରେ ଆଉ ଜଣେ ନାବାଳିକାଙ୍କୁ ବଞ୍ଚାଇ ପାରି ନଥିଲେ ଉତ୍ତମ । ଯାହା ପାଇଁ ଉତ୍ତମ ଦୁଃଖ ପ୍ରକାଶ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Boy-Saves-Women-Daughter_Thumbnail.jpg)