ନୂଆଦିଲ୍ଲୀ: ଦୁନିଆରେ ଆଜିକାଲି ବିଭିନ୍ନ ପ୍ରକାର ରୋଗ ମଣିଷକୁ ଆକ୍ରାନ୍ତ କରୁଛି। ସମୟସମୟରେ ଡାକ୍ତରମାନେ ବି ରୋଗକୁ ଚିହ୍ନି ପାରୁ ନାହାନ୍ତି। ଏଭଳି ସମୟରେ କିପରି ସୁସ୍ଥ ଓ ନିରୋଗ ଜୀବନଯାପନ କରିହେବେ ତାହା ସମସ୍ତେ ଜାଣିବାକୁ ଚାହିଁ ଥାଆନ୍ତି।
ତେବେ ଦୀର୍ଘ ଦିନ କିପରି ବଞ୍ଚି ହେବ ନିକଟରେ ଦୁନିଆର ସବୁଠାରୁ ବୃଦ୍ଧ ବ୍ୟକ୍ତି ବ୍ରିଟନ୍ ଜନ୍ ଟିନିସଉଡ୍ ଲୋକଙ୍କୁ ମନ୍ତ୍ର ଦେଇଛନ୍ତି। ବ୍ରିଟନଙ୍କ ବୟସ ୧୧୧ବର୍ଷ ୨୨୨ଦିନ।
୧୯୧୨ ମସିହାରେ ଉତ୍ତର ଇଂଲଣ୍ଡର ମର୍ସିସାଇଡରେ ଟିନିସଉଡ୍ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଅବସରପ୍ରାପ୍ତ ଆକାଉଣ୍ଟାଣ୍ଟ ତଥା ଡାକ ବିଭାଗର ପୂର୍ବତନ କର୍ମଚାରୀ। ଆଜିକାଲି ଲୋକମାନଙ୍କୁ ୬୦ବର୍ଷ ହେଲା ବେଳକୁ ବିଭିନ୍ନ ପ୍ରକାର ରୋଗଗ୍ରାସ କରୁଛି। ଏଭଳି ସ୍ଥିତିରେ ଆପଣଙ୍କ ଦୀର୍ଘାୟୁ ହେବାର ରହସ୍ୟ କ’ଣ ବୋଲି ନିକଟରେ କିଛିଲୋକ ଟିନିସଉଡଙ୍କୁ ପ୍ରଶ୍ନ କରିଥିଲେ।
ଏହାର ଉତ୍ତରରେ ଟିନିସଉଡ୍ କହିଥିଲେ, ‘ଦୀର୍ଘ ଜୀବନ ବଞ୍ଚିବା କି କମ ତାହା ଆମ ହାତରେ ନାହିଁ। ହଁ ସୁସ୍ଥ ରହିବାକୁ ହେଲେ ଆମେ ଆମର ସ୍ବାସ୍ଥ୍ୟର ଯତ୍ନ ନେଇପାରିବା ଖାଦ୍ୟ ଉପରେ ଧ୍ୟାନ ଦେଇ ପାରିବା।
ବିଶେଷ କଥାଟି ହେଉଛି ସବୁବେଳେ ସକରାତ୍ମକ ଚିନ୍ତା କରନ୍ତୁ ନିଜକୁ ସକରାତ୍ମକ ରଖନ୍ତୁ ଦେଖିବେ ଦିନ କେମିତି କଟିଯିବ ଆପଣ ଜାଣି ପାରିବେ ନାହିଁ। କଥାରେ ଅଛି ସ୍ବାସ୍ଥ୍ୟ ହିଁ ସମ୍ପଦ। ତେଣୁ ଆମେ ଯେତେ ବି କାର୍ଯ୍ୟ ବ୍ୟସ୍ତରେ ଥାଉ ନା କାହିଁକି ସ୍ବାସ୍ଥ୍ୟ ପ୍ରତି ନିହାତି ଧ୍ୟାନ ଦେବା ଓ ଅନ୍ୟକୁ ବି ଏଦିଗର ପ୍ରବର୍ତ୍ତାଇବା ଉଚିତ।
ଟିନିସଉଡ୍ ପ୍ରଥମ ବ୍ୟକ୍ତି ନୁହନ୍ତି ଯିଏକି ୧୧୧ବର୍ଷ ବଞ୍ଚିଛନ୍ତି। ସ୍ପେନର ମାରିଆ ବ୍ରାନ୍ୟାସ ମୋରେରା ଯିଏ କି ୧୧୭ ବର୍ଷ ବଞ୍ଚିଥିବା ବେଳେ ଜାପାନର ଜିରୋମୋନ କିମୁରା ଯିଏ ୧୧୬ ବର୍ଷ ୫୪ ଦିନ ବଞ୍ଚିଥିଲେ।