ପୂର୍ବ ଓ ପର ଜନ୍ମରେ ବିଶ୍ୱାସ କରୁଥିବା ଲୋକେ ଜାଣନ୍ତି ଯେ ଏ ଜନ୍ମର ଜୀବନ ପୂର୍ବଜନ୍ମର ଜୀବନରେ ଛନ୍ଦି ହୋଇ ରହିଥାଏ। କେବେ ଭାବିଛନ୍ତି କାହିଁକି ଜଣେ ମହାନ୍ ନେତୃତ୍ୱ ଗୁଣର ଅଧିକାରୀ ହୋଇ ଜନ୍ମ ନେଇ ଥାଆନ୍ତି। କାହିଁକି ଜଣଙ୍କ ଫେସନ୍ଜ୍ଞାନ ଭଲ ହୋଇଥାଏ। କାହିଁକି ଜଣେ ଜନ୍ମରୁ ସଙ୍ଗୀତଜ୍ଞ ହୋଇ ଥାଆନ୍ତି। ଏ ସବୁ ପୂର୍ବଜନ୍ମର କଥା। ସମସ୍ତେ ନିଜ ନିଜ ପୂର୍ବଜନ୍ମର ରହସ୍ୟ ଭେଦ କରିବାକୁ ଆଗ୍ରହୀ ହୋଇଥାଆନ୍ତି। ଚାଲନ୍ତୁ, ପୂର୍ବଜନ୍ମ ଖୋଜିବା।
ଏଥିପାଇଁ ପ୍ରଥମେ ଆପଣଙ୍କ ମନକୁ ସ୍ଥିର କରନ୍ତୁ। ଅର୍ଥାତ୍ ମନରୁ ସମସ୍ତ ଭାବନା ଏବଂ ଆବେଶକୁ ଦୂରେଇ ଦିଅନ୍ତୁ। ତା’ପରେ ତଳକୁ ତଳ ରହିଥିବା ଚିତ୍ରଗୁଡ଼ିକୁ ଦେଖନ୍ତୁ। ସେଗୁଡ଼ିକ ଦୃଷ୍ଟିଭ୍ରମ କଲାଭଳି ଚିତ୍ର। ଅର୍ଥାତ୍ ସେ ଚିତ୍ର ଭିତରେ ମଧ୍ୟ ଆହୁରି ଚିତ୍ର ସନ୍ନିହିତ ହୋଇଛି। ପ୍ରଥମ ଦେଖାରେ ଆପଣ ଉକ୍ତ ଚିତ୍ରରେ ଯାହା ଦେଖିବେ, ତାହାହିଁ ଆପଣଙ୍କ ପୂର୍ବଜନ୍ମ ବୃତ୍ତାନ୍ତ କହିବ। ସେଥିପାଇଁ ଚିତ୍ର ତଳେ ଦିଆ ଯାଇଥିବା ବିକଳ୍ପ ଉତ୍ତର ସହ ନିଜର ଉତ୍ତର ମିଳାନ୍ତୁ।
Image Courtesy of the Speaking Treeପ୍ରଥମ ଚିତ୍ର: ଏଥିରେ ଆପଣ କ’ଣ ଦେଖୁଛନ୍ତି?
(କ) ଖପୁରି (ଖ) ଦୁଇ ଜଣ ଲୋକ (ଗ) ସାମ୍ପେନ୍ ଗ୍ଲାସ୍
Image Courtesy of the Speaking Treeଦ୍ୱିତୀୟ ଚିତ୍ର: ଏଥିରେ ଆପଣ କ’ଣ ଦେଖୁଛନ୍ତି?
(କ) ଚାରି ଜଣ ଲୋକ (ଖ) ହସିଲା ମଣିଷ (ଗ) ଘୋଡ଼ା
Image Courtesy of the Speaking Treeତୃତୀୟ ଚିତ୍ର: ଏଥିରେ ଆପଣ କ’ଣ ଦେଖୁଛନ୍ତି?
(କ) ପତ୍ର (ଖ) ଫୁଲ (ଗ) ମହିଳାଙ୍କ ମୁହଁ
Image Courtesy of the Speaking Treeଚତୁର୍ଥ ଚିତ୍ର: ଏଥିରେ ଆପଣ କ’ଣ ଦେଖୁଛନ୍ତି?
(କ) ମହିଳାଙ୍କ ମୁହଁ (ଖ) ଦୁଇଟି ଘୋଡ଼ା (ଗ) ଉଜ୍ଜ୍ୱଳ ଆକାଶ
Image Courtesy of the Speaking Treeପଞ୍ଚମ ଚିତ୍ର: ଏଥିରେ ଆପଣ କ’ଣ ଦେଖୁଛନ୍ତି?
(କ) ଦୁଃଖୀ ମଣିଷର ମୁହଁ (ଖ) ଛତା ଧରିଥିବା ମହିଳା (ଗ) ସାମ୍ନାକୁ ଚାହିଁଥିବା ମହିଳା
Image Courtesy of the Speaking Treeଷଷ୍ଠ ଚିତ୍ର: ଏଥିରେ ଆପଣ କ’ଣ ଦେଖୁଛନ୍ତି?
(କ) ସୋଫା (ଖ) ବହି ପଢୁଥିବା ମହିଳା (ଗ) ସାଲ୍ଭାଡୋର୍ ଡାଲିର ମୁହଁ
Image Courtesy of the Speaking Treeସପ୍ତମ ଚିତ୍ର: ଏଥିରେ ଆପଣ କ’ଣ ଦେଖୁଛନ୍ତି?
(କ) ଛୁଆ କାଖେଇଥିବା ମହିଳା (ଖ) ମଣିଷର ମୁହଁ (ଗ) ବାଡ଼ି ଧରିଥିବା ବୁଢ଼ା
Image Courtesy of the Speaking Treeଅଷ୍ଟମ ଚିତ୍ର: ଏଥିରେ ଆପଣ କ’ଣ ଦେଖୁଛନ୍ତି?
(କ) ଆଣ୍ଠେଇ ଥିବା ମହିଳାମାନେ (ଖ) ଶୋଇଥିବା ଅନ୍ତଃସତ୍ତ୍ୱା ମହିଳା (ଗ) ମୁହଁ
Image Courtesy of the Speaking Treeନବମ ଚିତ୍ର: ଏଥିରେ ଆପଣ କ’ଣ ଦେଖୁଛନ୍ତି?
(କ) ବିରାଡ଼ି (ଖ) ମୋନା ଲିସା (ଗ) କୁକୁର
Image Courtesy of the Speaking Treeଦଶମ ଚିତ୍ର: ଏଥିରେ ଆପଣ କ’ଣ ଦେଖୁଛନ୍ତି?
(କ) ଦୁଇ ଗାୟକ (ଖ) ଦୁଆରେ ଠିଆ ନାରୀ (ଗ) ବୃଦ୍ଧ ଦମ୍ପତିଙ୍କ ମୁହଁ
Image Courtesy of the Speaking Treeଏକାଦଶ ଚିତ୍ର: ଏଥିରେ ଆପଣ କ’ଣ ଦେଖୁଛନ୍ତି?
(କ) ଗିତାରଧାରୀ ମଣିଷ (ଖ) ଜନ୍ ଲିନନ୍ (ଗ) ଦୁଇ ଜଣ ଲୋକ
Image Courtesy of the Speaking Treeଦ୍ୱାଦଶ ଚିତ୍ର: ଏଥିରେ ଆପଣ କ’ଣ ଦେଖୁଛନ୍ତି?
(କ) ଜିନ୍ସ୍ ପିନ୍ଧା ଲୋକ (ଖ) ନଗ୍ନ ନାରୀ (ଗ) ହଂସ
ଏଥର ଉତ୍ତର ମିଳାନ୍ତୁ:
ଅଧିକାଂଶ ଉତ୍ତର ‘କ’ ହୋଇଥିଲେ: ଆପଣ ଯୁଦ୍ଧକ୍ଷେତ୍ରରେ ଜନ୍ମିଥିଲେ ଗୋଟାଏ କଠିନ ଯୁଦ୍ଧରେ ପରାକ୍ରମ ଦେଖାଇବାକୁ। ଆପଣାର ଲୋକଙ୍କ ପାଇଁ ଜାଣି ଜାଣି ଆତ୍ମବଳି ଦେବା ଆପଣଙ୍କର ସ୍ୱଭାବ। ଆପଣଙ୍କ ମଧ୍ୟରେ ପ୍ରଜ୍ଜ୍ୱଳିତ ଥିବା ବହ୍ନି ପୂର୍ବ ଜନ୍ମରୁ ଜଳି ଆସୁଛି। ଆପଣ ଅସୀମ ସାହସ ଏବଂ ଅପୂର୍ବ ପ୍ରତିବଦ୍ଧତା ପାଇଁ ସୁପରିଚିତ। ଆପଣଙ୍କ ପୂର୍ବଜନ୍ମ ସଂଗ୍ରାମପୂର୍ଣ୍ଣ ଥିବାରୁ ଏବେ ମଧ୍ୟ ଆପଣଙ୍କ ଭିତରେ ଯୋଦ୍ଧାର ଶୌର୍ଯ୍ୟ ରହିଛି।
ଅଧିକାଂଶ ଉତ୍ତର ‘ଖ’ ହୋଇଥିଲେ: ପୂର୍ବଜନ୍ମରେ ଆପଣ ଥିଲେ ଆକର୍ଷଣୀୟ ଏବଂ ଯାଦୁକରୀ ବ୍ୟକ୍ତିତ୍ୱ। ଆପଣଙ୍କ ବ୍ୟକ୍ତିତ୍ୱ ଥିଲା ବଳିଷ୍ଠ, ରସିକ ଏବଂ ପ୍ରତିବଦ୍ଧ ସ୍ୱଭାବର। ସାଧୁତା ଏବଂ ପରିଶ୍ରମୀ ସ୍ୱଭାବ ଯୋଗୁଁ ଲୋକେ ଆପଣଙ୍କୁ ପ୍ରଶଂସା କରିନ୍ତି। ଉଭୟ ପୁରୁଷ ଓ ନାରୀ ଆପଣଙ୍କ ରିତିନୀତି ଅନୁସରଣ କରନ୍ତି। ଆପଣଙ୍କ ଚୁମ୍ବକୀୟ ବ୍ୟକ୍ତିତ୍ୱ ଅନେକଙ୍କୁ ଆପଣଙ୍କ ଆଡ଼କୁ ଆକର୍ଷିତ କରେ।
ଅଧିକାଂଶ ଉତ୍ତର ‘ଗ’ ହେଲେ:
ଆପଣ ସବୁବେଳେ ସ୍ୱାଧୀନଚେତା ଏବଂ ସନ୍ତୁଷ୍ଟ ହୋଇ ଥାଆନ୍ତି। ଅନ୍ୟ କାହାରି କଥା ଆପଣଙ୍କ ବ୍ୟଥିତ କରେ ନାହିଁ। ଏହାର କାରଣ, ଆପଣ ପୂର୍ବଜନ୍ମରେ ଭିନ୍ନ ଥିବାରୁ ଏ ଜନ୍ମରେ ଆପଣଙ୍କୁ ଏ ଭଳି ଆଶିଷ ମିଳିଛି। ଆପଣ ଫୂର୍ତ୍ତି ମିଜାଜର ହୋଇଥିବାରୁ ଚର୍ତୁପାର୍ଶ୍ୱରେ ଘଟୁଥିବା ହିଂସା ଓ ଦ୍ୱେଷ ଯୋଗୁଁ ବିଚଳିତ ହୁଅନ୍ତି ନାହିଁ। ପୂର୍ବଜନ୍ମରେ ଆପଣ ଥିଲେ ଜଣେ ସାଧାରଣ ବ୍ୟକ୍ତି। ନିଜ ଇଚ୍ଛାମତେ ଅବାଧରେ ଚଳୁଥିଲେ। ଆପଣଙ୍କୁ ଯାହା ଭଲ ଲାଗେ, ତାହା କରନ୍ତି। ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇବାରେ ଆପଣ ବିଶ୍ୱାସ କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/1-11.jpg)