୧୨ବର୍ଷର ବାଳକ ଦେଖାଇଲା ସାହାସ, ଚିତାବାଘକୁ କଠୋରିରେ କଲା ବନ୍ଦ

ନୂଆଦିଲ୍ଲୀ: ନାସିକ୍ ଜିଲ୍ଲାର ମାଲେଗାଓଁ ସହରରେ ଘଟିଥିବା ଏକ ଲୋମଟାଙ୍କୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଜଣେ ୧୨ବର୍ଷ ବାଳକଙ୍କ ସାହାସ ଦେଖି ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି।

ସୂଚନାଯୋଗ୍ୟ, ଏକ ଚିତାବାଘ ଖାଦ୍ୟ ଖୋଜିଖୋଜି ଜଙ୍ଗଲରୁ ମାଲେଗାଓଁ ସହର ଅଭିମୁଖେ ଚାଲି ଆସିଥିଲା। ଏହି ବାଘ ଏକ ଲାଉଞ୍ଜ କଠୋରିର କବାଟ ଖୋଲା ଥିବ‌ା ଦେଖି ଭିତରକୁ ପ୍ରବେଶ କରିଥିଲା। ଉକ୍ତ କଠୋରି ଭିତ‌ରେ ମୋହିତ ବିଜୟ ଅହିରେ ନାମକ ଜଣେ ୧୨ ବର୍ଷର ବାଳକ ବସିଥିଲା। ସେ କଠୋରିରେ ବସି ମୋବାଇଲରେ ଗେମ ଖେଳୁଥିବା ସମୟରେ ହଠାତ ବାଘ ଭିତରକୁ ପଶି ଆସିଥିଲା।

ଏଭଳି ଏକ ବିପଦପୂର୍ଣ୍ଣ ପରିସ୍ଥିତିରେ ଯେକେହି ଭୟ କରିଯିବା ସ୍ବାଭାବିକ କଥା କିନ୍ତୁ ମୋହିତ ଉପସ୍ଥିତ ବୁଦ୍ଧି ଖଟାଇ କଠୋରିରୁ କୌଶଳକ୍ରମେ ବ‌ାହାରକୁ ଚାଲି ଆସି ବାଘକୁ ବାହାର ପାର୍ଶ୍ବରୁ କବାଟ ଦେଇ ଦେଇଥିଲା। ଆଉ ଘଟଣା ବିଷୟରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ଯାହାର ଦୃଶ୍ୟ ଆପଣମାନେ ଭାଇରାଲ ହୋଇଥିବା ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖି ପାରିବେ।

 


ଏହା ପରେ ଜଙ୍ଗଲ ବିଭାଗ ଏବଂ ପୁଲିସ ବିଭାଗର କର୍ମଚାରୀମାନେ ଚିତାବାଘକୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ତୁରନ୍ତ ସେମାନେ ଚିତାବାଘକୁ ଚେତାଶୂନ୍ୟ ଇଞ୍ଜେକ୍ସନ ଦେଇ କାବୁ କରିଥିଲେ।

 

ସମ୍ବନ୍ଧିତ ଖବର