୧୨ ବର୍ଷର ବାଳକ ଡାଟା ବୈଜ୍ଞାନିକ ଭାବେ ଚାକିରି ପାଇଲେ

ହାଇଦ୍ରାବାଦ: ସାଧାରଣତଃ  ସପ୍ଟଓୟାର କମ୍ପାନିମାନେ ପ୍ରାର୍ଥୀଙ୍କ ଅଭିଜ୍ଞତା ଓ ବୟସକୁ ଦେଖି ଚାକିରି ଦେଇଥାଆନ୍ତି। କିନ୍ତୁ ହାଇଦ୍ରାବାଦର ଏକ କମ୍ପାନି ୧୨ ବର୍ଷର ଜଣେ ନାବାଳକଙ୍କୁ ଡାଟା ବୈଜ୍ଞାନିକ ଭାବେ ଚାକିରିରେ ନିୟୋଜିତ କରିଛନ୍ତି। ଏହାପରଠାରୁ ଉକ୍ତ ବାଳକ ଚର୍ଚ୍ଚାର ପରିସରରେ ରହିଛନ୍ତି। ଏହି ବାଳକର ନାମ ସିଦ୍ଧାର୍ଥ ଶ୍ରୀବାସ୍ତବ ପିଲ୍ଲାଇ। ସିଦ୍ଧାର୍ଥ ଏବେ ଚୈତନ୍ୟ ସ୍କୁଲରେ ୭ମ ଶ୍ରେଣୀରେ ପାଠ ପଢୁଛନ୍ତି।

ସିଦ୍ଧାର୍ଥ ଏତେ କମ୍‌ ବୟସରୁ ଡାଟା ବୈଜ୍ଞାନିକ ଭାବେ ଚାକିରି ପାଇବା ପରେ ବହୁତ ଖୁସି ହୋଇଯାଇଛନ୍ତି। ଏହାକୁ ନେଇ ସେ କହନ୍ତି, ପିତାଙ୍କ ସହଯୋଗରେ ପିଲାବେଳୁ କମ୍ପ୍ୟୁଟର କୋଡିଂ ଶିଖିଥିଲି। ସେ ମୋତେ ସଫଳ ଲୋକଙ୍କ ଜୀବନୀ ପଢାଇଥିଲେ। ପିତାଙ୍କ ଯୋଗୁ ମୁଁ ବହୁତ କିଛି ଶିଖିଛି। ଏଥିସହିତ ଗୁଗୁଲ ଡେଭଲପର୍‌ ତନ୍ମୟ ବକ୍ସିଙ୍କ ପ୍ରେରଣାରେ ମୁଁ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛି ବୋଲି ସିଦ୍ଧାର୍ଥ କହିଛନ୍ତି। ତନ୍ମୟଙ୍କୁ ମଧ୍ୟ ଖୁବ୍‌ କମ୍‌ ବୟସରେ ଗୁଗୁଲରେ ଏକ ଡେଭଲପର୍‌ ଭାବେ ସ୍ଥାନ ମିଳିଥିଲା।

ସମ୍ବନ୍ଧିତ ଖବର