ତିରୁବନନ୍ତପୁରମ୍: କେରଳ ବନ୍ୟା ଦୁର୍ଗତଙ୍କ ସାହାର୍ଯ୍ୟ ପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସରକାର ଓ ଅନ୍ୟ ସଂସ୍ଥା ଆଗେଇ ଆସିଛନ୍ତି। ଏହି କ୍ରମରେ ନିକଟରେ ଜଣେ ନଅ ବର୍ଷିୟ ବାଳିକା ୯ହଜାର ଟଙ୍କା ଦାନ କରିବା ସହିତ ଭାଇଭଉଣୀ ଜମି ଦାନ କରିଥିବା ଶୁଣିବାକୁ ମିଳିଥିଲା। ଏବେ କେରଳ ପ୍ରପୀଡିତଙ୍କ ସାହଯ୍ୟ ପାଇଁ ଜଣେ ୧୨ବର୍ଷର ବାଳିକା ୧୯ଲକ୍ଷ ଟଙ୍କାର ସୁନାର କେକ୍ ଦାନ କରିଥିବା ବେଳେ ପଶ୍ଚିମବଙ୍ଗର ଜଣେ ଚାରିବର୍ଷର ଝିଅ ଜନ୍ମଦିନ ଉପହାରରେ ମିଳିଥିବା ସମସ୍ତ ଟଙ୍କାକୁ ଦାନ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି।
/sambad/media/post_attachments/wp-content/uploads/2018/08/x1-1535022905.jpg.pagespeed.ic_.VPXLlF8z1E-1-300x225.jpg)
/sambad/media/post_attachments/wp-content/uploads/2018/08/6-1535019374-300x225.jpg)
ସୂଚନାଯୋଗ୍ୟ, ଦୁବାଇରେ ରହୁଥିବା ୧୨ବର୍ଷର ଝିଅ ପ୍ରନାଥିଙ୍କ ଜନ୍ମ ଦିନରେ ତା’ର ପିତା ବିବେକ କଲ୍ଲିଡିଲ ତାକୁ ଜନ୍ମଦିନ ଉପହାରରେ ୧୯ଲକ୍ଷ ଟଙ୍କାର କେକ୍ ଉପହାର ଦେଇଥିଲେ। ଏହି କେକ୍ଟି ଅଧା କିଲୋ ସୁନାରେ ତିଆରି ହୋଇଥିଲା। ଝିଅଟି ବାପାଙ୍କଠାରୁ ଉପହାରରେ ପାଇଥିବା ଏହି କେକ୍କୁ କେରଳ ବନ୍ୟା ପ୍ରପୀଡିତଙ୍କ ସାହାଯ୍ୟ ପାଇଁ କେରଳ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରେ ଦାନ କରିଛି। ବିବେକ ପେସାରେ ଜଣେ ଇଣ୍ଡଷ୍ଟ୍ରିଆଲିଷ୍ଟ। ତେବେ ପ୍ରନାଥିଙ୍କ ପାଇଁ ଏହା ପ୍ରତମ ଘଟଣା ନୁହେଁ, ସେ ତାଙ୍କ ପିତାଙ୍କ ଜରିଆରେ ଅନେକ ପିଲାଙ୍କୁ ସାହାଯ୍ୟ କରିଛନ୍ତି।
ଚଳିତବର୍ଷ ଚେନ୍ନାଇ କାଞ୍ଚିରେ କାମାକୋଡି ଟ୍ରଷ୍ଟ ହସ୍ପିଟାଲରେ ୧୫ବର୍ଷର ପିଲା ଚିକିତ୍ସା ପାଇଁ ସଂଘର୍ଷ କରୁଥିବା ପ୍ରନାଥି ଦେଖିବାକୁ ପାଇଥିଲେ। ଏହାପରେ ନିଜ ପିତାଙ୍କ ଜରିଆରେ ସେହି ପିଲାର ସର୍ଜରି ପାଇଁ ଖର୍ଚ୍ଚ ହେବାକୁ ଥିବା ତିନିଲକ୍ଷ ଟଙ୍କା ଦାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/8998.jpg)