ଭାଇରାଲ ଭିଡିଓରେ ନଜର ଆସିଲା ୧୨ବର୍ଷୀୟ ନାବାଳକଙ୍କ ସାହସିକତା: ଜଳମଗ୍ନ ପୋଲ ଉପରେ ଆମ୍ବୁଲାନ୍ସକୁ ଦେଖାଇଲେ ବାଟ 

ବେଙ୍ଗାଲୁରୁ : ଲଗାଣ ବର୍ଷା ପାଇଁ ଏବେ କର୍ଣ୍ଣାଟକର ସ୍ଥିତି ସଙ୍ଗୀନ୍‌ ହୋଇ ପଡ଼ିଛି । ବନ୍ୟା ଯୋଗୁଁ ଲୋକମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ଚାରିଆଡ଼େ ବନ୍ୟାଜଳ ଭରି ରହିଥିବାରୁ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି ଲୋକେ । ଏଭଳି ପରିସ୍ଥିତିରେ ଜଣେ ୧୨ବର୍ଷୀୟ ନାବାଳକ ସାହାସିକତାର ଉଦାହରଣ ଦେଇଛନ୍ତି । ବନ୍ୟା ଜଳକୁ ଖାତିର୍‌ ନ କରି ସେ ୬ଜଣ ଶିଶୁଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ବାଟ ଦେଖାଇଥିବାର ଭିିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ଆମ୍ବୁଲାନ୍ସ ଜଣେ ମୃତ ମହିଳା ଓ ୬ଜଣ ଶିଶୁଙ୍କୁ ଧରି ମଛନୁର ଗାଁକୁ ଯାଉଥିଲା । ଏହି ସମୟରେ ଆମ୍ବୁଲାନ୍ସଟିକୁ ବନ୍ୟା ଜଳରେ ଭରି ଯାଇଥିବା ଏକ ବ୍ରିଜ୍‌ ଉପର ଦେଇ ଯିବା ଥିଲା । ପାଣି ପାଇଁ ଚାଳକ ରାସ୍ତା ଜାଣି ପାରୁ ନଥିବାରୁ ୧୨ବର୍ଷୀୟ ଭେଙ୍କଟେଶ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ । ଭାଇରାଲ ହୋଇଥିବା ଭିଡିଓରେ ଆମ୍ବୁଲାନ୍ସ ଆଗେ ଆଗେ ଭେଙ୍କଟେଶ ଦୌଡ଼ି ଦୌଡ଼ି ଯାଉଥିବା ବେଳେ ଆମ୍ବୁଲାନ୍ସ ପଛେ ପଛେ ଯାଉଥିବା ଦେଖାଯାଇଛି । ଭେଙ୍କଟେଶଙ୍କ ଏଭଳି କାମ ତାଙ୍କୁ ଅସଲି ହିରୋ ବନାଇଥିବା ବେଳେ ଭେଙ୍କଟେଶ କହିଛନ୍ତି, ମୁଁ ଜାଣିନି ଯାହା ମୁଁ କରିଛି, ତାହା ସାହାସିକତାର ପରିଚୟ ଦେଉଛି କି ନାହିଁ । କିନ୍ତୁ ମୁଁ ହିରୋ ହେବା ପାଇଁ ନୁହେଁ, ଚାଳକଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏଭଳି କରିଥିଲି ।

ସମ୍ବନ୍ଧିତ ଖବର