ଦ୍ୱାଦଶ ଫେଲ ହୋଇଥିବା ଯୁବକ ଗୁଗୁଲକୁ ପଚାରୁଥିଲେ ‘କ’ଣ କରିବି’, ଏଭଳି ଭାବେ ହୋଇଗଲେ କୋଟିପତି

ନୂଆଦିଲ୍ଲୀ: ୧୭ବର୍ଷ ବୟସରେ ଅଧିକାଂଶ ପିଲା କଲେଜରେ ଆଡମିସନ୍‌ ନେଇ ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇ ଥାଆନ୍ତି। ସେହିପରି ୧୭ବର୍ଷର ବୟସରେ ପିଲା ବି ନିଜର ପ୍ରଥମ ଷ୍ଟାର୍ଟଅପ୍‌ ବି ଲଞ୍ଚ କରି ଦେଇ ଥାଆନ୍ତି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଆଜି ଆମେ ଦିଲ୍ଲୀରେ ବସବାସ କରୁଥିବା ଦ୍ୱାଦଶ ଶ୍ରେଣୀ ଫେଲ ତ୍ରିଷଭ ଲଓ୍ଵାନିୟାଙ୍କ କଥା କହିବାକୁ ଯାଉଛି। ତ୍ରିଷଭ ଦ୍ୱାଦଶ ଶ୍ରେଣୀ ଫେଲ ହୋଇ ମଧ୍ୟ ହାର ନମାନି ଏକ କମ୍ପାନି WeeTracker ଚଳାଉଛନ୍ତି। ଯାହାର ସେ ଏମ୍‌ଡି ଓ ସିଇଓ ମଧ୍ୟ। ତ୍ରିଷଭ ଏବେ ୨୪ବର୍ଷରେ ପ୍ରଦାର୍ପଣ କରିସାରିଛନ୍ତି।

ନିଜ ପିତାଙ୍କ ଭଳି ତ୍ରିଷଭ ଜଣେ ସିଭିଲ୍‌ ଇଞ୍ଜିନିୟର ବନିବାକୁ ଇଚ୍ଛା ରଖିଥିଲେ। କିନ୍ତୁ ଦ୍ୱାଦଶ ଶ୍ରେଣୀ ଫେଲ ହେବାପରେ ତାଙ୍କ ଆଶା ଆକାଂକ୍ଷା ସବୁ କିଛି ଯେପରି ପାଣି ଫଟକା ପରି ମେଳାଇ ଯାଇଥିଲା। ସେତେବେଳ ସେ ଗୁଗୁଲକୁ ସବୁବେଳେ ପଚାରୁ ଥିଲେ କି ଏବେ ସେ କ’ଣ କରିବେ? ଏମିତି କିଛି ଦିନ ଗଲା ପରେ ୧୭ବର୍ଷ ବୟସରେ ୨୦୧୦ରେ ସେ ନିଜର ଏକ ଷ୍ଟାର୍ଟଅପ୍‌ ‘ରେଡ୍‌ କାର୍ପେଟ’ ଆରମ୍ଭ କରିଥିଲେ। ଏହା ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନି ଥିଲା। ଏହାପରେ ଅର୍ଥାତ୍‌ ୨୦୧୩ରେ ସେ JusGetITଲଞ୍ଚ କରିଥିଲେ। ଯାହାକି ଏକ ଲାଜିଷ୍ଟିକ୍‌ ଷ୍ଟାର୍ଟଅପ ଥିଲା। ତ୍ରିଷଭ ଏବେ ସାଉଥ୍‌ ଆଫ୍ରିକାରେ ନିଜର ବ୍ୟବସାୟକୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି।

 

ସମ୍ବନ୍ଧିତ ଖବର