ନୂଆଦିଲ୍ଲୀ: ଅଫିସ୍ ଟେନସନ୍ ହେଉ କି ଘର ଟେନସନ୍, କିମ୍ୱା ଅନ୍ୟ କୌଣସି ଟେନସନ୍ ହେଉ... ସବୁ ଟେନସନକୁ ଦୂର କରିବା ପାଇଁ ଏବେ ଯୁବପୀଢିମାନେ ସିଗାରେଟକୁ ଆପଣାଇ ନେଇଛନ୍ତି । କିଛି ଲୋକ ପ୍ରେସରରେ ଆସି ସିଗାରେଟ୍ ଟାଣୁଛନ୍ତି ତ ଆଉ କିଛି ଲୋକ ମଜା ମସ୍ତି ପାଇଁ ସିଗାରେଟ୍ ଟାଣୁଛନ୍ତି । ଖାସ କରି ସଂନ୍ଧ୍ୟା ହେଲେ ବିଭିନ୍ନ ଓମଫେଡରେ ଲୋକଙ୍କ ଭିଡ ଦେଖିବାକୁ ମିଳିଯିବ । ଗୋଟିଏ ହାତେର ଚା’ ଆଉ ଗୋଟେ ହାତରେ ସିଗାରେଟ୍... କିନ୍ତୁ କେହି ବୁଝନ୍ତିନି ନିଜ ଭିତରକୁ ନେଉଥିବା ସିଗାରେଟ୍ ଧୂଆଁ, ଧିରେ ଧିରେ ତାଙ୍କ ଶରୀରକୁ ଭିତରୁ ଖାଇ ଚାଲିଛି । ବୟସ ଅଛି, ଶରୀର ସବୁ ରୋଗ ସହ ଲଢେଇ କରୁଛି କିନ୍ତୁ କେତେ ଦିନ୍? ବେଳ ଥାଉ ଥାଉ ସଚେତନ ହେବାର ଆବଶ୍ୟକତା ରହିଛି । 

Advertisment

ଗାଡିଟିଏ ଖରାପ ହୋଇଗଲେ ତାକୁ ଗ୍ୟାରେଜକୁ ନେଇ ରିପେୟାର୍ କରି ହୋଇଯାଏ । କୌଣସି ପାର୍ଟ୍ସ ଭଙ୍ଗିଯାଇଥିଲେ, ଦୋକାନରୁ ନୂଆ ପାର୍ଟସ୍ କିଣି ଆଣି ଗାଡିରେ ଫିଟ୍ କରିଦିଆଯାଏ କିନ୍ତୁ ମଣିଷ ଶରୀରର କୌଣସି ଅଙ୍ଗ ଖରାପ ହୋଇଗଲେ ତାହା କୌଣସି ଦୋକାନରେ ମିଳେନାହିଁ । ଜୀବନ ଯାକ କଷ୍ଟରେ ଦିନ ବିତାଇବାକୁ ପଡିଥାଏ । କିମ୍ୱା ମଣିଷର ଜୀବନ ଚାଲିଯାଏ । ସିଗାଟେ ଟାଣିବା ଦ୍ୱାରା ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ । ଫୁସଫୁସ କ୍ୟାନ୍ସର, ହୃଦଘାତ ଭଳି ଘାରକ ସମସ୍ୟା ସୃଷ୍ଟି ହୋଇଥାଏ । କେତେକ ସ୍ଥାନରେ ରୋଗୀ ଚିକିତ୍ସାରେ ଟଙ୍କା ଖର୍ଚ୍ଚ କରି କରି ସର୍ବସାନ୍ତ ହୋଇଯାଏ ତ ଆଉ କେତେକ ସ୍ଥାନରେ ସିଗାରେଟ୍ ଜୀବନ ନେଇଯାଇଥାଏ । 

ସିଗାରେଟ୍ ଧୂଆଁ ପିଲାଙ୍କ ପାଇଁ କାଳ 

ଜଣେ ବ୍ୟକ୍ତି ଯେତେବେଳେ ସିଗାରେଟ୍ ଟାଣନ୍ତି ଏହାର ସଂପୂର୍ଣ୍ଣ ମାତ୍ରା ଫୁସଫୁସ୍ କୁ ନଯାଇ କିଛି ଧୂଆଁ ମାଧ୍ୟମରେ ବାୟୁରେ ମିଶିଯାଏ ଏବଂ ବାୟୁ ଦ୍ୱାରା ଅନ୍ୟ ଜଣଙ୍କ ଭିତରକୁ ଧୂଆଁ ପ୍ରବେଶ କରେ । ଏହି ପ୍ରକିୟାକୁ ସେକେଣ୍ଡ ହ୍ୟାଣ୍ଡ ସ୍ମୋକିଙ୍ଗ୍ ବୋଲି କୁହାଯାଏ ଯାହାର ଅଧିକ ପ୍ରଭାବ ଛୋଟଛୁଆଙ୍କ ଉପରେ ପଡ଼େ । ୟୁମେଟାଇଡ୍ ଅର୍ଥରାଇଟିସରେ ଶରୀରର ଇମ୍ୟୁନ୍ ସିଷ୍ଟମ୍ ହିଁ ଗଣ୍ଠି ଉପରେ ଭାରି ପଡ଼ିଯାଏ , ଯାହାଦ୍ୱାରା ଗଣ୍ଠି ଦରଜ ଏବଂ ଫୁଲିବା ଭଳି ସମସ୍ୟା ମଧ୍ୟ ଦେଖାଯାଏ । ଚଲାବୁଲା କରିବା ବେଳେ କଷ୍ଟ ଅନୁଭବ ହୁଏ । ଯେଉଁ ଲୋକଙ୍କ ଭିତରେ ଏଭଳି ସମସ୍ୟା ଦେଖାଯାଏ ସେମାନଙ୍କ ଚିକିତ୍ସା ଉପରେ ଧ୍ୟାନ ଦିଆଯିବା ସହ କିଛି ଖାଦ୍ୟପେୟ ଉପରେ କଣ୍ଟ୍ରୋଲ୍ କରିବାର ଆବଶ୍ୟକତା ପଡ଼ିଯାଏ । ଅବହେଳା ହେଲେ ସମସ୍ୟା ସ୍ଥାୟୀ ରୂପ ନେଇ ଦିବ୍ୟାଙ୍ଗତା ଆଡ଼କୁ ମଧ୍ୟ ନେଇପାରେ । ସର୍ଭେ ଅନୁସାରେ ୟୁମେଟାଇଡ୍ ଅର୍ଥରାଇଟିସ ଏକ ଜଟିଳ ସମସ୍ୟା । ତେଣୁ ଏଥିରେ ସାବଧାନ ରହିବା ମଧ୍ୟ ନିହାତି ଜରୁରୀ । ପରିବାରରେ ଯଦି ଏହି ସମସ୍ୟା ଆଗରୁ ରହିଛି ତାହେଲେ ସେକେଣ୍ଡ ହ୍ୟାଣ୍ଡ ସ୍ମୋକ୍ କରିବା ଆଦୌ ଠିକ୍ ନୁହଁ । ଏଥିରେ ପିଲାଙ୍କ ଫୁସଫୁସ୍ ସମ୍ବନ୍ଧ ସମସ୍ୟା ମଧ୍ୟ ଦେଖାଯାଏ । ବିଶେଷଜ୍ଞଙ୍କ ମତରେ ତମାଖୁର ଧୂଆଁରେ ୪୦୦୦ ରୁ ଅଧିକ ରାସାୟନିକ ତତ୍ତ୍ୱ ରହିଥାଏ । ଯେଉଁଥିରେ ୨୫୦ ରୁ ଅଧିକ ରୋଗ ହେବାର ସମ୍ଭାବନା ରହିଥାଏ । ଫୁସଫୁସ୍ ସହ ଏହା ହୃଦରୋଗ ସମସ୍ୟା ମଧ୍ୟ ବଢାଏ ଏବଂ କ୍ୟାନ୍ସର ଭଳି ସମସ୍ୟା  ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । 

ଆଜି ମାର୍ଚ୍ଚ ୧୨ ତାରିଖ, ଜାତୀୟ ଧୂମପାନ ବର୍ଜନ ଦିବସ... ଆଜିର ଦିନରେ ସିଗାରେଟ୍ ବର୍ଜନ ପାଇଁ ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି । ସିଗାରେଟ୍ କିପରି ଶରୀର ପାଇଁ ସ୍ଲୋ ପଏଜନ୍ ସାଜେ ତାହା ଲୋକଙ୍କୁ ବୁଝାଇବାର ଆବଶ୍ୟକତା ରହିଛି । ତେବେ ଯାଇଁ ଯୁବପୀଢିମାନେ ନିଶାକୁ ଛାଡି ଭଲ ରାସ୍ତାରେ ଅଗ୍ରସର ହେବେ ।