ନୂଆଦିଲ୍ଲୀ: ଅଫିସର ଶୌଚାଳୟରେ କର୍ମଚାରୀମାନେ ଅଧିକ ସମୟ ବିତାଉଥିବା ଦେଖି ବ୍ରିଟେନର ଏକ କମ୍ପାନି ଅଭିନବ ଉପାୟ ବାହାର କରିଛି। ବ୍ରିଟେନରେ ଥିବା ଷ୍ଟାଣ୍ଡାର୍ଡ ଟଏଲେଟ କମ୍ପ‌ାନି ୧୩ ଡିଗ୍ରି ନୁଆଁଣିଆ ହୋଇଥିବା ଆକାରର କମୋଡ ତିଆରି କରିଥିବା ଜଣାପଡ଼ିଛି। ଏହି କମୋଡ ଉପରେ ଜଣେ ୫ମିନିଟରୁ ଅଧିକ ସମୟ ବସି ପାରିବେ ନାହିଁ। ଏହା ଦ୍ବାରା କର୍ମଚାରୀମାନେ ଅଧିକ ସମୟ ଶୌଚାଳୟ ଭିତରେ ରହି ପାରିବେ ନାହିଁ।

Advertisment

ଏହି କମୋଡର ଡିଜାଇନ୍ ବ୍ରିଟେନ ଟଏଲେଟ ଆସୋସିଏସନ ସାହାଯ୍ୟରେ ତିଆରି କରାଯାଇଛି।  ପୂର୍ବରୁ ବ୍ୟବହାର ହୋଇ ଆସୁଥିବା କମୋଡଠାରୁ ଏହା ସଂପୂର୍ଣ୍ଣ ଭିନ୍ନ। କାରଣ ଏହାର ଆଗପଟ ୧୩ଡିଗ୍ରି ତଳୁଆ ରଖାଯାଇ ଥିବାରୁ  ଏହା ଉପରେ ଅଧିକ ସମୟ ବସିବା ଦ୍ବାରା ବ୍ୟବହାରକାରୀଙ୍କ ‌ଗୋଡ଼ର ମାଂସପେଶୀ ଉପରେ ପ୍ରଭାବ ପଡ଼ିବ। ତଳକୁ ଖସିବା ଭଳି ଅନୁଭବ ହେବା ସହ ଅଧିକ ସମୟ ବସିବା ପାଇଁ ଅସହଜ ମନେ ହେବ। ଏହା ଦ୍ବାରା ଲୋକେ ଚାହି ବି ଅଧିକ ସମୟ ଏହି କମୋଡ ଉପରେ ବସି ପାରିବେ ନାହିଁ।

Image result for 13-degree-leaning-seat-was-made-so-that-employees-do-not-go-on-long-toilet-breaks Today Show

ମିଳିଥିବା ସୂଚନାନୁଯାୟୀ, ଜୁଲାଇ ୨୦୧୯ରେ ହେଲଥ୍ ଆଣ୍ଡ ସେଫ୍ଟି ସପ୍ଟୱେର ଷ୍ଟାର୍ଟଅପ୍ କମ୍ପାନି ପ୍ରୋଟେକ୍ଟିଂ ଡଟ୍ କୋ ଡଟ୍ ୟୁକେ ଏକ ସର୍ଭେ କରିଥିଲା। ଏଥିରୁ ସାମ୍ନାକୁ ଆସିଥିଲା କି, ବ୍ରିଟେନର ୮ଟି ସହରରେ ଥିବା କମ୍ପାନିର ୩୫୦୦କର୍ମଚାରୀ ଲମ୍ବା ସମୟ ଧରି ଶୌଚାଳୟରେ ବିତାଉଛନ୍ତି। ବେଳେ ବେଳେ କର୍ମଚାରୀମାନେ ୨୮ମିନିଟରୁ ଅଧିକ ସମୟ ବିତାଉଥିବା ସାମ୍ନାକୁ ଆସିବା ପରେ କମ୍ପାନିମାନେ ଏଭଳି କ‌ମୋଡ ତିଆରି କରାଯାଇଛି।