ସାନ ସିନା ଦାନ ତା’ ମହାନ ! ୫୦୦ ନିଃସହାୟ ପରିବାରକୁ ସାହାଯ୍ୟ କରି ଚର୍ଚ୍ଚାରେ ଏହି କୁନି ହିରୋ

ଗୁରୁଗ୍ରାମ: ଆପଣ ପୂର୍ବରୁ  ରିଲ୍‌ ଲାଇଫ୍‌ ହିରୋଙ୍କୁ ଦେଖିଥିବେ। ମାତ୍ର କୋଭିଡ୍‌-୧୯ ପାଇଁ ଅନେକ ରିୟଲ୍‌ ଲାଇଫ୍‌ ହିରୋ ଦେଖିବାକୁ ମିଳୁଛନ୍ତି। ନିଃସହାୟମାନଙ୍କୁ ସହାୟତାର ହାତ ବଢ଼ାଇ ଅନେକ ସହୃଦୟ ବ୍ୟକ୍ତି ଚର୍ଚ୍ଚା ପାଲଟିଛନ୍ତି। ଏବେ ଏହି ‌ଦୌଡ଼ରେ ଦେଖିବାକୁ ମିଳିଛନ୍ତି ଜଣେ ୧୩ ବର୍ଷିଅ ବାଳକ। କରୋନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ସମୟରେ ସେ ୫୦୦ ନିଃସହାୟ ପରିବାରକୁ ନିଜର ସହାୟତାର ହାତ ବଢ଼ାଇ ଚର୍ଚ୍ଚା ପାଲଟିଛନ୍ତି।

ବାଳକଙ୍କ ନାମ ଇଶାନ ଜୈନ୍‌। ଇଶାନ ସୋସିଆଲ୍‌ ମିଡିଆରେ ଏକ ଏକ ରିଲିଫ୍‌ ପାଣ୍ଠି ପାଇଁ ସହାୟତା ମାଗି ସେହି ଟଙ୍କାରେ ପ୍ରାୟ ୨ ହଜାର ଫେସ୍‌ମାସ୍କ ବାଣ୍ଟିବା ସହ ୫୦୦ ପରିବାରକୁ ରାସନ୍ ବାଣ୍ଟି ସାହାଯ୍ୟ କରିଛନ୍ତି।

https://www.newindianexpress.com

ମାର୍ଚ ମାସରେ ଦେଶବ୍ୟ‌ାପୀ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଇଶାନ ଚିନ୍ତା କଲେ ଯେ ଦିନ ମଜୁରିଆମାନଙ୍କର ପେଟ ପୋଷିବାର ସବୁ ପ୍ରକାର ବାଟ ବନ୍ଦ ହୋଇଗଲା। ସେ ଶ୍ରମିକ ପରିବାରମାନଙ୍କ ପାଇଁ ଚିନ୍ତ‌ାଗ୍ରସ୍ତ ହୋଇ ନିଜ ବାପାମାଆଙ୍କ ସହ ଏ ସଂପର୍କରେ କଥା ହେଲେ। ଇଶାନଙ୍କ କହିବା ଅନୁସାରେ ତାଙ୍କର ପରୋପକାର ଗୁଣ ଦେଖି ତାଙ୍କ ବାପାମାଆ ଖୁବ୍ ଖୁସି ହେଲେ। ତା’ପରେ ସେ ଏକ ରିଲିଫ୍‌ ପାଣ୍ଠି ଲଞ୍ଚ୍‌ କରି ତାହାକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କଲେ।

ଇଶାନ କହନ୍ତି, ‘ମୋ ପରିବାର ଓ ବନ୍ଧୁଙ୍କ ବ୍ୟତୀତ ଅନେକ ଅଜଣା ବ୍ୟକ୍ତି ବି ସହାୟତାର ହାତ ବଢ଼ାଇଥିଲେ। ମୁଁ ୨ ଲକ୍ଷ ଟଙ୍କା ଯୋଗାଡ଼ କରିବାରେ ସମର୍ଥ ହେଲି। ତା’ପରେ ମୁଁ ସିଭିଲ୍‌ ଡିଫେନ୍ସ ଟିମ୍‌ ସହ ଯୋଗାଯୋଗ କରି ଦିନ ମଜୁରିଆମାନଙ୍କ ନିକଟରେ ଶୁଖିଲା ରାସନ ପ୍ୟାକେଟ୍ ‌କରି ପହଞ୍ଚାଇଲି।’ ପରେ ଇଶାନ ଆଉ ଥରେ ଏହି ପାଣ୍ଠି ଖୋଲି ଦେଢ଼ ଲକ୍ଷ ଟଙ୍କା ଯୋଗାଡ଼ କଲେ, ଯେଉଁ ଟଙ୍କାରେ କି ସେ ୫୦୦ ସୁରକ୍ଷା କିଟ୍‌ କିଣି ବାଣ୍ଟିଥିଲେ।

ସମ୍ବନ୍ଧିତ ଖବର