ବିଚିତ୍ର ରୋଗ : ୧୩ ବର୍ଷୀୟ ବାଳକ ଦେହରୁ ବାହାରୁଛି ଖାଇବା ଖାଦ୍ୟ!

ଏଭଳି ଏକ ବିଚିତ୍ର ରୋଗ ଯାହାକୁ ଚିହ୍ନିବାରେ ଅସମର୍ଥ ହେଉଛନ୍ତି ଡାକ୍ତର! ଶରୀରରୁ ବାହାରୁଛି ଖାଇବା ଖାଦ୍ୟ । ରୁଟି,ବିସ୍କୁଟ,କ୍ଷୀର,ଭାତ ଠାରୁ ଆରମ୍ଭ କରି ପାଣି ପର୍ଯ୍ୟନ୍ତ ସବୁ ଦେହରୁ ବାହାରି ଯାଉଛି । ଗତ ଦୁଇ ବର୍ଷ ହେଲା ପଟ୍ଟାମୁଣ୍ଡାଇ ବ୍ଳକ ତରିପାଟଣା ଗାଁର ଜ୍ଞାନପ୍ରକାଶ ପଣ୍ଡାଙ୍କ ଦେହରେ ଦେଖାଦେଇଛି ଏଭଳି ଏକ ଅଦ୍ଭୁତ ରୋଗ । ୧୩ ବର୍ଷର ଏହି ବାଳକ ଦେହରୁ ଝରୁଛି ଖାଦ୍ୟ । ଭୁବନେଶ୍ୱରରେ ପାଠ ପଢୁଥିବା ଜ୍ଞାନପ୍ରକାଶଙ୍କ ଦେହରେ ଦୁଇ ବର୍ଷ ତଳେ ଦେଖାଦେଇଥିଲା ଏଭଳି ଏକ ରୋଗ ।

କୌଣସି କାରଣବଶତଃ ହଠାତ୍ ତାଙ୍କ ଦେହହାତ କୁଣ୍ଡେଇ ହେ।ଇଥିଲା । ଏହା ପରେ ଏସସିବିରେ ଡାକ୍ତରଙ୍କୁ ଦେଖାଇଥିଲେ ଜ୍ଞାନଙ୍କ ବାପା ମା’। ହେଲେ ରେ।ଗ ତ ଜଣା ପଡିଲାନି କିନ୍ତୁ ସେବେଠୁ କୁଆଡେ ଜ୍ଞାନଙ୍କ ଶରୀରରୁ ପାଣି, ଲାଳ ଓ ଖାଦ୍ୟ ବାହାରୁଛି । ଘଟଣା ପରେ ପୁଣି ଥରେ ଡାକ୍ତର ଦେଖାଇଥିଲେ ପରିବାର ଲେ।କେ । ହେଲେ ରିପେ।ର୍ଟରେ ସବୁ ଠିକଠାକ ଆସିଥିଲା । ତେବେ ବୟସ ବଢିବା ସଙ୍ଗେ ସଙ୍ଗେ ଦେହ ହାତ କୁଣ୍ଡେଇ ହେବା ସହ ଅସ୍ବାଭାବିକ ଆଚରଣ ଦେଖାଉଛନ୍ତି ଜ୍ଞାନ । ପୁଅର ଏଭଳି ଅବସ୍ଥା ଦେଖି ଭାଙ୍ଗି ପଡିଲେଣି ପରିବାର । ଅନ୍ୟପଟେ ଡାକ୍ତରୀ ବିଜ୍ଞାନରେ ଏଭଳି ରୋଗର କୌଣସି ସ୍ଥାନ ନାହିଁ ବୋଲି ଜଣେ ଚିକିତ୍ସକ ମତ ଦେଇଛନ୍ତି । ଚିକିତ୍ସକ ଙ୍କ କହିବା ଅନୁଯାୟୀ ହାତରୁ ପାଣି ବାହାରିବା ଏକ ରୋଗ ଅଛି କିନ୍ତୁ ଖାଦ୍ୟ ବାହାରିବା ପ୍ରଥମ ଘଟଣା । ତେବେ ଏହି ରୋଗକୁ ଚିହ୍ନଟ କରାଯାଇ ରୋଗକୁ ଭଲ କରାଯାଇ ପାରିବ ବୋଲି ଡାକ୍ତର କହୁଛନ୍ତି । ତେବେ ଏହି ଅଜଣା ରୋଗ ଜ୍ଞାନଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି କରୁଛି ।

ସମ୍ବନ୍ଧିତ ଖବର