ପାକିସ୍ତାନରେ ଜନ୍ମ ହୋଇଥିବା ୧୪ ମାସର ଶିଶୁକୁ ଦିଲ୍ଲୀରେ ମିଳିଲା ନୂଆ ଜୀବନ

ନୂଆଦିଲ୍ଲୀ: ପାକିସ୍ତାନରେ ଜନ୍ମ ହୋଇଥିବା ୧୪ ମାସର ଶିଶୁକୁ ଦିଲ୍ଲୀରେ ନୂଆ ଜୀବନ ମିଳିଛି । ଏହାକୁ ଡାକ୍ତରମାନେ ଏକ ବଡ଼ ସଫଳତା ବୋଲି ଦାବି କରୁଛନ୍ତି। ପାକିସ୍ତାନରେ ଜନ୍ମ ନେଇଥିବା ଶିଶୁ ଜଗଦୀଶ ରାମ ନିଜ ଗୋଡରେ ଏଯାବତ୍‌ ଠିକ୍‌ ସେ ଛିଡା ହେବା ବି ଶିଖି ନାହିଁ। ମାତ୍ର ୧୪ ମାସର ହୋଇଥିବା ଜଗଦୀଶକୁ ନିଶ୍ୱାସ ନେବାରେ ବହୁ ଅସୁବିଧା ପରିଲକ୍ଷିତ ହେଉଥିଲା। ଡାକ୍ତର ପରୀକ୍ଷା କରି ଜାଣିବାକୁ ପାଇଥିଲେ ୧୪ମାସର ଜଗଦୀଶର ହୃଦୟର ବାମପାର୍ଶ୍ୱର ଉପର ଅଂଶ (ଲେପ୍ଟ ଏଟ୍ରିୟମ) ଏତେ ମାତ୍ରାରେ ବଢ଼ି ଯାଇଥିଲା କି ତା’ର ଶ୍ୱାସନଳୀ ଉପରେ ପ୍ରଭାବ ପକାଉଥିଲା। ଏଥିସହିତ ଜଗଦୀଶ ହୃଦୟର ବାମପାର୍ଶ୍ୱରେ ଅନ୍ୟ ଏକ ରୋଗ ବି ରହିଥିଲା। ସେଠାରେ ବଲ୍ଭ ଲିକ୍‌ କରୁଥିଲା। ଡାହାଣ ଓ ବାମ ପାର୍ଶ୍ୱ ମିଝିରେ ଏକ ଛିଦ୍ର ମଧ୍ୟ ଥିଲା।

ଜନ୍ମ ପରେ ହୃଦୟରେ ତିନିତିନିଟି ଅସୁବିଧାକୁ ଦେଖି ପାକିସ୍ତାନ ଡାକ୍ତର ଜଗଦୀଶକୁ ପାକିସ୍ତାନରୁ ଦିଲ୍ଲୀସ୍ଥିତ ସାର୍‌ ଗଙ୍ଗାରାମ ହସ୍‌ପିଟାଲ ରେଫର କରି ଦେଇଥିଲେ। ସେଠାରେ ଡାକ୍ତର ରିସ୍କ ନେଇ ଜଗଦୀଶଙ୍କ ସଫଳ ଅସ୍ତ୍ରେପଚାର କରିିଥିଲେ। ଡାକ୍ତରଙ୍କ ଦାବି ଅନୁସାରେ ଏହା ପ୍ରଥମ ଘଟଣା କି, କୌଣସି ୧୪ ମାସର ଶିଶୁର ଏତେ ବଡ଼ ଲେପ୍ଟ ଏଟ୍ରିୟମକୁ କାଟି ନର୍ମମାଲା କରାଯାଇଛି। ଏହି ଘଟଣାକୁ ବିଶ୍ୱର ଜଣାଶୁଣା ମେଡିକଲ ଜେନେରାଲ ଦି ଏନଲ୍ସ ଅଫ ଥେରେସିକ୍‌ ସର୍ଜରୀ ଛାପିବା ପାଇଁ ସ୍ୱୀକାର କରି ନେଇଛି। ଏବେ ଜଗଦୀଶ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର