ମାନବିକତାର ଜ୍ୱଳନ୍ତ ଉଦାହରଣ: ଗୋଟାଏ ବାରବୁଲା କୁକୁରକୁ ବଞ୍ଚାଇବାକୁ ଧାଇଁ ଗଲେ ୧୫ ପୁଲିସ୍‌

ବାଙ୍ଗାଲୁର: ବାଙ୍ଗାଲୁରେ ଦେଖିବାକୁ ମିଳିଛି ଏକ ଏପରି ଘଟଣା, ଯାହାକୁ ଦେଖିବା ପରେ ପୁଲିସମାନଙ୍କ ପ୍ରତି ବଢ଼ିଯାଏ ଯଥେଷ୍ଟ ସମ୍ମାନ। ଫଟୋଟି ଦେଖି ଆପଣ ଅନୁମାନ କରିପାରୁଥିବେ ଯେ କିପରି ଭାବେ ଏକ ରାସ୍ତା ବୁଲା କୁକୁରଟି ଭୁଲ୍‌ ବଶତଃ ନିଜ ମୁଣ୍ଡକୁ ଏକ ପ୍ଲାଷ୍ଟିକ୍‌ ଜାର୍‌ ଭିତରେ ପୂରାଇ ଦେଇଛି। କୁକୁରଟି ମୁଣ୍ଡ ପୂରାଇ ଦେଇ ବାହାର କରିପାରୁନଥିବା ବେଳେ ତାକୁ ସାହାଯ୍ୟ କରିବାକୁ ଧାଇଁ ଆସିଛନ୍ତି ଏକାଥରକେ ୧୫ ଜଣ ପୁଲିସ୍‌ କର୍ମଚାରୀ। ଏହି ପୁଲିସ୍‌ କର୍ମଚାରୀମାନେ କୁକୁରଟିକୁ ବଞ୍ଚାଇବାକୁ କିପରି ଧାଇଁ ପଡ଼ିଥିଲେ ସେ ସଂପର୍କରେ ଆଇପିଏସ୍‌ ଅଫିସର ଅଭିଷେକ ଗୋଏଲ୍‌ ତାଙ୍କ ଟୁଇଟର୍‌ ପେଜ୍‌ରେ ଟୁଇଟ୍‌ କରିଛନ୍ତି।

 

ପ୍ରଥମେ ପୁଲିସ୍‌ କର୍ମଚାରୀମାନେ ଜାର୍‌ଟିକୁ କାଟି ଟିକେ ଫାଙ୍କା କରିଥିଲେ, ଫଳରେ ଯେପରି କୁକୁରଟି ଅଣନିଶ୍ୱାସୀ ହୋଇ ନ ପଡ଼େ। ପରେ ଜାର୍‌ଟିକୁ କାଟି କୁକୁରଟିକୁ ସେଥିରୁ ବାହାର କରାଯାଇଥିଲା। କୁକୁଟଟିର ମୁଣ୍ଡକୁ ଜାର୍‌ରୁ ବାହାର କରିବା ପରେ ସେ ତତ୍‌କ୍ଷଣାତ କେଉଁଆଡ଼େ ଦୌଡ଼ି ପଳାଇ ଯାଇଥିଲା।

ସମ୍ବନ୍ଧିତ ଖବର