ପ୍ରଫେଟଙ୍କ ବିରୋଧରେ ଟିପ୍ପଣୀ: ୫ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ

ନୂ୍ଆଦିଲ୍ଲୀ : ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦୁଇ ବିଜେପି କର୍ମକର୍ତ୍ତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଇସଲାମିକ୍ ଦେଶ ଏବଂ ବିଶେଷ କରି ଉପସାଗରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଏଭଳି ଟିପ୍ପଣୀର ନିନ୍ଦା କରିବା ସହିତ କାର୍ଯ୍ୟାନୁଷ୍ଠାନ ଲାଗି ସେମାନେ ଭାରତ ସରକାର ଉପରେ ଚାପ ପକାଇବା ଆରମ୍ଭ କରିଦେଇଛନ୍ତି। ପ୍ରଫେଟ ମହମ୍ମଦ ବିରୋଧୀ ଏହି ମନ୍ତବ୍ୟକୁ ୧୫ଟି ଦେଶ ନିନ୍ଦା କରିଛନ୍ତି। ସେହି ଦେଶଗୁଡ଼ିକ ମଧ୍ୟରେ ରହିଛି ଇରାକ୍‌, ଇରାନ, କୁଏତ, କତର, ଓମାନ, ସାଉଦି ଆରବ, ୟୁଏଇ, ଜର୍ଡାନ,  ଆଫଗାନିସ୍ତାନ, ମାଳଦୀପ, ବାହରିନ୍‌, ଲିବ୍ୟା ଏବଂ ଇଣ୍ଡୋନେସିଆ।

ବିଶେଷ କରି ଏହି ଇସ୍‌ଲାମିକ୍‌ ଦେଶଗୁଡ଼ିକ ମହମ୍ମଦଙ୍କ ବିରୋଧରେ ନେତ୍ରୀଙ୍କର ଏପରି ଅପମାନଜନକ ମନ୍ତବ୍ୟ ପାଇଁ ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି।

ବିଜେପି ନେତ୍ରୀଙ୍କର ଏପରି ବୟାନ ପରେ ବିରୋଧୀ ଦଳୀୟ ନେତାମାନେ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବା ସହ ଅନ୍ତର୍ଜାତୀୟ ସ୍ତରରେ ସେ ଦେଶର ଭାବମୂର୍ତ୍ତିକୁ ଖରାପ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି।

www.indiatoday.in

ଅପ୍ୟପକ୍ଷରେ ବୈଦେଶିକ ମନ୍ତ୍ରାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ କାହାର ଆପତ୍ତିଜନକ ଟ୍ବିଟ୍‌ କି ମନ୍ତବ୍ୟ ସରକାରଙ୍କ ମତକୁ ପ୍ରତିଫଳିତ କରେନାହିଁ।

ବିବାଦୀୟ ମନ୍ତବ୍ୟକୁ ନେଇ ଦଳ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କୁ ନିଲମ୍ବିତ କରିବା ସହ ନବୀନ ଜିନ୍ଦଲଙ୍କୁ ବହିଷ୍କାର କରିଛି।

ଅର୍ଗାନାଇଚେଜସନ୍‌ ଅଫ୍‌ ଇସ୍‌ଲାମିକ୍‌ କୋପରେସନ୍‌(ଓଆଇସି) ଏହି ମନ୍ତବ୍ୟକୁ ନିନ୍ଦା କରିବା ସହ ଭାରତରେ ସଂଖ୍ୟାଲଘୁ ସଂପ୍ରଦାୟର ଯେପରି ସୁରକ୍ଷିତ ରହିବ ସେଥିପାଇଁ ମିଳିତ ଜାତିସଂଘକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ କରିଛି।

ସମ୍ବନ୍ଧିତ ଖବର