ଷୋହଳ ମାସର ଶିଶୁକୁ ଛାଡ଼ୁ ନାହିଁ ହସ୍ପିଟାଲ

ନୂଆଦିଲ୍ଲୀ:ଷୋହଳ ମାସର ଶିଶୁ ମନାହିଲ୍‌ର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। କିନ୍ତୁ ହସ୍ପିଟାଲର ବିଲ୍‌ ବୋଝ ଉଠାଇବା ସକ୍ଷମ ନଥିଲେ ପିତା। ଦର୍ଜି କାମ କରୁଥିବା ପିତା ଖାଲିଦ୍‌ଙ୍କ ପାଇଁ ଶିଶୁର ଜୀବନ ବଞ୍ଚାଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏଥିପାଇଁ ସେ ଏକ ଦାମିକା ହସ୍ପିଟାଲରେ ପୁଅକୁ ଭର୍ତ୍ତି କରାଇଥିଲେ। କିନ୍ତୁ ଚିକିତ୍ସାପରେ ବିଲ୍‌ ଆସିଲା ୩ ଲକ୍ଷ ୧୬ ହଜାର ଟଙ୍କା। ଖାଲିଦ୍‌ ନିଜ ସ୍ତ୍ରୀଙ୍କର ଗହଣା ବିକ୍ରି କରି ମାତ୍ର ୧ ଲକ୍ଷ ୬୦ ହଜାର ଟଙ୍କା ଋଣ ଶୁଝି ପାରିଲେ। ବାକି ଟଙ୍କା ଶୁଝିବା ଲାଗି ସେ ଅସମର୍ଥ ହେଲେ।
ଖାଲିଦ୍‌ଙ୍କ ଅଭିଯୋଗ ହେଲା ଯେ ପୁଅର ଲଙ୍ଗ୍‌ସରେ ପାଣି ଭରିଯିବା ଫଳରେ ପ୍ରଥମେ ଚାଚା ନେହେରୁ ହସ୍ପଟାଲକୁ ଆଣିଥିଲେ, କିନ୍ତୁ ସେଠାରେ ଡାକ୍ତର କହିଥିଲେ ଶିଶୁକୁ ତୁରନ୍ତ ଭେଣ୍ଟିଲେଟରରେ ରଖିବାକୁ ପଡ଼ିବ। କିନ୍ତୁ ସେଠାରେ ଭେଣ୍ଟିଲେଟର ବେଡ଼ ଖାଲି ନଥିବା ହେତୁ ସେ ବାଧ୍ୟ ହୋଇ ମ୍ୟାକ୍ସ ହସ୍ପିଟାଲକୁ ଆସିଥିଲେ। ସେ ମାସିକ ୮ରୁ ୧୦ ହଜାର ଟଙ୍କା ରୋଜଗାର କରନ୍ତି। ଏତେ ଟଙ୍କା ସେ ଆଣିବ କେଉଁଠୁଁ। ଟଙ୍କା ପରିଶୋଧ କରି ନ କରିପାରିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ପୁଅକୁ ରିଲିଜ୍‌ କରୁ ନାହାଁନ୍ତି।

ସମ୍ବନ୍ଧିତ ଖବର