୧୬ବର୍ଷର ବାଳିକା ମୋଦିଙ୍କୁ ଏହି ମେସେଜ ପଠାଇ କହିଲେ, ଆପଣ ଅସଫଳ ହେବାକୁ ଯାଉଛନ୍ତି

ନୂଆଦିଲ୍ଲୀ: ଗ୍ଲୋବାଲ୍‌ ଓ୍ଵାରମିଂକୁ ରୋକିବା ଓ ଜଳବାୟୁ ପରିବର୍ତ୍ତନର ଦିଗରେ କାମ କରୁଥିବା ୧୬ବର୍ଷୀୟ ସ୍ୱଦେଶ ରାଜନୈତିକ କର୍ମକର୍ତ୍ତା ଗ୍ରେଟା ଥୁନବର୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ଭିଡିଓ ଜରିଆରେ ବାର୍ତ୍ତା ପଠାଇଛନ୍ତି। ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଳବାୟୁ ସଙ୍କଟ ବିରୋଧରେ ପଦକ୍ଷେପ ଦେବାକୁ ଆବେଦନ କରିଛନ୍ତି।

ଏହି ଭିଡିଓ ଜରିଆରେ ଥୁନବର୍ଗ ପିଏମ୍‌ ମୋଦିଙ୍କୁ କହିଛନ୍ତି, ପ୍ରିୟ ମୋଦି ଜି… ଏବେ ଆପଣଙ୍କୁ ଜୟବାୟୁ ସଙ୍କଟ ଉପରେ କେବଳ ଆଲେଚନା କରିବା ନୁହେଁ ବରଂ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଯଦି ଆପଣ ଏମିତି ହିଁ କରି ଚାଲିବେ, ତେବେ ଆଗକୁ ଅସଫଳ ରହିଯିବେ।

ଗ୍ରେଟା ଥୁନବର୍ଗ ଗତ କିଛିଦିନ ହେବ ପରିବେଶ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉ ବୋଲି ଦାବି ନେଇ ସ୍ୱଦେଶ ସଂସଦ ବାହାରେ ଏକାକି ଏକ ମାସଧରି ପ୍ରଦର୍ଶନ କରିଥିଲେ। ଥୁନବର୍ଗଙ୍କ ଠାରୁ ପ୍ରଭାବିତ ହୋଇ ଇଂଲଣ୍ଡର ସ୍କୁଲର ପିଲମାନେ ତାଙ୍କ ଭଳି ସରକାରଙ୍କ ଧ୍ୟାନ ପରିବେଶ ଉପରେ ଆଣିବାକୁ ପ୍ରଦର୍ଶନ ବି କରିଥିଲେ।

ସମ୍ବନ୍ଧିତ ଖବର