ନୂଆଦିଲ୍ଲୀ: କିଛିଲୋକଙ୍କ ଶରୀରରେ କେଶ ଥାଏ ତ ଆଉ କିଛି ଲୋକଙ୍କ ଶରୀରରେ ନଥାଏ। ତେବେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ଶରୀରରେ ସାମାନ୍ୟ ଠାରୁ ଅଧିକ କେଶ ରହିଥାଏ। ଏହି କେଶକୁ ହଟାଇବାକୁ ବିଭିନ୍ନ ପ୍ରକାର ଉପାୟ ଆପଣାଇବାକୁ ପଡ଼ିଥାଏ। ଭାରତରେ ଏମିତି ଜଣେ ଶିଶୁ ଅଛନ୍ତି, ଯାହାଙ୍କ ଚେହେରାରେ ଏତେ ମାତ୍ରାରେ କେଶ କି ଲୋକେ ଦେଖିଲେ ଭୟ କରି ଯାଉଛନ୍ତି। ଏହି ଘଟଣା ମଧ୍ୟପ୍ରଦେଶର ଛୋଟ ଗାଁ ନନ୍ଦଲେଟାରୁ ଆସିଛି। ଯେଉଁଠାରେ ଜଣେ ୧୭ବର୍ଷର ବାଳକ ସିଣ୍ଡ୍ରୋମରେ ପୀଡିତ ଅଛନ୍ତି। ଯେଉଁ କାରଣରୁ ତାଙ୍କ ଚେହେରାରେ ବହୁମାତ୍ରାରେ କେଶ ଉଠୁଛି।

Advertisment

୧୭ବର୍ଷର ଏହି ଯୁବତୀଙ୍କ ନାମ ଲଲିତ ପାଟିଦାର ବୋଲି ଜଣାପଡ଼ିଛି। ଲଲିତ ଏବେ ଦ୍ବାଦଶ ଶ୍ରେଣୀରେ ପାଠପଢ଼ୁଛନ୍ତି। ଆଉ ପରିବାରଲୋକଙ୍କୁ ସାହାଯ୍ୟ ପାଇଁ ଚାଷ କାମ ବି କରୁଛନ୍ତି। ଲଲିତ ଜନ୍ମ ହେବା ସମୟରେ ହାଇପରଟ୍ରିଚୋସିସରେ ପୀଡିତ ଥିଲେ। ଏହି କାରଣରୁ ତାଙ୍କର ଚେହେରା, ବାହୁ ଓ ଅନ୍ୟ ଅଙ୍ଗମାନଙ୍କରେ ସାମାନ୍ୟରୁ ଅଧିକ କେଶ ବଢ଼ିବାରେ ଲାଗୁଛି।

ଏକ ସାକ୍ଷାତକାରରେ ଲଲିତ କହିଛନ୍ତି, ‘ମୁଁ ୧୭ବର୍ଷର , ଆଉ ସ୍କୁଲ ବି ଯାଇଥାଏ। ପ୍ରଥମେପ୍ରଥମେ ଛୋଟପିଲା ଓ ଅନ୍ୟଲୋକମାନେ ମୋତେ ଦେଖି ଭୟ କରୁଥିଲେ। କାରଣ ମୁଁ କାଳେ ଏକ ହିଂସ୍ର ପଶୁଭଳି ଦେଖାଯାଇଥାଏ।
ବାହାରକୁ ବାହାରିଲେ ଅନେକ ଲୋକ ମୋତେ ମାଙ୍କଡ଼ କହିବା ସହିତ ପଥରମାଡ଼ ବି କରିଥାଆନ୍ତି। ମୁଁ ବି ସାଧାରଣଲୋକଙ୍କ ଭଳି ବଞ୍ଚିବାକୁ ଚାହେଁ। ଖୁସି ରହିବାକୁ ଚାହେଁ। ଭଗବାନ ମୋତେ ଏମିତି ଦଣ୍ଡ କାହିଁକି ଦେଲେ।’