ବେଳେ ବେଳେ ମଣିଷ ମନକୁ ଏଭଳି ଅଦ୍ଭୁତ ଚିନ୍ତା ଜୁଟେ, ଯାହା ବିଶ୍ବାସ କରିବା କଷ୍ଟ। ସେହିଭଳି ଏକ ଘଟଣା ହେଉଛି ଜାପାନର ଜଣେ ବ୍ୟକ୍ତି ଗଧିଆ ପରି ଦିଶିବା ଲାଗି ୩୦ ଲକ୍ଷ ୟେନ୍ ବା ଭାରତୀୟ ମୁଦ୍ରାରେ ପ୍ରାୟ ସାଢ଼େ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଜାପାନୀ ଯୁବକ ନିଜର ସ୍ବପ୍ନ ସାକାର କରିପାରିଥିବାରୁ ଗର୍ବ ମଧ୍ୟ ଅନୁଭବ କରୁଛନ୍ତି। ସୂଚନାନୁଯାୟୀ, ବିଭିନ୍ନ ଆକୃତିର ଖୋଳ ଓ ସ୍ବତନ୍ତ୍ର ପୋଷାକ ନିର୍ମାଣ କରୁଥିବା ‘ଜେପେଟ’ କମ୍ପାନି ଗଧିଆ ପୋଷାକର ନିର୍ମାଣକର୍ତ୍ତା। ସ୍ମରଣଯୋଗ୍ୟ ଯେ ଏହି କମ୍ପାନି ଗତ ବର୍ଷ ଗୋଟିଏ ଅବିକଳ କୁକୁର ପୋଷାକ ପ୍ରସ୍ତୁତ କରି ଚର୍ଚ୍ଚାରେ ରହିଥିଲା। ଏହି ଯୁବ ଗ୍ରାହକ ପିଲାଟି ଦିନରୁ ଜୀବଜନ୍ତୁମାନଙ୍କୁ ଖୁବ୍ ଶ୍ରଦ୍ଧା କରି ଆସୁଥିଲେ ଏବଂ ନିଜେ ଏକ ଗଧିଆ ପାଲଟିବା ଲାଗି ତାଙ୍କ ମନରେ ଏକ କୌତୂହଳ ବସା ବାନ୍ଧିଥିଲା। ‘ଜେପେଟ୍’ର ଅଭିନବ ପୋଷାକ ନିର୍ମାଣ କରାମତି ସମ୍ପର୍କରେ ଜାଣିବା ପରେ ସେ ନିଜର ସ୍ବପ୍ନ ସାର୍ଥକ କରିବାକୁ ବାହାରିପଡ଼ିଲେ। ତାଙ୍କ ମାପ ନେଇ, ଗଧିଆର ପ୍ରତ୍ୟେକ ଅଙ୍ଗକୁ ନିରୀକ୍ଷଣ କରି ଉକ୍ତ ପୋଷାକଟି ନିର୍ମାଣ କରିବାକୁ ‘ଜେପେଟ୍’ କର୍ମଚାରୀଙ୍କୁ ପଚାଶ ଦିନ ଲାଗିଥିଲା। ଏହାକୁ ପିନ୍ଧି ଅବିକଳ ଗଧିଆ ପରି ଦିଶିବା ଓ ଚାଲିବାର ଅନୁଭୂତି ଅନନ୍ୟ ବୋଲି ସେ କହିଛନ୍ତି। ଏହି ଜାପାନୀ ଯୁବକ ନିଜ ଅସଲ ପରିଚୟ ନେଇ ଗୋପନୀୟତା ବଜାୟ ରଖିଛନ୍ତି।
ଗଧିଆ ପରି ଦିଶିବାକୁ ବ୍ୟୟ ୧୮ ଲକ୍ଷ!
/sambad/media/post_attachments/wp-content/uploads/2023/01/5s64fh64fh65fhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)