ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ଫିଜିକ୍ସୱାଲା ପ୍ରାୟତଃ ଛାତ୍ରଛାତ୍ରୀମାନଙ୍କୁ ନେଇ ଏମିତି ସଂଘର୍ଷର  କାହାଣୀ ସେୟାର କରିଥାଆନ୍ତି ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥାଏ। ନିକଟରେ ଇନଷ୍ଟାଗ୍ରାମରେ ଫିଜିକ୍ସୱାଲା ଆକାଉଣ୍ଟରେ ନୋଏଡାର ଜଣେ ୧୮ ବର୍ଷ ବୟସର ବାଳକଙ୍କ ସଂଘର୍ଷର କାହାଣୀ ସେୟାର କରାଯାଇଛି। ଯିଏକ ନିଟ ୟୁଜି ପରୀକ୍ଷାର ଉତ୍ତୀର୍ଣ୍ଣ ହୋଇଛନ୍ତି।

Advertisment

ଫିଜିକ୍ସ ୱାଲା ଦୁଇଟି ଭିଡିଓ ସେୟାର କରିଛନ୍ତି, ସେଥିମଧ୍ୟରୁ ଗୋଟିଏରେ ଛାତ୍ର ସନ୍ନି କୁମାରଙ୍କ କୋଠରି ଥିବା ଦେଖିବାକୁ ମିଳୁଛି। ଅନ୍ୟଟିରେ ସନ୍ନିଙ୍କ ଭିଡିଓ ସେୟାର କରିଥିବା ଅଲଖ ପାଣ୍ଡେ ଛାତ୍ରଙ୍କ ନୋଟରେ ଭର୍ତ୍ତି କାନ୍ଥକୁ ବୁଲିବୁଲି ଦେଖୁଛନ୍ତି।  

ସନ୍ନି ତାଙ୍କ ଭିଡିଓ ଭାଇରାଲ ହେବାକୁ ନେଇ କହିଛନ୍ତି, ‘ମୁଁ ଏପରି ଭାବେ ଭାଇରାଲ ହେବାକୁ କଦାପି ଚାହୁଁ ନଥିଲି। ମୋତେ ଲୋକେ ଜଣେ ଅଧିକାରୀ ଭାବେ କିମ୍ବା ଡାକ୍ତର ଭାବେ ଚିହ୍ନନ୍ତୁ ବୋଲି ମୋର ଆଶା ଥିଲା। 
ମୁଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଖୁବ ପରିଶ୍ରମ କରୁଛି। ଏଥିପାଇଁ କଷ୍ଟ ବି ହେଉଛି। କିନ୍ତୁ ଜାଣିଛି ମୋର ପରିଶ୍ରମ ବୃଥା ଯିବ ନାହିଁ ଦିନେ ନା ଦିନେ ମୁଁ ସଫଳ ହୋଇ ଦେଖାଇବି।

କିଛି ଆର୍ଥିକ ସମସ୍ୟା ଥିବାରୁ ମୁଁ ସ୍କୁଲରୁ ୨ଟାରେ ଆସିବା ପରେ ସିଙ୍ଗଡା ବିକ୍ରି କରିଥାଏ। ସନ୍ଧ୍ୟାରେ ଘରକୁ ଫେରିବା ପରେ ମୋର ପାଠପଢ଼ା ଜାରି ରଖିଥାଏ। ମୁଁ ନିଟରେ ୨୦୨୪ରେ ୭୨୦ରୁ ୬୬୪ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛି। ଆଉ ମେଡିକାଲ ପାଇଁ ପ୍ରସ୍ତୁତି ହେଉଛି। କାରଣ ଔଷଧ ଖାଇ କେମିତି ରୋଗ ଭଲ ହେଉଛି ସେ ବିଷୟରେ ଜାଣିବା ମୋର ପିଲାଟି ଦିନରୁ ରୁଚି ଥିଲା। ତେଣୁ ବାୟୋଲୋଜି ନେଇ ପାଠପଢ଼ିଥିଲି।’