ନୂଆଦିଲ୍ଲୀ: ବର୍ତ୍ତମାନ ସମୟକୁ ଦେଖିଲେ ବିଶ୍ବରେ ଘରଭଡ଼ା ଆକାଶଛୁଆଁ ହୋଇଯାଇଛି। ଏପରି ପରିସ୍ଥିତିରେ ଚୀନର ଜଣେ ୧୮ ବର୍ଷୀୟା ବାଳିକା ନିଜ ଜୀବନକୁ ଏକ ଅନନ୍ୟ ଉପାୟରେ ବଞ୍ଚୁଛନ୍ତି। 

Advertisment

ହୁନାନରେ ରହୁଥିବା ୟାଙ୍ଗ ନାମକ ବାଳିକା କାର୍ଯ୍ୟାଳୟର ଗାଧୁଆଘରକୁ ନିଜର ଘର କରିଛନ୍ତି। ଏଥିପାଇଁ ସେ ପ୍ରତି ମାସରେ ତାଙ୍କ ଉଚ୍ଚ ଅଧିକାରୀଙ୍କୁ ପାଣି ଏବଂ ବିଦ୍ୟୁତ୍ ଖର୍ଚ୍ଚ ବାବଦକୁ ୫୪୫ ଟଙ୍କା ଦେଇଥାଆନ୍ତି।

ୟାଙ୍ଗ ଏକ ଫର୍ଣ୍ଣିଚର ଦୋକାନରେ କାମ କରନ୍ତି ଏବଂ ମାସକୁ ପ୍ରାୟ ୩୪,୫୭୦ ଟଙ୍କା ରୋଜଗାର କରନ୍ତି। ଘରଭଡ଼ା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସେ ଯେଉଁଠାରେ ବି ଘରଭଡ଼ାରେ ରହିବାକୁ ଚାହିଁଲେ ୯ହଜାର ଟଙ୍କାରୁ ଅଧିକ ହେଲା ପଛେ କମରେ ପାଇଲେ ନାହିଁ। ପ୍ରତିମାସରେ ସେ ଘରଭଡ଼ା ବାବଦକୁ ୯,୪୨୨ଟଙ୍କା ଖର୍ଚ୍ଚ କରିବାକୁ ରାଜି ନଥିଲେ। ତେଣୁ  ପ୍ରଥମେ ସେ ତାଙ୍କ ମାଲିକଙ୍କ ଘରେ ରହିବା ଆରମ୍ଭ କରିଥିଲେ।ପରେ ସେ ଅଫିସ ବାଥରୁମରେ ରହିବାକୁ ନିଷ୍ପତ୍ତି ନେଇଥିଲେ।

ୟାଙ୍ଗ ଚୀନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ତାଙ୍କ ଜୀବନଶୈଳୀ ସେୟାର କରିଛନ୍ତି। କିଛି ଲୋକ ୟାଙ୍ଗଙ୍କ ସଞ୍ଚୟ ନୀତିକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ ଟ୍ରୋଲ ବି କରିଛନ୍ତି।

ୟାଙ୍ଗ କାମ କରୁଥିବା ଦୋକାନର ମାଲିକ କହିଛନ୍ତି, ‘ଉକ୍ତ ବାଳିକା ଜଣକ ଅଯଥା ଖର୍ଚ୍ଚ କରନ୍ତି ନାହିଁ। ସେ ଭବିଷ୍ୟତରେ ଗାଡ଼ି ଓ ଘର କରିବା ପାଇଁ ସଞ୍ଚୟ କରୁଛନ୍ତି।’