ନୂଆଦିଲ୍ଲୀ : ଚୀନ୍ର ଫୁସୁନ ସହରରେ ନିଆଁ ଲାଗିଥିବା କୋଠା ଘରୁ ଜଣେ ୧୯ବର୍ଷୀୟ ଯୁବକ ୧୪ଜଣଙ୍କୁ ସୁରକ୍ଷିତ ବାହାର କରିଥିବା ଜଣା ପଡ଼ିଛି । ନିଜର ଉପସ୍ଥିତ ବୁଦ୍ଧି ପାଇଁ ୧୪ଜଣଙ୍କ ଜୀବନ ବଞ୍ଚି ଯାଇଥିବାରୁ ଲୋକେ ଯୁବକଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।
/sambad/media/post_attachments/wp-content/uploads/2019/05/download-20.jpg)
ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ୭ମହଲା କୋଠା ତଳେ ଥିବା ଏକ ଦୋକାନରେ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ନିଆଁ ଉପର ମହଲାକୁ ମାଡ଼ିଯିବା ଖବର ପାଇ ଅଧାରୁ ଅଧିକ ଲୋକେ ତଳକୁ ଚାଲି ଆସିଥିଲେ । କିନ୍ତୁ ତୃତୀୟ ମହଲାରେ ରହୁଥିବା ଦୁଇ ପରିବାର ଚାହିଁବି ତଳକୁ ଆସି ପାରି ନଥିଲେ । ସିଡ଼ିରେ ଧୂଆଁ ଭରିଯିବାରୁ କିଛି ଦେଖା ଯାଇନଥିଲା । ଫଳରେ ଲୋକେ ବାଲକୋନିକୁ ଯାଇ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ଲୋକଙ୍କ ଚିତ୍କାର ଶୁଣି ୩୦୦ମିଟର ଦୂରରେ କ୍ରେନ୍ ସାହାଯ୍ୟରେ କାମ କରୁଥିବା ୧୯ବର୍ଷୀୟ ଯୁବକ ତୁରନ୍ତ କ୍ରେନ୍ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ସେ କ୍ରେନ୍ ସାହାଯ୍ୟରେ ଫସି ରହିଥିବା ୧୪ଜଣଙ୍କୁ ସୁରକ୍ଷିତ ବାହାରକୁ ଆଣିଥିଲେ ।