ନୂଆଦିଲ୍ଲୀ: ସମସ୍ତଙ୍କ ପାଇଁ ସ୍କୁଲ ଜୀବନ ଏକ ଅଭୁଲା ସ୍ମୃତି ହୋଇ ରହିଥାଏ। ତେବେ ଏହି ସ୍କୁଲ ପିଲାମାନେ ଦଶମଶ୍ରେଣୀ ପାସ କରିବା ପରେ ନିଜ ଇଚ୍ଛା ଅନୁସାରେ ସେମାନେ କ୍ୟାରିୟର ବାଛି ଥାଆନ୍ତି। ଏହି କ୍ରମରେ ସ୍କୁଲ ସାଙ୍ଗ ବି ଅଲଗା ହୋଇଯାଇଥାନ୍ତି। ସେଥିପାଇଁ ସ୍କୁଲ ହେଉ ଅବା କଲେଜ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଯେଉଁଥିରେ ବିଦ୍ୟାଳୟ ଓ କଲେଜର ପାସ ହୋଇଯାଇଥିବା ପିଲାମାନେ ଯୋଗ ଦେଇ ଭେଟାଭେଟି ହୋଇଥାଆନ୍ତି।
ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସ୍କୁଲ ପାସ ହେବାର ୭୦ବର୍ଷ ପରେ ସାଙ୍ଗମାନେ ଭେଟାଭେଟି ହୋଇଛନ୍ତି। ଏହି ଛାତ୍ରଛାତ୍ରୀମାନେ ୧୯୫୪ ବ୍ୟାଚର ବୋଲି କୁହାଯାଉଛି। ଏତେବର୍ଷ ପରେ ସାଙ୍ଗମାନଙ୍କୁ ଏକାଠି ପାଇବା ପରେ ବୃଦ୍ଧ ଓ ବୃଦ୍ଧା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ଖୁସିର ପରିବେଶ ସୃଷ୍ଟି ହୋଇଥିଲା। ଏହି ଖୁସିର ମୁହୂର୍ତ୍ତରେ ସମସ୍ତ ସାଙ୍ଗ ଖୁସିରେ ମନଖୋଲି ନାଚୁଥିବା ଦେଖିବାକୁ ମିଳୁଛି।
People who passed out of school in 1954, have a get together. Nostalgia is surely a privilege. pic.twitter.com/wZ5EzJdW6D
— Gabbar (@GabbbarSingh) June 12, 2023
ଭାଇରାଲ ହୋଇଥିବା ଭିଡିଓରେ ଆପଣ ସ୍ପଷ୍ଟ ଭାବେ ଦେଖି ପାରିବେ ଯେ ଜଣେ ବୃଦ୍ଧ ଛିଡା ହୋଇଛନ୍ତି ଆଉ ମଥାରେ ଟୋପି ପିନ୍ଧିଛନ୍ତି। ଆଉ ଯେଉଁ ଗୀତ ବାଜୁଛି ସେଇ ଅନୁଯାୟୀ ସେ ନୃତ୍ୟ କରୁଛନ୍ତି। ଏଥିସହିତ ତାଙ୍କ ପାଖକୁ ଜଣେ ବୃଦ୍ଧ ଆସୁଛନ୍ତି, ସେବି ଏହି ନୃତ୍ୟର ତାଳେତାଳେ ନାଚୁଥିବା ଦେଖିବାକୁ ମିଳୁଛି। ’
ଦୁଇସାଙ୍ଗଙ୍କ ଏହି ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି। ଏଯାବତ ଏହା ମୋ ପାଇଁ ସବୁଠାରୁ ସୁନ୍ଦର ଭିଡିଓ।