ନୂଆଦିଲ୍ଲୀ: ଆଜିକା ସମୟରେ ଚିଠି ଓ ପୋଷ୍ଟକାର୍ଡର ବ୍ୟବହାର ବିଲୁପ୍ତ ହୋଇଗଲାଣି। କିନ୍ତୁ ଏମିତି ଏକ ସମୟ ଥିଲା ଯେଉଁସମୟରେ ବାର୍ତ୍ତା ଆଦାନପ୍ରଦାନ କରିବା ପାଇଁ ହାତଲେଖା  ଚିଠି ଓ ପୋଷ୍ଟକାର୍ଡକୁ ପ୍ରମୁଖ ମାଧ୍ୟମ ଭାବେ ପରିଗଣିତ ହେଉଥିଲା। କେବଳ ନିଜ ଅଞ୍ଚଳ ନୁହେଁ, ବିଦେଶରୁ ନିଜ ଦେଶର ଭିନ୍ନଭିନ୍ନ ସ୍ଥାନରୁ ଲୋକେ ଚିଠି ପଠାଇ ଥାଆନ୍ତି। ଏହି ଚିଠି କେତେବେଳେ ଠିକ ସମୟ ଓ ଠିକ ଠିକଣାରେ ପହଞ୍ଚି ଯାଉଥିବା ବେଳେ ଆଉ କେତେ ସମୟରେ ବିଳମ୍ବରେ ପହଞ୍ଚିଥାଏ। ନିକଟରେ ଦୀର୍ଘ ୫୪ବର୍ଷ ପରେ ଚିଠିଟିଏ ଠିକଣାରେ ଆସି ପହଞ୍ଚିଯାଇଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ଜେସିକା ମିନ୍ସ ନାମକ ମହିଳା ସୋସିଆଲ ମିଡିଆ ଜରିଆରେ ଏହି ରୋଚକ ଘଟଣା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ରହସ୍ୟର ସମାଧାନ କରିବାରେ ମୋତେ ସାହାଯ୍ୟ କରନ୍ତୁ। ମୁଁ ଜାଣିବାକୁ ଚାହୁଁଛି କି କେମିତି ଏହି ପୋଷ୍ଟକାର୍ଡ ୫୪ବର୍ଷ ପରେ ମୋର ଘରେ ଆସି ପହଞ୍ଚିଛି। ଏହି ପୋଷ୍ଟକାର୍ଡ ମେଲରେ ଆସିଛି। ମିଷ୍ଟର ଆଣ୍ଡ୍ ମିସେସ ରେନେ ଗଗନନଙ୍କ ଠିକଣାରେ ଏହି ପୋଷ୍ଟକାର୍ଡଟି ପଠା ଯାଇଥିଲା।

ଏହାକୁ ମୂଳତଃ ୧୯୬୯ମସିହାରେ ମାର୍ଚ୍ଚ୧୫ରେ ପ୍ୟାରିସରୁ ପୋଷ୍ଟ କରାଯାଇଥିଲା। କିନ୍ତୁ ଏହା ଠିକ ଠିକଣା ପହଞ୍ଚିବା ପାଇଁ ୫୪ବର୍ଷ ଲାଗିଯାଇଛି। ଏଥିରେ ତାଲହାସୀ, ଫ୍ଲୋରିଡାର ୨୦୨୩ ଜୁଲାଇ ୧୨ ତାରିଖର ନୂତନ ପୋଷ୍ଟମାର୍କ ରହିଛି। ଏହି ପୋଷ୍ଟକାର୍ଡକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।