ନୂଆଦିଲ୍ଲୀ: ସୋମବାର ବାନ୍ଦ୍ରାର ବବେରୁ ଅଞ୍ଚଳରେ ବସବାସ କରୁଥିବା ଜଣେ ଯୁବକଙ୍କ ବିବାହ ପାଇଁ ବାହାରିଥିବା ବରଯାତ୍ରୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବରଯାତ୍ରୀଙ୍କୁ ଦେଖିଲେ ୯୦ଦଶକ କଥା ମନେ ପଡ଼ିଯାଉଛି। ଉକ୍ତ ବରଯାତ୍ରୀ କୌଣସି ସଉକିନ ଗାଡ଼ି ନୁହେଁ ବରଂ ୩୦ଟି ବଦଳଗାଡ଼ିରେ ବସି କନ୍ୟାଙ୍କ ଘରେ ପହଞ୍ଚିଥିଲେ। ୩୦ଟି ବଳଦଗାଡ଼ିରେ ୬୦ଟି ବଳଦ ଥିବା ବେଳେ ୪ଟି ଘୋଡ଼ା ସାମିଲ ଥିଲେ।
ବରଯାତ୍ରୀ ଉକ୍ତ ବଦଳଗାଡ଼ିରେ ପ୍ରାୟ ୧୪ କିଲୋମିଟର ଯାତ୍ରା କରି କନ୍ୟାଙ୍କ ଘରେ ପହଞ୍ଚିଥିଲେ। ରାସ୍ତାରେ ଏହି ବରଯାତ୍ରୀଙ୍କୁ ଯିଏ ଦେଖୁଥିଲେ ସେମାନେ ଏ ଦୃଶ୍ୟକୁ ନିଜ ଫୋନରେ ରେକର୍ଡ କରି ଦେଇଥିଲେ। ଏହି ଭିଡିଓଟି ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
#WATCH | UP के बांदा में 90 की दशक वाली शादी देखने को मिली। शादी में न कोई कार थी और न ही डीजे। 30 बैलगाड़ियों पर करीब 150 बाराती सवार थे। बारात में 60 बैल और चार घोड़े भी थे जो बारात की अगुवाई कर रहे थे। pic.twitter.com/Uce5boHqsO
— Hindustan (@Live_Hindustan) June 12, 2023
ଗତ ସୋମବାର ଦଫତରା ଗ୍ରାମରେ ବସବାସ କରୁଥିବା ଅବଧେଶ ସିଂହ ପଟେଲଙ୍କ ପୁଅ ପବନଙ୍କ ବିବାହ କୋଲକାତାର କଦରତ ନକ୍ସରପାରା ଦକ୍ଷିଣ-୨୪ ପାରାଗଞ୍ଜ ଗ୍ରାମର ନରେନ୍ଦ୍ରପୁର ବାସିନ୍ଦା ସନଦ କୁମାରଙ୍କ ଝିଅ ମଧୁମିତାଙ୍କ ସହିତ ସ୍ଥିର ହୋଇଥିଲା। ପବନ ଓ ମଧୁମିତା ଦୁହେଁ ମ୍ୟାନେଜମେଣ୍ଟ ପାଠ ପଢ଼ିଛନ୍ତି।
ବର ପବନ ଓ ବଧୂ ମଧୁମିତାଙ୍କ ସହିତ ପରିବାରଲୋକଙ୍କ ଇଚ୍ଛା ଥିଲା କି ବିବାହ ପୁରୁଣା ପରମ୍ପରା ଅନୁସାରେ ହେଉ। ତେବେ ପରିବାରଲୋକଙ୍କ ସହଯୋଗ କ୍ରମରେ ପବନଙ୍କ ବରଯାତ୍ରୀ ୩୦ଟି ବଳଦ ଗାଡ଼ିରେ ୧୪କିମି ବାଟ ଯାତ୍ରା କରି କନ୍ୟାଙ୍କ ଘରେ ପହଞ୍ଚିଥିଲା।
ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ମଇ ୨୯ ତାରିଖରେ ବବେରୁରେ ବସବାସ କରୁଥିବା ଭାଜପା କୃଷକ ମୋର୍ଚ୍ଚା ଜିଲ୍ଲା ଅଧ୍ୟକ୍ଷ ବିଜୟ ବିକ୍ରମ ସିଂହ ବି ତାଙ୍କ ଭଣଜା ଆଲୋକ ସିଂହଙ୍କ ବରଯାତ୍ରୀ ବଳଦଗାଡ଼ିରେ ନେଇଥିଲେ।