ଜାଣନ୍ତୁ ପ୍ରଥମ ମୋବାଇଲ୍‌ କଲ୍‌ କିଏ କାହାକୁ କରିଥିଲେ, କଲରେ କି କଥା ହୋଇଥିଲେ ସେମାନେ?

ନିକଟ ଅତୀତରେ ଆପଣ ପ୍ରଥମ ଟୁଇଟ୍‌ ବିଷୟରେ ପଢ଼ିଥିବେ। ଟୁଇଟ୍‌ରର ନିର୍ମାତା ଜ୍ୟାକ୍‌ ଡୋର୍‌ସି କରିଥିଲେ ଉକ୍ତ ଟୁଇଟ୍‌ । ସେ ଲେଖିଥିଲେ, ‘ଜଷ୍ଟ୍‍ ସେଟିଂ ଅଫ୍‌ ମାଇଁ ଟୁଇଟର୍‌’। ଏବେ ଆପଣଙ୍କୁ ଆହୁରି ଏକ ପ୍ରଥମ ଜିନିଷ ବିଷୟରେ ଅବଗତ କରାଇବୁ। ତାହା ହେଉଛି ପ୍ରଥମ ମୋବାଇଲ୍‌ କଲ୍‌।

ଆପଣ ଜାଣନ୍ତି କି ଏବେ ମଣିଷର ଏକ ଅଙ୍ଗ ପାଲଟି ଯାଇଥିବା ମୋବାଇଲ୍‌ କିଏ ବାହାର କରିଥିଲେ। ଆଉ ଏକଥା ବି ଜାଣନ୍ତି କି ନିର୍ମାତା ମୋବାଇଲ୍‌ ନିର୍ମାଣ କରିବାରେ ସଫଳ ହେବା ପରେ ପ୍ରଥମେ କାହାକୁ କଲ୍‌ କରି କ’ଣ କହିଥିଲେ?

ପ୍ରଥମେ ମୋବାଇଲ୍‌ ଫୋନ୍‌ର ପ୍ରଚଳନ ଆରମ୍ଭ କରିଥିଲେ ମୋଟୋରୋଲାର ଇଞ୍ଜିନିୟର୍‌ ମାର୍ଟିନ କପର୍‌। ମାର୍ଟିନ ୧୯୭୩ ମସିହା ଏପ୍ରିଲ୍‌ ୩ ତାରିଖରେ ପ୍ରଥମ ମୋବାଇଲ୍‌ କଲ୍‌ ନିଜର ପ୍ରତିଦ୍ୱନ୍ଦ୍ୱୀ ଏଟି ଆଣ୍ଡ୍‌ ଟିର ଜୋଏଲ୍‌ ଆଞ୍ଜେଲ୍‌ଙ୍କୁ କରିଥିଲେ। ସେ ଆଞ୍ଜେଲ୍‌ଙ୍କୁ କଲ୍‌ କରି ନିଜର ସଫଳତା ବିଷୟରେ ଜଣାଇଥିଲେ। କଲ୍‌ କରି ମାର୍ଟିନ କହିଥିଲେ କି ‘ଜୋଏଲ୍‌! ମୁଁ ମାର୍ଟିନ କହୁଛି। ମୁଁ ତୁମକୁ ଏକ ସେଲ୍‌ଫୋନ୍‌ରୁ କଲ୍‌ କରିଛି। ଏହା ଏକ ବାସ୍ତବିତ ପୋର୍ଟେବଲ୍‌ ସେଲ୍‌ଫୋନ୍‌।’ ସେ ନ୍ୟୁୟର୍କର ରାସ୍ତା ଉପରେ ଠିଆ ହୋଇ କଲ୍‌ କରୁଛନ୍ତି ବୋଲି ଜଣାଇଥିଲେ।

ସମ୍ବନ୍ଧିତ ଖବର