ଦୀର୍ଘ ବର୍ଷ ପରେ ସ୍ବପ୍ନ ହେଲା ପୂରା, ଖୁସିରେ ଝୁମିଲେ ୨.୫ ଫୁଟ୍ ଉଚ୍ଚତା ଥିବା ଯୁବକ

ନୂଆଦିଲ୍ଲୀ: ଅନେକ ସମୟରେ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳେ କି, ‘ ବିବାହ ଲଡ଼ୁ ଯିଏ ଖାଇଛି ସିଏ ଅନୁତାପ କରିଛି, ଯିଏ ଖାଇ ନାହିଁ ସେ ବି ଅନୁତାପ କରିଛି।’ ଲୋକମାନେ ହୁଏତ ଏହି କଥାକୁ ଖୋଲାଖୋଲି ଭାବରେ ସ୍ୱୀକାର କରି ନପାରନ୍ତି, କିନ୍ତୁ ପୁରୁଷ କିମ୍ବା ମହିଳା ହୁଅନ୍ତୁ, ସମସ୍ତେ ବିବାହ କରିବାକୁ ପସନ୍ଦ କରନ୍ତି । ବିବାହ ବିନା ଜୀବନ ଅପୂର୍ଣ୍ଣ ବୋଲି ବି କେତେକ ଦାବି କରନ୍ତି।

ଏପରି କ୍ଷେତ୍ରରେ ଉତ୍ତରପ୍ରଦେଶର ଶାମଲିସ୍ଥିତ କୋରାନାରେ ରହୁଥିବା ଜଣେ ଯୁବକଙ୍କୁ ଦୀର୍ଘ ଦିନ ଧରି ନିଜ ବିବାହ ଦିନକୁ ଅପେକ୍ଷା କରିବାକୁ ପଡ଼ିଥିଲା। ତେବେ ତାଙ୍କର ଉଚ୍ଚତା ବିବାହରେ ବାଧା ସୃଷ୍ଟି କରିଥିଲା। କାରଣ ବ୍ୟକ୍ତିଙ୍କ ଉଚ୍ଚତା ମାତ୍ର ୨.୫ଫୁଟ ଥିଲା। ଏହି କାରଣରୁ ତାଙ୍କୁ କନ୍ୟା ମିଳି ପାରୁ ନଥିଲା। ନିକଟରେ ଉକ୍ତ ଯୁବକଙ୍କ ଅନେକ ଦିନର ସ୍ବପ୍ନ ପୂରା ହୋଇଛି। ସେ ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି।

 

ରିପୋର୍ଟ ଅନୁଯାୟୀ, ୩୨ ବର୍ଷୀୟ ଅଜିମ ମାନସୁରୀ ନଭେମ୍ବର ୨ରେ ବିବାହ କରିଛନ୍ତି। ସେ ହାପୁର ବାସିନ୍ଦା ବୁଶ୍ରାଙ୍କୁ ବିବାହ କରିଛନ୍ତି। ଅଜିମ ବିବାହକୁ ନେଇ ବହୁତ ଚିନ୍ତାରେ ଥିଲେ। ତାଙ୍କ ଉଚ୍ଚତା ପାଇଁ କନ୍ୟା ଖୋଜିବା ବହୁତ କଷ୍ଟ ହୋଇ ପଡ଼ିଥିଲା। ସେ କନ୍ୟା ଖୋଜିବା ପାଇଁ ରାଜନେତାମାନଙ୍କୁ ବି ସାହାଯ୍ୟ ମାଗିଥିଲେ। ୨୦୧୯ ମସିହାରେ ସେ ତାଙ୍କ ପାଇଁ କନ୍ୟା ଖୋଜିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସହାୟତା ମଧ୍ୟ ଲୋଡ଼ିଥିଲେ।

 

ବହୁତ ଖୋଜାଖୋଜି ପରେ ତାଙ୍କୁ ବୁଶ୍ରା ନାମରେ ଜଣେ କନ୍ୟା ମିଳିଥିଲେ। ବୁଶ୍ରାଙ୍କ ଉଚ୍ଚତା ୩ଫୁଟ ରହିଛି। ଅଜିମ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ତାଙ୍କୁ ଯେତେବେଳେ ବୁଶ୍ରା ମିଳିଥିଲେ ତାଙ୍କ ଭାଗ୍ୟ ଉଜ୍ଜ୍ବଳ ହୋଇ ଯାଇଥିବା ସେ କହିଥିଲେ।

ଅଜିମ ଏବଂ ବୁଶ୍ରାଙ୍କ ଗତ ବର୍ଷ ମାର୍ଚ୍ଚରେ ସାକ୍ଷାତ ହୋଇଥିଲା ଏବଂ ଏପ୍ରିଲ୍ ୨୦୨୧ ରେ ର୍ନିବନ୍ଧ ଶେଷ ‌ହୋଇଥିଲା। ଅଜିମ ନିଷ୍ପତ୍ତି ନେଇଥିଲେ ଯେ ବୁଶ୍ରା ଯେତେବେଳେ ସ୍ନାତକ ସମାପ୍ତ କରିବେ, ସେତେବେଳେ ସେ ତାଙ୍କୁ ବିବାହ କରିବେ। ଆଉ ଏବେ ତାହା ହୋଇଛି।

ସମ୍ବନ୍ଧିତ ଖବର