ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏହି କିଛିଦିନ ହେବ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିକୁ ଦେଖିଲେ ଆପଣଙ୍କ ମୁହଁରେ ବି ହସ ଫୁଟି ଉଠିବ। ଲୋକମାନେ ବି ଏହି ଭିଡିଓକୁ ବେଶ ପସନ୍ଦ କରିଛନ୍ତି।
କଥାରେ ଅଛି 'ବୟସ ହେଉଛି ମାତ୍ର ଏକ ସଂଖ୍ୟା। ଏହାକୁ ଭାଇରାଲ ଭିଡିଓରେ ନାଚୁଥିବା ଦେଖିବାକୁ ମିଳୁଥିବା ଦୁଇଜଣ ବୃଦ୍ଧ ମହିଳା ପୁଣିଥରେ ପ୍ରମାଣ କରି ଦେଖାଇଛନ୍ତି। ଭିଡିଓରେ ଶାଢ଼ି ପିନ୍ଧିଥିବା ଦୁଇଜଣ ବୃଦ୍ଧ ମହିଳା ଗାୟକ ଆଶା ଭୋସଲେଙ୍କ ସୁପରହିଟ୍ ଗୀତ 'ପିୟା ତୁ ଅବ ତୋ ଆ ଜା ...' ରେ ନାଚୁଥିବାର ନଜର ଆସୁଛନ୍ତି। କିଛି ସମୟ ପରେ ପାଖରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ମଧ୍ୟ ଦୁଇ ବୃଦ୍ଧଙ୍କ ସହିତ ନାଚୁଥିବା ଦେଖିବାକୁ ମିଳୁଛି । ୧୫ ସେକେଣ୍ଡର ଡ୍ୟାନ୍ସ ଭିଡିଓ କ୍ଲିପ୍ @PEECHETODEKHO ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲ ସେୟାର କରିଛି। ସେ ସେୟାର କରି ଏହାର କ୍ୟାପସନରେ ଲେଖିଛନ୍ତି- 'ବହୁତ ସୁନ୍ଦର' |
This is so cute☺️ pic.twitter.com/xDslL51Ob0
— Pathan ka Baccha (@peechetodekho) August 29, 2020
ଚଳଚ୍ଚିତ୍ର କାରୱାର ଏହି ସୁପରହିଟ୍ ଗୀତକୁ ଆଶା ଭୋସଲେ ଗାଇଥିଲେ। | ଯେଉଁଥିରେ ହେଲେନଙ୍କ ନୃତ୍ୟକୁ ଲୋକମାନେ ଆଜି ମଧ୍ୟ ଭୁଲି ନାହାଁନ୍ତି | ଭିଡିଓଟି ଅଗଷ୍ଟ ୨୯ ରେ ସେୟାର କରାଯାଇଥିଲା | ଏ ପର୍ଯ୍ୟନ୍ତ ଏହାକୁ ୨୦୦ରୁ ଅଧିକ ଥର ରିଟ୍ୱିଟ କରାଯାଇଛି। ୩୦୦୦ ହଜାର ଲୋକ ଏପର୍ଯ୍ୟନ୍ତ ଏହି ଭିଡିଓ ଦେଖି ସାରିଛନ୍ତି | ଲୋକଙ୍କ ଏହି ଭିଡିଓକୁ ଦେଖିବା ପରେ ବହୁତ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଆସୁଛି |