ଦୀପରେ ନିର୍ମିତ ହେଉଛି ୨୦ ଫୁଟର ମାଛ

ପରିତ୍ୟକ୍ତ କୁଡ଼ୁଆରେ ଚଢ଼େଇ ଘର କରୁଥିବା ଜଣେ କଳାକାର ବେଶ୍ ଚର୍ଚିତ ହୋଇଛନ୍ତି। ତେବେ ବ୍ୟବହାର ପରେ ପଡ଼ି ରହିଥିବା ଦୀପରେ ଯେ ଚମକ ଭରିହୁଏ ତା’ର ଉଦାହରଣ ବିନ୍ଦୁସାଗର କୂଳରେ ଦେଖିବାକୁ ମିଳିଛି। ଦୀପରେ ନିର୍ମିତ ହେଉଛି ୨୦ ଫୁଟର ମାଛ। ଲୁହା ରଡ୍, ଲୁହା ଜାଲି, ଇଠା ଓ ପୋଡ଼ା ଦୀପରେ ନିର୍ମାଣ ଚାଲିଛି ଏହି ଦୀପ ମାଛରର କଳାକୃତି। ଫ୍ରାନ୍ସର ସେସ୍ଲି ଏହିଭଳି ଏକ କଳାକୃତି ପ୍ରସ୍ତୁତ କରୁଛନ୍ତି। ଖଲିକୋଟ୍, ବିକେ ଆର୍ଟ କଲେଜ୍ର ଛାତ୍ରଛାତ୍ରୀ ଏଥିରେ ସହଯୋଗ କରୁଛନ୍ତି। ୫ହଜାର ପୋଡ଼ା ଦୀପରେ ଏହି ମାଛ ନିର୍ମିତ ହେଉଛି। ନିଖୁର କାରିଗରୀ କରାଯାଉଥିବା ବେଳେ ଆସନ୍ତା ୧୮ ତାରିଖରୁ ୨୦ ଫୁଟିଆ ମାଛର ସମ୍ପୂର୍ଣ୍ଣ ପ୍ରତିକୃତି ଦେଖିବାକୁ ମିଳିବ। ବିନ୍ଦୁସାଗର କୂଳର ଉତ୍ତର-ପୂର୍ବ କୋଣରେ ଏହି ମାଛ କଳାକୃତି ସ୍ଥାନ ପାଇଛି। ଭୁବନେଶ୍ବର ଆର୍ଟ ଟ୍ରାଏଲ୍ (ବ୍ୟାଟ୍)ର ଏହି ଅଭିନବ କଳା ପ୍ରଦର୍ଶନୀ ମଧ୍ୟରେ ଏହା ସ୍ଥାନିତ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର