ନୂଆଦିଲ୍ଲୀ: ନିକଟରେ ୨୦ମାସର ଶିଶୁ ଏଭଳି ଏକ ମହତ କାମ କରିଛି ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ଶିଶୁଟି ଜଣେ କି ଦୁଇଜଣଙ୍କର ନୁହେଁ ଏକାଥରକେ ୫ଜଣଙ୍କ ଜୀବନ ବଞ୍ଚାଇଛି। ନିକଟରେ ୨୦ମାସ ଶିଶୁ ଧନିଷ୍ଠାଅଙ୍ଗଦାନ କରି ମହତ କାମ କରିଛି। ଏହି ଅଙ୍ଗଦାନ କରି ସେ ସର୍ବକନିଷ୍ଠ କାଡାଭେର ଡୋନର ପାଲଟିଛି।
/sambad/media/post_attachments/87d1584762c001f6e350b4487419fe27e6588bfdb56e721a7424c80e4350ca92.jpg)
ଜାନୁଆରି ୮ ତାରିଖରେ ଧନିଷ୍ଠା ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ଘରେ ଖେଳୁଥିବା ସମୟରେ ପ୍ରଥମ ମହଲାରୁ ଖସି ପଡ଼ି ଅଚେତ ହୋଇଯାଇଥିଲା। ଏହାପରେ ପରିବାରଲୋକ ତାକୁ ଚିକିତ୍ସା ପାଇଁ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଡାକ୍ତରମାନେ ଧନିଷ୍ଠାର ସଙ୍ଗେସଙ୍ଗେ ଚିକିତ୍ସା ଆରମ୍ଭ କରି ଶିଶୁର ଚେତା ଆଣିବାକୁ ଚେଷ୍ଟା କରିଥିଲେ। ଡାକ୍ତରମାନେ ବହୁ ଚେଷ୍ଟା କରିବା ପରେ ଜାନୁଆରି ୧୧ ତାରିଖରେ ଶିଶୁକୁ ବ୍ରେନ ଡେଡ ଘୋଷଣା କରିଥିଲେ।
navbharattimes.indiatimes.comଏହାଶୁଣି ଧନିଷ୍ଠାଙ୍କ ମାତା-ପିତାଙ୍କ ସମେତ ଅନ୍ୟ ପରିବାରଲୋକ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏହାରି ଭିତରେ ସେମାନେ ଧନିଷ୍ଠାକୁ ସବୁଦିନ ପାଇଁ ବଞ୍ଚାଇ ରଖିବା ପାଇଁ ଶିଶୁର ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ଡାକ୍ତରଙ୍କୁ ନିଜର ଏଭଳି ନିଷ୍ପତ୍ତି ବିଷୟରେ ଜଣାଇଥିଲେ ଧନିଷ୍ଠାର ମାତା-ପିତା। ଡାକ୍ତର ବି ଧନିଷ୍ଠାର ଚିକିତ୍ସା ପରେ ତାର ଅଙ୍ଗଦାନ କରାଯାଇପାରିବ ବୋଲି କହିଥିଲେ। ଶେଷରେ ଧନିଷ୍ଠାର ଶରୀରରୁ ହୃଦୟ, ଲିଭର, ଦୁଇଟି କିଡନୀ ଏବଂ କୋର୍ନିଆ ବାହାର କରାଯାଇଥିଲା।
ଧନିଷ୍ଠାର ଏସବୁ ଅଙ୍ଗ ୫ଜଣଙ୍କଠାରେ ପ୍ରତ୍ୟାରୋପଣ କରାଯାଇଥିଲା। ୨୦ମାସର ଶିଶୁ ଆଖିବୁଜିବା ପୂର୍ବରୁ ଏକାସାଙ୍ଗରେ ୫ଜଣଙ୍କ ଜୀବନ ବଞ୍ଚାଇ ଦେଇ ଚାଲିଯିବା ଘଟଣାକୁ ଯିଏ ଶୁଣୁଛନ୍ତି ତାଙ୍କ ଆଖିରେ ଲୁହ ଭରି ଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/child-1.jpg)