ନୂଆଦିଲ୍ଳୀ: ପିଲାରୁ ନେଇ ବୟସ୍କ ପର୍ଯ୍ୟନ୍ତ ଆଜିକାଲି ବ୍ରାଣ୍ଡେଡ୍ ଜିନିଷ କିଣିବାକୁ ସମସ୍ତେ ଖୁବ୍ ପସନ୍ଦ କରିଥାନ୍ତି। ବ୍ରାଣ୍ଡେଡ୍ ପୋଷାକ ଏବଂ ଜୋତା ପିନ୍ଧିବା ଆଜିର କିଶୋରମାନଙ୍କର ଏକ ବଡ଼ ସଉକ। ଆପଣଙ୍କର ମନେ ଅଛି କି ଆପଣ ୨୦ ବର୍ଷ ବୟସରେ ସବୁଠାରୁ ମହଙ୍ଗା ଜିନିଷ କ’ଣ କିଣିଥିଲେ?
ଜଣେ ଯୁବକଙ୍କ ଟ୍ୱିଟ୍ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଲେଖିଛନ୍ତି ଯେ ତାଙ୍କୁ ୨୦ ବର୍ଷ ବୟସ ହୋଇଛି ଏବଂ ଏତେ କମ୍ ବୟସରେ ସେ ୨୨ ହଜାର ଟଙ୍କା ମୂଲ୍ୟର ଏକ ସାର୍ଟ କିଣିଛନ୍ତି।
ମଜାର କଥା ହେଉଛି ଯୁବକଙ୍କ ଏହି ଗୋଟାଏ ଟ୍ବିଟ୍ ଏବେ ଟ୍ବିଟର୍ରେ ହଲ୍ଲା ମଚାଇ ଦେଇଛି। ତାଙ୍କ ପୋଷ୍ଟ ଦେଖିବା ପରେ, ଇଣ୍ଟରନେଟ୍ ବ୍ୟବହାରକାରୀମାନେ ନିଜକୁ ଅଟକାଇ ପାରିଲେ ନାହିଁ ଏବଂ ତାଙ୍କ ପୋଷ୍ଟକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେବା ଆରମ୍ଭ କଲେ।
I bought a shirt worth ₹22,000. (20yrs old) pic.twitter.com/ZvJPvlDRuW
— Piyush Trades (@piyush_trades) June 17, 2023
କିଛି ଲୋକ ସେହି ଯୁବକଙ୍କୁ ଅନୁକରଣ କରି ତାଙ୍କ ପରି ବିଭିନ୍ନ ସାମଗ୍ରୀର ଫଟୋ ପୋଷ୍ଟ୍ କରି ନିଜ ବୟସ ଲେଖିଛନ୍ତି। ପୋଷ୍ଟ୍ଗୁଡ଼ିକୁ ଦେଖିବା ପରେ ଆପଣ ନିଜ ହସକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବ ନାହିଁ।
ପିୟୂଷ ଟ୍ରେଡ୍ସ ନାମକ ଜଣେ ଉପଭୋକ୍ତା ନିଜ ସାର୍ଟର ଏକ ଭିଡିଓକୁ ଟ୍ବିଟ୍ରେ ପୋଷ୍ଟ୍ କରିବା ପରେ ଏହି ଭିଡିଓ ଭାଇରାଲ୍ ହୋଇ ଚାଲିଛି। ଭିଡିଓରେ ଯୁବକ ଜଣକ ଟ୍ରାଏଲ ରୁମରେ ଏକ ସାର୍ଟ ଭିଡିଓରେ ଯୁବକ ଜଣକ ଟ୍ରାଏଲ ରୁମରେ ଏକ ସାର୍ଟ ପିନ୍ଧୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୭ ଲକ୍ଷରୁ ଅଧିକ ଥର ଦେଖାଯାଇଛି।
ଲୋକମାନେ ଭିଡିଓରେ ସେମାନଙ୍କର ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି - ମୁଁ ୨୦ ବର୍ଷ ବୟସରେ କୁଲଫି ଖାଉଛି। ଅନ୍ୟ ଜଣେ ଲେଖିଛନ୍ତି - ମୁଁ ୨୫ ବର୍ଷ ବୟସରେ ମୋମୋ ଖାଉଛି। ସେହିପରି ଅନେକ ବ୍ୟବହାରକାରୀ ନିଜର ବ୍ରାଣ୍ଡେଡ୍ ସାମଗ୍ରୀର ଫଟୋ ଦେଇ ସେମାନଙ୍କ ବୟସ ଲେଖିଛନ୍ତି।