ପ୍ରେମ ମାନେନା ବୟସ! ୬୦ବର୍ଷର ମହିଳାଙ୍କୁ ବିବାହ କଲେ ୨୦ବର୍ଷିଅ ଯୁବକ…

ରାମପୁର: ଉତ୍ତରପ୍ରଦେଶରେ ଏକ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ୨୦ବର୍ଷର ଯୁବକ ଜଣେ ୬୦ବର୍ଷୀୟା ବିଧବା ମହିଳାଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରିଛନ୍ତି।

ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ରାମପୁର ଜିଲ୍ଲାର ଅଜିମନଗର ଥାନା ଅଧୀନରେ ଥିବା ଜଟପୁରା ଗ୍ରାମରେ ଘଟିଛି। ଦୁଇବର୍ଷ ପୂର୍ବେ ଜଟପୁରା ଗ୍ରାମରେ ବସବାସ କରୁଥିବା ୬୦ବର୍ଷୀୟା ମହିଳା କେଶରବତୀଙ୍କ ମୋବାଇଲ୍‌ ଫୋନ୍‌କୁ ଏକ ରଙ୍ଗନମ୍ବରରୁ କଲ୍ ଆସିଥିଲା। ଏହି ନମ୍ବର ହରଦୋଇରେ ରହୁଥିବା ୨୦ବର୍ଷର ରାକେଶ ପାଲଙ୍କର ଥିଲା। ରଙ୍ଗନମ୍ବରରୁ କେଶରବତୀ ଓ ରାକେଶଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା।

oneindia

ଫୋନ୍‌ରେ କିଛିଦିନ କଥା ହେବା ପରେ ପରସ୍ପରକୁ ପରସ୍ପରର କଥାବାର୍ତ୍ତା ଭଲ ଲାଗିଥିଲା। ଏହାପରଠାରୁ ଦୁହେଁ ଫୋନ୍‌ରେ ପ୍ରତଦିନ କଥାବାର୍ତ୍ତା ହେବା ସହିତ ଭିଡିଓ କଲ ବି କରି ଥାଆନ୍ତି। ଧୀରେଧୀରେ ଦୁହିଁଙ୍କ ସମ୍ପର୍କ ଦୃଢ଼ ହେବାକୁ ଲାଗିଥିଲା, ଯାହାକି ପରବର୍ତ୍ତୀ ସମୟରେ ପ୍ରେମରେ ପରିଣତ ହୋଇଥିଲା।

ଯୁବକ କେଶରବତୀଙ୍କ ପ୍ରେମରେ ପଡ଼ିବା ପରେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। କେଶରବତୀ ବି ରାକେଶଙ୍କ ଏହି ବିବାହ ପ୍ରସ୍ତାବରେ ରାଜି ହୋଇଯାଇଥିଲେ। ଏହାପରେ ଦୁହେଁ ବିବାହ କରିବା ପାଇଁ ସ୍ଥିର କରିଥିଲେ। ଗତ ଶନିବାର ରାକେଶ ପାଲ ହରଦୋଇରୁ କେଶରବତୀ ରହୁଥିବା ରାମପୁରର ଜଟପୁରା ଗ୍ରାମରେ ଯାଇ ପହଞ୍ଚିଥିଲେ।

ସେଠାରେ ରାକେଶ କେଶରବତୀଙ୍କ ମଥାରେ ସିନ୍ଦୂର ପିନ୍ଧାଇ ସାତଜନ୍ମ ପାଇଁ ତାଙ୍କୁ ନିଜର ଜୀବନସାଥୀ ଭାବେ ଗ୍ରହଣ କରିଥିଲେ। କେଶରବତୀଙ୍କ ଗୋଟିଏ ଝିଅ, ଯାହାଙ୍କର ଚାରିବର୍ଷ ପୂର୍ବେ ବିବାହ ସରିଛି।

ସମ୍ବନ୍ଧିତ ଖବର