ଆପଲ୍ କମ୍ପାନି ଜାପାନୀ ଫ୍ୟାସନ୍ ଡିଜାଇନର୍ ଇସେ ମିୟାକେଙ୍କ ସହଯୋଗରେ ବିକଶିତ ‘ଆଇଫୋନ୍ ପକେଟ୍’ ନାମକ ଏକ ବୁଣା ପାଉଚ୍ ବଜାରକୁ ଛାଡ଼ିଛି। ଗତ ୧୪ ତାରିଖରୁ ଫ୍ରାନ୍ସ, ଚୀନ୍, ଇଟାଲୀ, ଜାପାନ, ସିଙ୍ଗାପୁର, ଦକ୍ଷିଣ କୋରିଆ, ୟୁକେ ଏବଂ ଆମେରିକାରେ ‘ଆପଲ୍ଡଟ୍ କମ୍’ ସାଇଟ୍ରେ ଏହା ଉପଲବ୍ଧ ହୋଇଛି। ଏହି ପାଉଚ୍ର ମୂଲ୍ୟ ୨୦,୩୭୯ ଟଙ୍କା (୨୨୯.୯୫ ଡଲାର) ରହିଛି।
ଏହି ପାଉଚ୍କୁ ହାତରେ ଧରିହେବ, ବ୍ୟାଗରେ ବାନ୍ଧିହେବ କିମ୍ବା ସିଧାସଳଖ ବହନ କରିହେବ। ତେବେ ଏକ ଆଇଫୋନ୍ ଓ ଅନ୍ୟାନ୍ୟ ଛୋଟ ଡିଭାଇସ୍ ବହନ କରି ପାରୁଥିବା ଏହି ନୂତନ ଉତ୍ପାଦର ଏପରି ଉଚ୍ଚ ମୂଲ୍ୟ ଏବଂ ଡିଜାଇନ୍ ଉପରେ ସମାଲୋଚକମାନେ ପ୍ରଶ୍ନ ଉଠାଇଛନ୍ତି। ଏହାର ମଧ୍ୟ ଏକ ଛୋଟ ସଂସ୍କରଣ ୧୪୯.୯୫ ଡଲାରରେ ଅତିରିକ୍ତ ରଙ୍ଗ ବିକଳ୍ପରେ ଉପଲବ୍ଧ, ଯାହାକୁ ହାତ ଉପରେ ହୁକ୍ କରାଯାଇପାରିବ କିମ୍ବା ଏକ ବ୍ୟାଗରେ ବାନ୍ଧି ହେବ। ଏହି ପାଉଚ୍ରେ ସୁରକ୍ଷିତ ଆଇଫୋନ୍ର ପରଦାକୁ ବାହାରୁ ଦେଖିବାର ବ୍ୟବସ୍ଥା ରହିଛି।
କମ୍ପାନି ଦ୍ବାରା ଏଭଳି ଉତ୍ପାଦ ଓ ଏହାର ବର୍ଣ୍ଣନା ହାସ୍ୟାସ୍ପଦ ବୋଲି ଅନେକ ସମାଲୋଚନା କରିଛନ୍ତି। ବିଶେଷକରି ପ୍ରତିଦ୍ବନ୍ଦ୍ବୀ କମ୍ପାନିମାନଙ୍କ ତୁଳନାରେ ଆପଲ୍ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଦୌଡ଼ରେ ପଛରେ ପଡ଼ିଯାଉଛି ବୋଲି ଅନେକ କହିଛନ୍ତି। ଅନ୍ୟମାନେ ଏଆଇ ମଡେଲ ନିର୍ମାଣ କରୁଥିବା ବେଳେ ଆପଲ୍ ମୋଜା ସହ ଖେଳୁଛି ବୋଲି କେତେକ କଟାକ୍ଷ କରିଛନ୍ତି। ସେହିପରି ଆପଲ୍ର ପ୍ରଶଂସକମାନେ ଏହାର ଯେ କୌଣସି ଉତ୍ପାଦକୁ ଯଥାର୍ଥ କରିବା ପାଇଁ କେତେ ଦୂର ଯାଇପାରିବେ ବୋଲି କେହି କେହି ପ୍ରଶ୍ନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/20/fshfshshxvbbv-2025-11-20-00-22-25.jpg)