୨୦୧୮ ଶେଷ ମଧ୍ୟରେ କେତେ ସାଇବର୍‌ ସିକ୍ୟୁରିଟି ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ ଜାଣନ୍ତି !

କଂପ୍ୟୁଟର ମାଧ୍ୟମରେ ଇଣ୍ଟରନେଟ୍‌ ମଧ୍ୟ ଆଜିର ଏକ ବଡ ଆବଶ୍ୟକତା ହୋଇଯାଇଛି । ଇଣ୍ଟରନେଟ୍‌ର ବ୍ୟବହାର ଆମର ଜୀବନକୁ ସହଜ ସରଳ କରିଛି । ତେବେ ବ୍ୟାପକ ଇଣ୍ଟରନେଟ୍‌ ବ୍ୟବହାର ଯୋଗୁଁ ଅନ୍‌ଲାଇନ ସାଇବର କ୍ରାଇମ୍‌ ମଧ୍ୟ ବଢିଯାଇଛିି । ଏଭଳି ଅପରାଧର କାରଣ ଖୋଜିବା ଓ ବ୍ୟକ୍ତିଗତ କିମ୍ବା ସାମୁହିକ ତଥ୍ୟକୁ ସୁରକ୍ଷା ଦେବା କାର୍ଯ୍ୟ କରି ଥାଆନ୍ତି ଦକ୍ଷ ଓ ପ୍ରଶିକ୍ଷିତ ସାଇବର୍‌ ସିକ୍ୟୁରିଟି ବିଶେଷଜ୍ଞ ମାନେ । ଏମାନଙ୍କ ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ନିଯୁକ୍ତି ସୁଯୋଗ ମଧ୍ୟ ରହିଛି ।

୨୦୧୮ ଶେଷ ମଧ୍ୟରେ ଭାରତରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ପାଖାପାଖି ପାଞ୍ଚ ଲକ୍ଷ୍ ସାଇବର୍‌ ସିକ୍ୟୁରିଟି ବିଶେଷଜ୍ଞ ମାନଙ୍କୁ ନିଯୁକ୍ତି ଦିଆଯିବାର ଆକଳନ କରାଯାଉଛି । ଭଳି ଅପରାଧଗୁଡିକୁ ସାଇବର୍‌ ସିକ୍ୟୁରିଟ କୋର୍ସ କରୁଥିବା ମଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟତଃ ଶିକ୍ଷାଦାନ କରାଯାଇଥାଏ ।
କଂପ୍ୟୁଟର ଅପରାଧର ସ୍ୱରୂପ ବୁଝିବା ସହ ଯାଞ୍ଚ କରିବା, କ୍ଷତିକୁ ନିୟନ୍ତ୍ରଣ କରିବା, ସୁରକ୍ଷାର ବାଟ ନିୟନ୍ତ୍ରଣ, ସୁରକ୍ଷାର ରାସ୍ତା ବାହାର କରିବା, ଆଦି ସଂପର୍କରେ ଶିକ୍ଷା ଦିଆ ଯାଇଥାଏ ।

ଯେଉଁମାନେ ସାଇବର ସିକ୍ୟୁରିଟିରେ କ୍ୟାରିଅର୍‌ କରିବାକୁ ଚାହାଁନ୍ତି , ସେମାନଙ୍କର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହେଉଛି ଯୁକ୍ତ ଦୁଇ ପାଶ୍‌ । ଏଥିପାଇଁ ଡିପ୍ଲୋମା, ଡିଗ୍ରୀ ଓ ସ୍ପେଶାଲ୍‌ କୋର୍ସ ମଧ୍ୟ ରହିଛି । ଯେଉଁମାନେ ଉପରୋକ୍ତ କୋର୍ସ କରିବେ, ସେମାନଙ୍କୁ ଚାକିରିରେ ଅଗ୍ରାଧିକାର ଦିଆଯାଇଥାଏ । ଦେଶରେ ଏଭଳି କେତେକ ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି ଯେଉଁଠାରେ ଦୂରସ୍ଥ ଶିକ୍ଷା ମାଧ୍ୟମରେ ଡିପ୍ଲୋମା ପାଠ୍ୟକ୍ରମର ପ୍ରଚଳନ ରହିଛି ।

photo-idreamcareer.com

ଯେଉଁମାନେ ସାଇବର୍‌ ସିକ୍ୟୁରିଟ୍‌ କ୍ୟାରିଅର୍‌ କରିବାକୁ ଚାହାଁନ୍ତି, ସେମାନଙ୍କ ପାଇଁ କେତେକ ପ୍ରମୁଖ ଶିକ୍ଷାନୁଷ୍ଠାନ ହେଲା-
୧ ଇଣ୍ଡିଆନ୍‌ ଫରେନ୍‌ସିକ୍‌ ସାଇନ୍ସ ଇଣ୍ଡିଆ, ମହାରାଷ୍ଟ୍ର
୨ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇବର୍‌ ଲ, ମୁମ୍ବାଇ
୩ ଏସିଆନ୍‌ ସ୍କୁଲ୍‌ ଅଫ୍‌ ସାଇବର୍‌ ଲ, ମୁମ୍ବାଇ
୪ ସାଇବର  ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହାଇଦ୍ରାବାଦ୍‌
୫ ସାଇବର ଲ କଲେଜ୍‌, ବେଙ୍ଗଲୁରୁ ।

ସମ୍ବନ୍ଧିତ ଖବର