୫୦ ବର୍ଷୀୟ ବ୍ୟକ୍ତିଙ୍କୁ ମନ ଦେଲେ ୨୧ ବର୍ଷୀୟା ଯୁବତୀ, ଟ୍ରୋଲ୍‌ କଲେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ

ନୂଆଦିଲ୍ଳୀ: କଥାରେ ଅଛି ପ୍ରେମରେ ଜାତି, ଧର୍ମ, ବୟସ କିଛି ବି ଦେଖାଯାଏନି। ସେହି କଥାଟି ପୁଣି ଥରେ ପ୍ରମାଣିତ ହୋଇଛି। ଜଣେ ୨୧ ବର୍ଷୀୟା ଯୁବତୀ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ପ୍ରେମ କରିବା କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଘଟଣାଟି ହେଉଛି ଆମେରିକାର। ଏହି ପ୍ରେମ କାହାଣୀଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ୨୯ ବର୍ଷ ବୟସ ବ୍ୟବଧାନ ଭିତରେ ଗଢ଼ି ଉଠିଥିବା ଏହି ପ୍ରଣୟକୁ ଲୋକେ ଟ୍ରୋଲ୍‌ କରିବା ଆରମ୍ଭ କରି ଦେଇଛନ୍ତି।

 

 

View this post on Instagram

 

A post shared by NATALIE NOBLE (@thenatalienoble)

୨୧ ବର୍ଷୀୟା ଯୁବତୀ ଜଣକ ହେଉଛନ୍ତି ନତାଲି ନୋବଲ୍‌। ସେ ୫୦ ବର୍ଷୀୟ ବାମ୍ବି ଲିଣ୍ଡସ୍‌କୁ ପ୍ରେମ କରିବା କଥା ନିଜେ ‌ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ଖୁଲାସା କରିଛନ୍ତି। ଏହି ଯୁଗଳ ଆମେରିକାରେ ଏବେ ଏକାସାଥୀରେ ରହୁଛନ୍ତି। ସେମାନଙ୍କ ମଧ୍ୟରେ ଥିବା ବୟସ ବ୍ୟବଧାନ ସକାଶେ କିଭଳି ଭାବେ ଲୋକ ସେମାନଙ୍କୁ ସମାଲୋଚନା କରି ନିନ୍ଦନୀୟ କଥା ସବୁ କହିଛନ୍ତିି ସେ ସଂପର୍କରେ ନତାଲି ଏକ ଟିକ୍‌ଟକ୍‌ ଭିଡିଓ ଜରିଆରେ ଜଣାଇଛନ୍ତି।

ନତାଲି ତାଙ୍କ ଭିଡିଓରେ କହିଛନ୍ତି ଯେ ସେମାନଙ୍କ ମଧ୍ୟ‌ରେ ଥିବା ବୟସ ବ୍ୟବଧାନ ପାଇଁ କେବଳ ବାହାର ଲୋକ ନୁହଁନ୍ତି, ତାଙ୍କ ନିଜ ବାପାମାଆ ବି ତାଙ୍କୁ ଅନେକ କଥା କହିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ତାଙ୍କୁ ୨୧ ବର୍ଷ ବୟସ ହୋଇଥିବାରୁ ନିଜ ଜୀବନର ନିଷ୍ପତ୍ତି ସେ ନିଜେ ନେବାକୁ ସକ୍ଷମ। ରିପ‌ୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ପ୍ରେମୀ ଯୁଗଳଙ୍କ ପ୍ରଥମ ସାକ୍ଷାତ ୨୦୧୫ ମସିହାରେ ହୋଇଥିଲା।

 

ସମ୍ବନ୍ଧିତ ଖବର