ନୂଆଦିଲ୍ଲୀ: "ଆଉ କିଛି ଦିନ ମଧ୍ୟରେ ସବୁ ଶେଷ ହୋଇଯିବ। ଏ ସୁନ୍ଦର ପୃଥିବୀ ଦେଖିବାକୁ ମୁଁ ଆଉ ନଥିବି। ଏବର୍ଷ ମୁଁ ଶେଷ ଥର ପାଇଁ ଦୀପାବାଳି ଦେଖିବି। ରାସ୍ତାଘାଟ ଆଲୋକରେ ସଜାଇ ହେଲାଣି। ମୃତ୍ୟୁ ପୂର୍ବରୁ ବୋଧହୁଏ ମୁଁ ଦୀପାବଳି ଦେଖିପାରିବି। ହେଲେ ବର୍ଷ ଶେଷକୁ ମୁଁ ଆଉ ଏ ଦିନିଆରେ ନଥିବି।" ଦୀପାବଳିର ଆଗମନ ପାଇଁ ଏବେ ଚାରିଆଡେ ଖୁସିର ବାତାବରଣ ଥିବା ବେଳେ ଆଖିରେ ଲୁହ ଆଣି ଦେଇଛି ଜଣେ ୨୧ବର୍ଷୀୟ ଯୁବକଙ୍କ ପୋଷ୍ଟ। କୋଲୋରେକ୍ଟାଲ କର୍କଟ ରୋଗରେ ପୀଡ଼ିତ ଥିବା ଯୁବକ ରେଡିଟ୍ରେ କରିଥିବା ପୋଷ୍ଟ ଏବେ ଭାଇରାଲ ହେଉଛି। ସବୁ ପ୍ରକାରର ଚିକିତ୍ସା କରି ଡାକ୍ତର ହାତ ଟେକିଦେବା ପରେ ଏବେ ସେ ମୃତ୍ୟୁର ଅତି ନିକଟତର ହେଉଥିବା ଲେଖିଛନ୍ତି।
/filters:format(webp)/sambad/media/media_files/2025/10/16/screenshot-2025-10-16-155906-2025-10-16-15-59-36.png)
ସେ କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, "ଦୀପାବଳି ଖୁବ୍ ଶୀଘ୍ର ଆସିବାକୁ ଯାଉଛି। ରାସ୍ତା ଏବେ ଆଲୋକମାଳାରେ ସଜାଇ ହେଲାଣି। ଶେଷ ଥର ପାଇଁ ମୁଁ ଏସବୁ ଦେଖିବି ଜାଣି ବହୁତ କଷ୍ଟ ଲାଗୁଛି। ମୁଁ ଆଲୋକ, ହସ ଏବଂ ଶବ୍ଦକୁ ମନେ ପକାଇବି। ଅନ୍ୟମାନଙ୍କ ଜୀବନ ଆଗକୁ ବଢ଼ୁଥିବା ବେଳେ ମୁଁ ମୃତ୍ୟୁ ଆଡ଼କୁ ଟାଣି ହୋଇଯାଉଥିବା ଦେଖି ଅଜବ ଲାଗୁଛି। ମୁଁ ଜାଣେ ଯେ, ଆସନ୍ତା ବର୍ଷ ମୁଁ କେବଳ ଲୋକଙ୍କ ସ୍ମୃତିରେ ଥିବି। ଅନ୍ୟ କେହି ମୋ ସ୍ଥାନରେ ଦୀପ ଜାଳୁଥିବେ। ବେଳେ ବେଳେ ମୃତ୍ୟୁ କଥା ଭୁଲି ମୁଁ ଭବିଷ୍ୟତ ଯୋଜନାରେ ଲାଗିପଡ଼ୁଛି। କେଉଁଆଡେ ବୁଲିଯିବି, ନିଜର କିଛି ବ୍ୟବସାୟ କରିବି...। ହେଲେ ପରେ ମନେ ପଡ଼ୁଛି ମୋ ପାଖରେ ସମୟ ବହୁତ କମ୍। ମୁଁ ଏବେ ଘରେ ଅଛି ଏବଂ ମୋ ପିତାମାତାଙ୍କ ମୁହଁରେ ଥିବା ଦୁଃଖ ସ୍ପଷ୍ଟ ବାରି ହୋଇପଡ଼ୁଛି। ମୁଁ ପ୍ରକୃତରେ ଜାଣିନାହିଁ ଯେ ମୁଁ କାହିଁକି ଏହି ପୋଷ୍ଟ କରୁଛି। ବୋଧହୁଏ ପରବର୍ତ୍ତୀ ସମୟରେ ଚୁପଚାପ୍ ଚାଲିଯିବା ପୂର୍ବରୁ ଏକ ଛୋଟ ଚିହ୍ନ ଛାଡିଯିବା ପାଇଁ।"
cancer
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/16/untitled-18-2025-10-16-15-32-50.jpg)