ବିଭିନ୍ନ ହିମବାହ ଉପରେ ବିଶ୍ୱ ଉତ୍ତପ୍ତୀକରଣର ଅଭୂତପୂର୍ବ ପ୍ରଭାବ ପଡୁଛି। ଏସିଆର ହିମବାହଗୁଡ଼ିକ ପ୍ରତି ବର୍ଷ ୨୨ ନିୟୁତ କିଲୋଗ୍ରାମରୁ ଅଧିକ ପରିମାଣର ବରଫ ହରାଉଛନ୍ତି ଏବଂ ଦକ୍ଷିଣ ଏସିଆରେ ଋତୁକାଳୀନ ବର୍ଷା ଓ ତୁଷାରପାତ ଢାଞ୍ଚାରେ ପରିବର୍ତ୍ତନ ଦ୍ୱାରା ହିମବାହ ତରଳିବା ତ୍ୱରାନ୍ୱିତ ହେଉଛି ବୋଲି ୟୁଟାହ ବିଶ୍ୱବିଦ୍ୟାଳୟର ଗବେଷକମାନେ ସ୍ପଷ୍ଟ କରିଛନ୍ତି। କେନ୍ଦ୍ରୀୟ, ପଶ୍ଚିମ ଓ ପୂର୍ବ ହିମାଳୟ ଅନ୍ତର୍ଗତ ହିମବାହଗୁଡ଼ିକ ଏସୀୟ ମୌସୁମୀ ଦ୍ୱାରା ଭୀଷଣ ଭାବରେ ପ୍ରଭାବିତ। ଯଦି ମୌସୁମୀର ସମୟ ଓ ତୀବ୍ରତା ପରିବର୍ତ୍ତନ ଜାରି ରହେ, ତେବେ ବରଫ କ୍ଷୟ ତ୍ୱରାନ୍ୱିତ ହେବା ସହ ନିମ୍ନ ଅବବାହିକାରେ ବସବାସ କରୁଥିବା ଲୋକଙ୍କ ପାଇଁ ଜଳ ଉପଲବ୍ଧତା ବିପଦରେ ପଡ଼ିବ। ହିମବାହ ତରଳିବା ଦ୍ବାରା ନଦୀଗୁଡ଼ିକର ଗତିପଥରେ ପରିବର୍ତ୍ତନ ଘଟି ସେହି ଅଞ୍ଚଳରେ ରହୁଥିବା ଲୋକଙ୍କୁ ସିଧାସଳଖ ପ୍ରଭାବିତ କରିବ।
ଯଦି ମୌସୁମୀର ସମୟ ଓ ତୀବ୍ରତା ପରିବର୍ତ୍ତନ ଜାରି ରହେ, ତେବେ ବରଫ କ୍ଷୟ ତ୍ୱରାନ୍ୱିତ ହେବା ସହ ନିମ୍ନ ଅବବାହିକାରେ ବସବାସ କରୁଥିବା ଲୋକଙ୍କ ପାଇଁ ଜଳ ଉପଲବ୍ଧତା ବିପଦରେ ପଡ଼ିବ। ହିମବାହ ତରଳିବା ଦ୍ବାରା ନଦୀଗୁଡ଼ିକର ଗତିପଥରେ ପରିବର୍ତ୍ତନ ଘଟି ସେହି ଅଞ୍ଚଳରେ ରହୁଥିବା ଲୋକଙ୍କୁ ସିଧାସଳଖ ପ୍ରଭାବିତ କରିବ।
ନେପାଳ ଓ ଉତ୍ତରାଖଣ୍ଡକୁ ଆବୃତ କରୁଥିବା କେନ୍ଦ୍ରୀୟ ହିମାଳୟ ପର୍ବତମାଳାର ଦକ୍ଷିଣ ଭାଗରେ ଶୀତକାଳ ଅପେକ୍ଷା ଗ୍ରୀଷ୍ମ ଋତୁରେ ଅଧିକ ହିମବାହ ଜମା ହୋଇଥାଏ। ଥଣ୍ଡା ତାପମାତ୍ରା ମୌସୁମୀ ବର୍ଷାକୁ ତୁଷାରପାତରେ ପରିଣତ କରି ତାହାକୁ ବଜାୟ ରଖିବାରେ ସାହାଯ୍ୟ କରେ। ତୁଷାରପାତ ହ୍ରାସ କିମ୍ବା ତରଳିବା ତୀବ୍ର ହେଲେ ହିମବାହର ଆକାର କମିଯାଏ। ସର୍ବୋପରି ବିଶ୍ବ ଉତ୍ତପ୍ତୀକରଣ ଉଭୟ ବର୍ଷା ଓ ତୁଷାରପାତ ଢାଞ୍ଚାକୁ ବାଧା ଦେଉଛି, ହିମ ସଂଗ୍ରହ ଋତୁକୁ ସଂକ୍ଷିପ୍ତ କରୁଛି ଏବଂ ହିମବାହ କ୍ଷୟକୁ ତ୍ୱରାନ୍ୱିତ କରୁଛି। ହିମବାହ ତରଳିବା ପ୍ରକ୍ରିୟା ତ୍ବରାନ୍ବିତ ହେବା ଯୋଗୁଁ ହିମବାହ ହ୍ରଦ ବିସ୍ଫୋରଣ ଓ ଗୁରୁତର ବନ୍ୟା ଆଶଙ୍କା ମଧ୍ୟ ବଢ଼ିଥାଏ। ତେବେ ଏଥିପାଇଁ ଦାୟୀ ବର୍ଦ୍ଧିତ ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ଏବଂ ଅନ୍ୟ ଦେଶମାନେ ବିଶ୍ୱ ତାପମାତ୍ରାକୁ ପ୍ରାକ୍-ଶିଳ୍ପାୟନ ସ୍ତର ତଳକୁ ଆଣିବାର ଲକ୍ଷ୍ୟ ଦିଗରେ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ କରାଯାଇଛି।