କୋଲକାତା: ପଶ୍ଚିମବଙ୍ଗ ନଦିଆ ଜିଲ୍ଲାରେ ବସବାସ କରୁଥିବା ଜଣେ ଯୁବକ ୩ ଲକ୍ଷ ମାଚିସ୍ କାଠିକୁ ଏକାଠି କରି ଏକ ସୁନ୍ଦର ତାଜମହଲ ତିଆରି କରିଛନ୍ତି।
ମାଚିସ କାଠିରେ ତାଜମହଲ ତିଆରି କରିଥିବା ସହେଲି ପାଲ କୋଲକାତା ବିଶ୍ୱ ବିଦ୍ୟାଳୟରେ ଇଂରାଜୀରେ ଏମ.ଏ ପାଠପଢ଼ନ୍ତି। ତାଙ୍କର ପାଠପଢ଼ା ସହିତ ଏକ ସୁନ୍ଦର କଳା ବି ରହିଛି। ସହେଲି ନିକଟରେ ୬ ଫୁଟ ଲମ୍ବ ୪ ଫୁଟ୍ ପ୍ରସ୍ଥର ତାଜମହଲ ତିଆରି କରିଛନ୍ତି। ଗିନିଜ୍ ୱାର୍ଲଡ ରେକର୍ଡର ଗାଇଡଲାଇନ ପାଇବା ପରେ ଅଗଷ୍ଟ ମଧ୍ୟ ଭାଗରେ ସେ ଏହି ତାଜମହଲ ତିଆରି ଆରମ୍ଭ କରି ସେପ୍ଟେମ୍ବର ୩୦ରେ ଶେଷ କରିଥିଲେ। ଇରାନର ମେସମ୍ ରହମାନୀଙ୍କ ଗିନିଜ୍ ରେକର୍ଡ ଭାଙ୍ଗିବାକୁ ଚାହୁଁଛନ୍ତି ସହେଲି।
ସହେଲି ପାଲ କହିଛନ୍ତି, ତାଜମହଲ ପ୍ରତିରୂପ ତିଆରି କରିବାରେ ସେ ଦୁଇଟି ରଙ୍ଗର ମାଚିସ୍ କାଠି ବ୍ୟବହାର କରିଛନ୍ତି । ୨୦୧୮ ମସିହାରେ ସେ ମା’ଦୁର୍ଗାଙ୍କ ମୁହଁର ସବୁଠାରୁ ଛୋଟ ମୂର୍ତ୍ତି ତିଆରି କରି ବିଶ୍ୱ ରେକର୍ଡ କରିଥିଲେ। ଏହାପୂର୍ବରୁ ସେ ୨୦୧୩ ମସିହାରେ ୧ ଲକ୍ଷ ୩୬ ହଜାର ୯୫୧ ମାଚିସ୍ କାଠିରେ ୟୁନେସ୍କୋର ଲୋଗୋ ତିଆରି କରିଥିଲେ।
ସହେଲି ପାଲଙ୍କ ପିତା ସୁବୀର ପାଲଙ୍କୁ ୧୯୯୧ ମସିହାରେ ମୂର୍ତ୍ତି ତିଆରି ପାଇଁ ରାଷ୍ଟ୍ରପତି ପୁରସ୍କାର ମିଳିଥିଲା। କେବଳ ଏତିକି ନୁହେଁ ସହେଲି ପାଲଙ୍କ ଜେଜେବାପା ବୀରେନ ପାଲ ମଧ୍ୟ ୧୯୮୨ ମସିହାରେ ମୂର୍ତ୍ତି କରି ତିଆରି ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃ୍ତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/download-3-3.jpg)