୨୩ବର୍ଷିୟ ଯୁବକ ଅଦରକାରୀ ପ୍ଲାଷ୍ଟିକ, ପଲିଥିନକୁ ନେଇ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଯୋତା

ନୂଆଦିଲ୍ଲୀ:  ଭାରତରେ ଅନେକ ପ୍ରତିଭା ଲୁଚିରହିଛି । ଛୋଟ ବୟସରୁ ପିଲା ବଡ ବଡ କାମ କରି ଦେଖାଉଛନ୍ତି । ସେହିଭଳି ଜଣେ ୨୩ବର୍ଷିୟ ଯୁବକ ତାଙ୍କ କାମକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛନ୍ତି । କେବଳ ଭାରତ ନୁହେଁ, ୟୁରୋପ ଏବଂ ଆମେରିକାରେ ବି ଭାରତର ପ୍ରତିଭାକୁ ନେଇ ଚର୍ଚ୍ଚା ହେଉଛି । ଏହାସହିତ ୨୩ବର୍ଷିୟ ଯୁବକ ଆରମ୍ଭ କରିଥିବା ଷ୍ଟାଟଅପ୍ କମ୍ପାନିକୁ କୋଟି କୋଟି ଟଙ୍କାର ଅଫର ଦେଇଛନ୍ତି ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ।

ଭାରତର ୨୩ବର୍ଷିୟ ଯୁବକ ଅଶୟ ଭାବେ ଅଦରକାରୀ ପ୍ଲାଷ୍ଟିକ, ପଲିଥିନକୁ ନେଇ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଯୋତା । ଜୁଲାଇ ମାସ ୨୦୨୧ରେ ପ୍ରଥମ କରି ଏକ ଷ୍ଟାଟଅପ୍ କମ୍ପାନି ଆରମ୍ଭ କରିଥିଲେ । ଯହାର ନାଁ ରଖିଥିଲେ ‘ଥେଲି ଟେକ୍ସ’ । କ୍ୟାରି ବ୍ୟାଗକୁ ହିନ୍ଦିରେ ‘ଥେଲି’ କୁହାଯାଉଥିବାରୁ ଏପରି ନାଁ ରଖିଥିଲେ ଅଶୟ । କମ୍ପାନି ପ୍ରଥମେ ପ୍ରଥମେ ୫୦ହଜାରରୁ ଅଧିକ ପ୍ଲାଷ୍ଟିକ୍ ବ୍ୟାଗ୍, ୩୫ହଜାରରୁ ଅଧିକ ପ୍ଲାଷ୍ଟିକ୍ ବୋତଲକୁ ନେଇ ଯୋତା ତିଆରି କାମ ଆରମ୍ଭ କରିଥିଲା ।

Anand Mahindra wants to fund this startup by a 23-year-old that makes sneakers out of plastic waste - The Economic Times

ପ୍ଲାଷ୍ଟିକ୍ ବ୍ୟାଗକୁ ଉତାପ ଏବଂ ଚାପ ଦେଇ ଫ୍ୟାବ୍ରିକରେ ପରିଣତ କରାଯାଏ । ପରେ ଫ୍ୟାବ୍ରିକକୁ କାଟି ଯୋତାର ଆକାର ଦିଆଯାଏ । ଯୋତାର ଲେସ ବି ପ୍ଲାଷ୍ଟିକରେ ହିଁ ତିଆରି କରାଯାଉଛି । ପ୍ଲାଷ୍ଟିକକୁ ବାରମ୍ବାର ରିସାଇକେଲ କରି ପତଳା ଫ୍ୟାବ୍ରିକରେ ପରିଣତ କରାଯାଏ ଆଉ ସେଥିରୁ ସୁ-ଲେସ୍ ଏବଂ ପ୍ୟାକେଟିଂ ଉପକରଣ ବନିଥାଏ । ଗୋଟିଏ ହଳ ଯୋତା ତିଆରି ପାଇଁ ୧୨ଟି ପ୍ଲାଷ୍ଟିକ୍ ବୋତଲ ଏବଂ ୧୦ଟି ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର ହୋଇଥାଏ । ଏହି ଯୋତା ୪ଟି ଭାରିଆଣ୍ଟରେ ଆସୁଛି । ଯାହାର ମୂଲ୍ୟ ୯୯ ଡଲାର ବା ଭାରତୀୟ ମୁଦ୍ରାରେ ୭ହଜାର ଟଙ୍କା ରହିଛି । ଯଦିଓ ଯୋତା ବଜାରରେ ଏହା ନାଇକ୍ ଏବଂ ପ୍ୟୁମାକୁ ବିଟ୍ କରିପାରିନି କିନ୍ତୁ ୟୁରୋପ ଏବଂ ଆମେରିକାରେ ଭାରତର ଥେଲି ଟେକ୍ସ ଯୋତାକୁ ନେଇ ଚର୍ଚ୍ଚା ଆରମ୍ବ ହୋଇଛି ।

ସେପଟେ, ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍ କରି ଲେଖିଛନ୍ତି ‘ମତେ ଲାଜ ଲାଗୁଛି କି ମୁଁ ଏହି ପ୍ରରଣାଦାୟୀ କମ୍ପାନି ବିଷୟରେ ପୂର୍ବରୁ ଜାଣିପାରି ନଥିଲି । ଏହା ଏପରି ଏକ ଷ୍ଟାଟଅପ୍ ବିଜନେସ୍ ଯାହାକୁ ଆମେ ପ୍ରୋତ୍ସାହନ ଦେବା ନିହାତି ଆବଶ୍ୟକ । ଏହାସହିତ ଆନନ୍ଦ ମହିନ୍ଦ୍ରା ଏହି ଷ୍ଟାଟଅପ୍ କମ୍ପାନିକୁ ଫଣ୍ଡିଂ ଦେବେ ବୋଲି ମଧ୍ୟ କହିଛନ୍ତି ।

ସମ୍ବନ୍ଧିତ ଖବର