ନୂଆଦିଲ୍ଲୀ: ଆମେରିକାର ଟେନେସି ୟୁନିଭର୍ସିଟିର ଗବେଷକମାନେ ଏକ ବିରଳ ସଫଳତା ପାଇଛନ୍ତି। ପ୍ରଥମ ଥର ପାଇଁ ଦୀର୍ଘ ବର୍ଷ ଧରି ଫ୍ରିଜରରେ ସଂଗୃହୀତ କରି ରଖାଯାଇଥିବା ଏକ ଭୃଣରୁ ସୁସ୍ଥ ଶିଶୁଟିଏ ଜନ୍ମ ନେଇ ପାରିଛି। ଏହା କୌଣସି ରେକର୍ଡଠାରୁ କମ୍ ନୁହେଁ। ୨୪ ବର୍ଷ ତଳେ ସାଇତା ଯାଇଥିବା ଭ୍ରୂଣରୁ ଜନ୍ମ ନେଇଛି ଶିଶୁ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଭୃଣକୁ ନିଜ ଗର୍ଭରେ ସ୍ଥାନ ଦେଇ ଜନ୍ମ ଦେଇଛନ୍ତି ଟିନା ଗିବ୍ସନ । ଟିନାଙ୍କୁ ଦେଢ଼ବର୍ଷ ହୋଇଥିବା ବେଳେ ଏହି ଭ୍ରୂଣକୁ ୧୯୯୨ରେ ଫ୍ରିଜରରେ ସାଇତି ରଖାଯାଇଥିଲା। ଚଳିତବର୍ଷ ମାର୍ଚ୍ଚ ମାସରେ ନାକସବିଲେର ନ୍ୟାସନାଲ ଏମ୍ବ୍ରାୟୋ ଡୋନେସନ୍ ସେଣ୍ଟର (ଏନ୍ଇଡିସି) ଟିନାଙ୍କ ଶରୀରରେ ଏହି ଭୃଣକୁ ପ୍ରତିରୋପଣ କରିଥିଲେ। ବର୍ତ୍ତମାନ ଟିନା ୨୪ ବର୍ଷରେ ପ୍ରଦାର୍ପଣ କରିଛନ୍ତି।
ଟିନା ଏହି ଘଟଣା ସମ୍ପର୍କରେ ଏକ ସାକ୍ଷାତକାରରେ କହିଛନ୍ତି, ‘ଏହି ଭ୍ରୂଣ ଓ ମୁଁ ଭଲ ସାଙ୍ଗ ହୋଇ ପାରି ଥାଆନ୍ତୁ’। କାରଣ ମୋତେ ଦେଢ଼ ବର୍ଷ ବୟସ ହୋଇଥିବା ବେଳେ ଯଦି ଏହି ଭୃଣ ଜନ୍ମ ନେଇଥାଆନ୍ତା ତେବେ ସେ ଆଜି ମୋ ପାଖାପାଖି ବୟସର ହୋଇଥାଆନ୍ତା।’
ଟିନା ଏହି ଘଟଣା ସମ୍ପର୍କରେ ଏକ ସାକ୍ଷାତକାରରେ କହିଛନ୍ତି, ‘ଏହି ଭ୍ରୂଣ ଓ ମୁଁ ଭଲ ସାଙ୍ଗ ହୋଇ ପାରି ଥାଆନ୍ତୁ’। କାରଣ ମୋତେ ଦେଢ଼ ବର୍ଷ ବୟସ ହୋଇଥିବା ବେଳେ ଯଦି ଏହି ଭୃଣ ଜନ୍ମ ନେଇଥାଆନ୍ତା ତେବେ ସେ ଆଜି ମୋ ପାଖାପାଖି ବୟସର ହୋଇଥାଆନ୍ତା।’
ଏନ୍ଇଡିସି ସେହି ଦମ୍ପତ୍ତିଙ୍କ ଠାରୁ ଭ୍ରୂଣ ଦାନରେ ନେଇଥାଏ ଯେଉଁମାନଙ୍କୁ ଆଉ ସନ୍ତାନର ଆବଶ୍ୟକତା ନ ଥାଏ। ଏହି ଭୃଣକୁ ସେହି ଲୋକମାନଙ୍କୁ ପ୍ରଦାନ କରାଯାଏ ଯେଉଁମାନେ ସନ୍ତାନ ଜନ୍ମ କରିବାରେ ଅକ୍ଷମ ଥାଆନ୍ତି। ଗିବ୍ସନ ଦମ୍ପତ୍ତି ପ୍ରଥମେ ପୋଷ୍ୟସନ୍ତାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଭ୍ରୂଣକୁ ଆପଣାଇବାର ଯୋଜନା କରିଥିଲେ।