ନୂଆଦିଲ୍ଳୀ : କିଛି ଦିନ ଧରି ଗୋଲଡେନ୍ କଫି (ସୁନାର କଫି)କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଦେଖି ଲୋକମାନେ ଏହି ଗୋଲଡେନ୍ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ସୁନାର କଫି ଦୁବାଇରେ ବହୁତ ଉତ୍ପାଦନ ହୋଇଥାଏ । ଏହି କଫି ଦୁବାଇର ବୁର୍ଜ ଅଲ ଆରବ ହୋଟେଲରେ ଗ୍ରାହକଙ୍କୁ ପରିବେଷଣ କରାଯାଏ । ଏହି ୨୪ କ୍ୟାରେଟ୍ କାପୁଚିନୋର ବିଶେଷ କଥା ହେଉଛି ଏଥିରେ ସୁନା ଫ୍ଲେକ୍ ପକାଯାଏ । ଏହି କଫିଟି ସୁନା କଫି ପରି ଦେଖାଯାଏ।
ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଯେଉଁଥିରେ ଜଣେ ବ୍ୟକ୍ତି ଏକ ଚାମଚ ବ୍ୟବହାର କରି କଫିରେ ସୁନାର ଫ୍ଲେକସ୍ ପକାଇ ମିଶାଉଛନ୍ତି । ଏହି କଫିର ମୂଲ୍ୟ ୨୬ ୟୁଏସ୍ ଡଲାର ହିସାବରେ ମିଳିଥାଏ ।
View this post on Instagram
ଗୋଲଡେନ୍ କଫିର ଏହି ଭିଡିଓକୁ ଇଲୋନାକାଫେ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି । ସୁନାର କଫି ଦେଖିବା ପରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଥିବା ବେଳେ ଏହାର ସ୍ବାଦ ଚାଖିବା ପାଇଁ ଇଚ୍ଛା କରିଛନ୍ତି।